or_tn/jhn/12/intro.md

7.3 KiB

ଯୋହନ ୧୨ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୧୨:୨୮ ଓ ୪୦ ପଦରେ ତାହା କରୁଅଛି, ଯାହା ପୁରାତନ ନିୟମର ପଦସବୁ ଅଟେ I

୧୬ ପଦ ଏହି ଘଟଣାବଳୀର ଏକ ଟୀକା ଅଟେ I କାହାଣୀର ବିବରଣୀ ମଧ୍ୟରୁ ଏହାକୁ ପୃଥକ୍ କରିବା ନିମନ୍ତେ ଏହି ପୂରା ପଦଟିକୁ ବନ୍ଧନୀ ମଧ୍ୟରେ ରଖିବା ସମ୍ଭବ ହୁଏ I

ଏହି ଅଧ୍ୟାୟର ବିଶେଷ ଧାରଣା

ମରିୟମ ଯୀଶୁଙ୍କ ପାଦ ଅଭିଷେକ କରନ୍ତି

ଯିହୂଦୀମାନେ କୌଣସି ବ୍ୟକ୍ତିର ମସ୍ତକରେ ତୈଳ ଢାଳୁଥିଲେ, ଯେପରି ସେହି ବ୍ୟକ୍ତି ଜଣକ ସ୍ବାଗତଯୋଗ୍ୟ ଓ ସହଜ ଅନୁଭବ କରିବ I ଜଣେ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ସେମାନେ ତାହାର ଶରୀରରେ ତୈଳ ଢାଳୁଥିଲେ, କିନ୍ତୁ ସମାଧି ଦେବା ପୂର୍ବରୁ ଢାଳୁଥିଲେ I କିନ୍ତୁ ଜଣେ ବ୍ୟକ୍ତିର ପାଦରେ ତୈଳ ଢାଳିବା ବିଷୟ ସେମାନେ କଦାପି ଭାବି ପାରିବେନାହିଁ, କାରଣ ସେହି ପାଦଗୁଦୁକ ମଇଳା ଥିଲା I

ଗର୍ଦ୍ଦଭୀ ଓ ଗର୍ଦ୍ଦଭଶାବକ

ଯୀଶୁ ଏକ ପଶୁ ଉପରେ ଚଢି ଯିରୂଶାଲମକୁ ଯାତ୍ରା କଲେ I ଏହି ପ୍ରକାରେ ସେ ଜଣେ ରାଜା ସଦୃଶ, ଯେ କି ଏକ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧରେ ଜୟଲାଭ କରି ନଗର ମଧ୍ୟକୁ ଆସିଲେ I ପୁରାତନ ନିୟମରେ ଇଶ୍ରାୟେଲର ରାଜାମାନେ ମଧ୍ୟ ଗର୍ଦ୍ଦଭ ଉପରେ ଚଢି ଯାତ୍ରା କରୁଥିଲେ I କେତେକ ରାଜା ଘୋଡା ଉପରେ ଚଢୁଥିଲେ I ତେଣୁ ଯୀଶୁ ପ୍ରମାଣିତ କରୁଛନ୍ତି ଯେ ସେ ଇଶ୍ରାୟେଲର ରାଜା ସଦୃଶ ଓ ଅନ୍ୟ ରାଜାମାନଙ୍କ ସଦୃଶ ସେ ନଥିଲେ I

