or_tn/rev/03/intro.md

4.9 KiB
Raw Permalink Blame History

ପ୍ରକାଶିତ ବାକ୍ୟ ୦୩ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଓ ୩ ଅଧ୍ୟାୟକୁ ମିଳିତଭାବେ “ସପ୍ତ ମଣ୍ଡଳୀକୁ ସପ୍ତ ପତ୍ର” ଭାବେ କୁହାଯାଏ I ତୁମେ ପ୍ରତ୍ୟେକ ପତ୍ରକୁ ପୃଥକ୍ କରିବା ନିମନ୍ତେ ଚାହିଁପାର I ପାଠକମାନେ ସହଜରେ ଦେଖି ପାରିବେ ଯେ ସେଗୁଡିକ ପୃଥକ୍ ପୃଥକ୍ ପତ୍ର ଅଟନ୍ତି I

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୭ ପଦରେ ତାହା କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ଈଶ୍ବରଙ୍କ ସପ୍ତ ଆତ୍ମା

ଏହି ଆତ୍ମାସବୁ ପ୍ରକାଶିତ ୧:୪ର ଆତ୍ମାଗଣ ଅଟନ୍ତି I

ସପ୍ତ ନକ୍ଷତ୍ର

ଏହି ନକ୍ଷତ୍ରସବୁ ପ୍ରକାଶିତ ବାକ୍ୟ ୧:ର ନକ୍ଷତ୍ରଗଣ ଅଟନ୍ତି I

ଏହି ଅଧ୍ୟାୟର ମୁଖ୍ୟ ରୂପକ

ଦେଖ, ଆମ୍ଭେ ଦ୍ବାର ନିକଟରେ ଠିଆହୋଇ ଆଘାତ କରୁଅଛୁ

ଲାଅଦିକୀଆର ଖ୍ରୀଷ୍ଟିୟାନମାନେ ତାହାଙ୍କୁ ଗ୍ରହଣ କରନ୍ତୁ ବୋଲି ଯୀଶୁ ଆପଣାର ଇଚ୍ଛାକୁ ପ୍ରକାଶ କରନ୍ତି ଯେପରି ସେ ଜଣେ ବ୍ୟକ୍ତି ଏକ ଗୃହରେ ଥିବା ଲୋକମାନଙ୍କୁ ନିବେଦନ କରୁଛନ୍ତି ଯେ ସେମାନେ ତାହାଙ୍କୁ ଅନୁମତି ଦେଲେ, ସେ ଗୃହ ଭିତରକୁ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିବେ (ପ୍ରକାଶିତ ବାକ୍ୟ ୩:) I (ଦେଖ: rc://*/ta/man/translate/figs-metaphor)

“ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ଶୁଣୁ”

ବକ୍ତା ଜାଣିଥିଲେ ଯେ ତାହାଙ୍କ ପ୍ରାୟ ସମସ୍ତ ପାଠକମାନଙ୍କର ଶାରୀରିକ କର୍ଣ୍ଣ ଅଛି I ଏଠାରେ କର୍ଣ୍ଣ ରୂପକଭାବରେ ଈଶ୍ବର ଯାହା କହୁଛନ୍ତି ତାହା ପାଳନ କରିବାକୁ ଇଚ୍ଛା କରିବା ବିଷୟକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ମଣ୍ଡଳୀର ଦୂତ”

ଏଠାରେ ”ଦୂତ” ଶବ୍ଦ “ବାର୍ତ୍ତାବାହକ”ଙ୍କୁ ମଧ୍ୟ ବୁଝାଇ ପାରେ I ଏହା ମଣ୍ଡଳୀର ବାର୍ତ୍ତାବାହକ ବା ଅଧକ୍ଷଙ୍କୁ ବୁଝାଇ ପାରେ I ଦେଖ ତୁମେ “ଦୂତ”କୁ କିପରି ପ୍ରକାଶିତ ବାକ୍ୟ ୧:ରେ ଅନୁବାଦ କରିଅଛ I

“ଯେ ଅଛନ୍ତି, ତାହାଙ୍କର ବାକ୍ୟସମୂହ”

ଏହି ଶବ୍ଦଥିବା ପଦଗୁଡିକ ଅନୁବାଦ କରିବା କଷ୍ଟକର ହୋଇପାରେ I ସେଗୁଡିକ ପୂର୍ଣ୍ଣ ବାକ୍ୟରେ ଲେଖାଯାଇ ପାରେନାହିଁ I ତୁମେ ଏହି ପଦଗୁଡିକ ଆରମ୍ଭରେ “ଏହିସବୁ” ଯୋଡ଼ିବାର ଆବଶ୍ୟକ ହୋଇପାରେ I ଯୀଶୁ ମଧ୍ୟ ଯେପରି ଅନ୍ୟଜଣକୁ କହୁଥିବା ସଦୃଶ ଆପଣାକୁ ବୁଝାଇବା ନିମନ୍ତେ ଏହି ବାକ୍ୟଗୁଡିକ ବ୍ୟବହାର କରିଥିଲେ I ତୁମ ଭାଷା ହୁଏତ ଯେପରି ଅନ୍ୟମାନଙ୍କୁ କହୁଥିବା ସ୍ବରୁପ ଆପଣା ଆପଣାକୁ ବୁଝାଇବା ସକାଶେ ଅନୁମତି ଦେଇ ନ ପାରେ I ଯୀଶୁ ପ୍ରକାଶିତ ବାକ୍ୟ ୧:୧୭ରେ କହିବାକୁ ଆରମ୍ଭ କଲେ I ସେ ୩ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ କହି ଚାଲିଛନ୍ତି I