or_tn/jhn/02/intro.md

2.7 KiB
Raw Permalink Blame History

ଯୋହନ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଦ୍ରାକ୍ଷାରସ

ଯିହୂଦୀମାନେ ଅନେକ ଭୋଜନରେ, ବିଶେଷକରି ବିଭିନ୍ନ ଉତ୍ସବଗୁଡିକ ପାଳନ କରିବା ସମୟରେ ଦ୍ରାକ୍ଷାରସ ପାନ କରୁଥିଲେ I ସେମାନେ ବିଶ୍ବାସ କରୁ ନଥିଲେ ଯେ ଦ୍ରାକ୍ଷାରସ ପାନ କରିବା ଏକ ପାପ ଥିଲା I

ମୁଦ୍ରା ବ୍ୟବସାୟୀମାନଙ୍କୁ ବାହାର କରିଦେବା

ଯୀଶୁ ମନ୍ଦିର ଉପରେ ଓ ସମଗ୍ର ଇଶ୍ରାୟେଲ ଉପରେ ଆପଣାର ଅଧିକାର ଥିବା ଦେଖାଇବା ନିମନ୍ତେ ମୁଦ୍ରା ବ୍ୟବସାୟୀଙ୍କୁ ବାହାର କରିଦେଲେ I

“ଯୀଶୁ ଜାଣୁଥିଲେ ଯେ ମନୁଷ୍ୟର ଅନ୍ତର ମଧ୍ୟରେ କଅଣ ଅଛି”

ଯୀଶୁ ଜାଣୁଥିଲେ ଯେ ଅନ୍ୟମାନେ କଅଣ ଭାବୁଛନ୍ତି, କାରଣ ସେ ହିଁ କେବଳ ମନୁଷ୍ୟପୁତ୍ର ଓ ଈଶ୍ବରଙ୍କ ପୁତ୍ର ଥଲେ ଓ ଅଟନ୍ତି I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ତାହାଙ୍କ ଶିଷ୍ୟମାନେ ସ୍ମରଣ କଲେ

ଯୋହନ ମୁଖ୍ୟ ଘଟଣା କହିବା ବନ୍ଦକରି ଓ ଯାହା ସମସ୍ତ ବିଳମ୍ବରେ ଘଟିବ, ସେ ବିଷୟ କହିବା ନିମନ୍ତେ ଏହି ବାକ୍ୟାଂଶ ବ୍ୟବହାର କରୁଥିଲେ I ସେ କାପ୍ତା ବ୍ୟବସାୟୀମାନଙ୍କୁ ଭର୍ତ୍ସନା କଲା ପରେ (ଯୋହନ :୧୬) ଯିହୂଦୀ ଅଧିକାରୀମାନେ ତାହାଙ୍କ ସହିତ କଥା କହିବାକୁ ଲାଗିଲେ I ଏହି ସମସ୍ତ ଯୀଶୁ ପୁନରୁତ୍ଥିତ ହେବା ପରେ ତାହାଙ୍କ ଶିଷ୍ୟମାନେ ଭାବବାଦୀ ଯାହା ବହୁ ପୂର୍ବରୁ ଲେଖିଥିଲେ ଓ ଯୀଶୁ ଆପଣା ଶରୀର ରୂପକ ମନ୍ଦିର ସମ୍ବନ୍ଧରେ ଯାହା କହିଥିଲେ, ତାହା ସ୍ମରଣ କଲେ (ଯୋହନ :୧୭ଯୋହନ :)I