ମାଥିଉ, ମାର୍କ, ଲୂକ ଓ ଯୋହନ, ସମସ୍ତେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି I ମାଥିଉ ଓ ମାର୍କ ଲେଖିଲେ ଯେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଗୋଟିଏ ଗର୍ଦ୍ଦଭୀ ଆଣିଲେ I ଯୋହନ ଲେଖିଲେ ଯେ ଯୀଶୁ ଏକ ଗର୍ଦ୍ଦଭଶାବକ ପାଇଲେ I ଲୂକ ଲେଖିଲେ ଯେ ସେମାନେ ଏକ ଗର୍ଦ୍ଦଭଶାବକ ଆଣିଲେ I କେବଳ ମାଥିଉ ଲେଖିଲେ ଯେ ସେଠାରେ ଗୋଟିଏ ଗର୍ଦ୍ଦଭୀ ଓ ଗର୍ଦ୍ଦଭଶାବକ ଥିଲା I କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ ଯେ ଯୀଶୁ ଗର୍ଦ୍ଦଭୀ ଉପରେ ନା ଗର୍ଦ୍ଦଭଶାବକ ଉପରେ ଚଢିଥିଲେ I ସେମାନେ ସମସ୍ତେ ଏକା ବିଷୟ କହୁଥିବା ସ୍ବରୁପ ଅନୁବାଦ କରିବାକୁ ଚେଷ୍ଟା ନକରି ULT ରେ ଲେଖାଥିବା ସଦୃଶ ଏହି ବିବରଣୀ ଗୁଡିକର ପ୍ରତ୍ୟେକ ବିଷୟକୁ ପୃଥକ୍ ଭାବରେ ଅନୁବାଦ କରିବା ସବୁଠାରୁ ଉତ୍ତମ ହୋଇପାରେ I (ଦେଖ: ମାଥିଉ ୨୧:୧-୭ମାର୍କ ୧୧:୧-୭ଲୂକ ୧୯:୨୯-୩୬ଯୋହନ ୧୨:୧୪-୧୫) I

ଗୌରବ

ଶାସ୍ତ୍ର ସର୍ବଦା ଈଶ୍ବରଙ୍କ ଗୌରବକୁ ଏକ ମହାନ, ସ୍ବଚ୍ଛ ଆଲୋକ ସଦୃଶ ବର୍ଣନା କରେ I ଯେତେବେଳେ ଲୋକମାନେ ଏହି ଆଲୋକ ଦର୍ଶନ କରନ୍ତି, ସେମାନେ ଭୟଭିତ ହେଲେ I ଏହି ଅଧ୍ୟାୟରେ ଯୋହନ ପ୍ରକାଶ କରନ୍ତି ଯେ ଯୀଶୁଙ୍କ ମହିମା ତାହାଙ୍କ ପୁନ୍ନରୁଥାନ ଅଟେ I ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଜ୍ୟୋତିଃ ଓ ଅନ୍ଧକାରର ରୂପକ

ବାଇବଲ ସର୍ବଦା ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଛନ୍ତି I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ବାଧ୍ୟହେବା ନିମନ୍ତେ ଆରମ୍ଭ କରିବାକୁ ସକ୍ଷମ କରାଏ I (ଦେଖ: [[rc:///ta/man/translate/figs-metaphor]] ଓ [[rc:///tw/dict/bible/kt/righteous]])

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ଦ୍ବନ୍ଦାତ୍ମକ ସତ୍ୟତା

ଏକ ଦ୍ବନ୍ଦାତ୍ମକ ସତ୍ୟତା ଏକ ସତ୍ୟ ଉକ୍ତି ଅଟେ ଯାହା ଅସମ୍ଭବ ବିଷୟକୁ ବର୍ଣ୍ଣନା କରୁଥିବା ସଦୃଶ ଦେଖାଜାଏ I ଏକ ଦ୍ବନ୍ଦାତ୍ମକ ସତ୍ୟତା ୧୨:୨୫ରେ ଦେଖିବାକୁ ମିଳେ: “ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ; ଆଉ ଯେ ଆପଣା ପ୍ରାଣକୁ ଇହ ଜଗତରେ ଘୃଣା କରେ, ସେ ତାହା ଅନନ୍ତଜୀବନ ନିମନ୍ତେ ରକ୍ଷା କରିବ I” କିନ୍ତୁ ୧୨:୨୬ରେ ଯୀଶୁ ବୁଝାଉଛନ୍ତି ଯେ ଅନନ୍ତ ଜୀବନ ନିମନ୍ତେ ଜଣେ ବ୍ୟକ୍ତିର ଜୀବନ ରକ୍ଷା କରିବା ଅର୍ଥ କ”ଣ ହୋଇପାରେ I (ଯୋହନ ୧୨:୨୫-୨୬) I