or_tn/act/22/intro.md

3.5 KiB
Raw Permalink Blame History

ପ୍ରେରିତ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପ୍ରେରିତ ପୁସ୍ତକରେ ଏହା ପାଉଲଙ୍କ ପରିବର୍ତ୍ତନର ଦ୍ବିତୀୟ ବିବରଣୀ I କାରଣ ଆଦ୍ୟ ମଣ୍ଡଳୀରେ ଏହା ଏପରି ଏକ ଘଟଣା ଥିଲା ଯେ ପାଉଲଙ୍କ ପରିବର୍ତ୍ତନର ତିନୋଟି ବିବରଣୀ ଅଛି I (ଦେଖ: ପ୍ରେରିତ ୯ and ପ୍ରେରିତ ୨୬)

ଏହି ଅଧ୍ୟାୟର ବିଶେଷ ଧାରଣା

”ଏବ୍ରୀ ଭାଷାରେ”

ଏହି ସମୟରେ ଅଧିକାଂଶ ଯିହୂଦୀ ଆରାମିକ୍ ଓ ଗ୍ରୀକ୍ ଭାଷା କହୁଥିଲେ I ଏବ୍ରୀ ଭାଷା କହୁଥିବା ଅଧିକାଂଶ ଲୋକେ ଶିକ୍ଷିତ ଯିହୂଦୀ ପଣ୍ଡିତ ଥିଲେ I ଏଇଥିପାଇଁ ପାଉଲ ଯେତେବେଳେ ଏବ୍ରୀ ଭାଷାରେ କହିବାକୁ ଆରମ୍ଭ କଲେ, ଲୋକମାନେ ଧ୍ୟାନଦେଇ ଶୁଣିଲେ I

”ମାର୍ଗ”

କେହି ନିଶ୍ଚିତଭାବରେ ଜାଣନ୍ତି ନାହିଁ ଯେ କିଏ ପ୍ରଥମେ ବିଶ୍ବାସୀମାନଙ୍କୁ “ମାର୍ଗର ଅନୁଗମନକାରୀ” ବୋଲି କହିଥିଲେ I ଏହା ସମ୍ଭବତଃ ବିଶ୍ବାସୀମାନେ ଆପଣା ଆପଣାକୁ କହିଥିଲେ, କାରଣ ବାଇବଲ ଅନେକ ସମୟରେ ଆପଣା ଜୀବନ ଯାପନ କରୁଥିବା ଜଣେ ଲୋକ ବିଷୟରେ ଏପରି କହେ, ସତେ ଯେପରି ସେ ଲୋକଟି ଗୋଟିଏ ପଥରେ ଅବା “ମାର୍ଗ”ରେ ଚାଲୁଅଛି I ଯଦି ଏହା ସତ୍ୟ ହୋଇଥାଏ, ତେବେ ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ଜୀବନ ଯାପନ କରି ବିଶ୍ବାସୀମାନେ “ପ୍ରଭୁଙ୍କ ମାର୍ଗର ଅନୁଗମନ କରୁଥିଲେ I”

ରୋମୀୟ ନାଗରିକତା

ରୋମୀୟ ନାଗରିକତା

ରୋମୀୟମାନେ ଭାବୁଥିଲେ ଯେ ସେମାନେ କେବଳ ରୋମୀୟମାନଙ୍କୁ ଉତ୍ତମ ବ୍ୟବହାର କରିବା ଆବଶ୍ୟକ I ଯେଉଁମାନେ ରୋମୀୟ ନାଗରିକ ନ ଥିଲେ, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କପାଇଁ ସେମାନଙ୍କୁ ବ୍ୟବସ୍ଥା ମାନିବାକୁ ପଡୁଥିଲା I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରଙ୍କୁ ଅର୍ଥ ଦେଇ ରୋମୀୟ ନାଗରିକ ହେଉଥିଲେ I ଜଣେ ଅଣ-ନାଗରିକକୁ ବ୍ୟବହାର କଲା ପରି ଯଦି ସେ ଜଣେ ରୋମୀୟ ନାଗରିକକୁ ବ୍ୟବହାର କରିଥାନ୍ତେ, ତେବେ “ପ୍ରଧାନ ସେନାପତି” ହୁଏତ ଦଣ୍ଡ ପାଇଥାନ୍ତେ I