# ପ୍ରେରିତ ୨୨ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ ପ୍ରେରିତ ପୁସ୍ତକରେ ଏହା ପାଉଲଙ୍କ ପରିବର୍ତ୍ତନର ଦ୍ବିତୀୟ ବିବରଣୀ I କାରଣ ଆଦ୍ୟ ମଣ୍ଡଳୀରେ ଏହା ଏପରି ଏକ ଘଟଣା ଥିଲା ଯେ ପାଉଲଙ୍କ ପରିବର୍ତ୍ତନର ତିନୋଟି ବିବରଣୀ ଅଛି I (ଦେଖ: [ପ୍ରେରିତ ୯](../09/01.md) and [ପ୍ରେରିତ ୨୬](../26/01.md)) ## ଏହି ଅଧ୍ୟାୟର ବିଶେଷ ଧାରଣା ### ”ଏବ୍ରୀ ଭାଷାରେ” ଏହି ସମୟରେ ଅଧିକାଂଶ ଯିହୂଦୀ ଆରାମିକ୍ ଓ ଗ୍ରୀକ୍ ଭାଷା କହୁଥିଲେ I ଏବ୍ରୀ ଭାଷା କହୁଥିବା ଅଧିକାଂଶ ଲୋକେ ଶିକ୍ଷିତ ଯିହୂଦୀ ପଣ୍ଡିତ ଥିଲେ I ଏଇଥିପାଇଁ ପାଉଲ ଯେତେବେଳେ ଏବ୍ରୀ ଭାଷାରେ କହିବାକୁ ଆରମ୍ଭ କଲେ, ଲୋକମାନେ ଧ୍ୟାନଦେଇ ଶୁଣିଲେ I ### ”ମାର୍ଗ” କେହି ନିଶ୍ଚିତଭାବରେ ଜାଣନ୍ତି ନାହିଁ ଯେ କିଏ ପ୍ରଥମେ ବିଶ୍ବାସୀମାନଙ୍କୁ “ମାର୍ଗର ଅନୁଗମନକାରୀ” ବୋଲି କହିଥିଲେ I ଏହା ସମ୍ଭବତଃ ବିଶ୍ବାସୀମାନେ ଆପଣା ଆପଣାକୁ କହିଥିଲେ, କାରଣ ବାଇବଲ ଅନେକ ସମୟରେ ଆପଣା ଜୀବନ ଯାପନ କରୁଥିବା ଜଣେ ଲୋକ ବିଷୟରେ ଏପରି କହେ, ସତେ ଯେପରି ସେ ଲୋକଟି ଗୋଟିଏ ପଥରେ ଅବା “ମାର୍ଗ”ରେ ଚାଲୁଅଛି I ଯଦି ଏହା ସତ୍ୟ ହୋଇଥାଏ, ତେବେ ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ଜୀବନ ଯାପନ କରି ବିଶ୍ବାସୀମାନେ “ପ୍ରଭୁଙ୍କ ମାର୍ଗର ଅନୁଗମନ କରୁଥିଲେ I” ### ରୋମୀୟ ନାଗରିକତା ରୋମୀୟ ନାଗରିକତା ରୋମୀୟମାନେ ଭାବୁଥିଲେ ଯେ ସେମାନେ କେବଳ ରୋମୀୟମାନଙ୍କୁ ଉତ୍ତମ ବ୍ୟବହାର କରିବା ଆବଶ୍ୟକ I ଯେଉଁମାନେ ରୋମୀୟ ନାଗରିକ ନ ଥିଲେ, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କପାଇଁ ସେମାନଙ୍କୁ ବ୍ୟବସ୍ଥା ମାନିବାକୁ ପଡୁଥିଲା I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରଙ୍କୁ ଅର୍ଥ ଦେଇ ରୋମୀୟ ନାଗରିକ ହେଉଥିଲେ I ଜଣେ ଅଣ-ନାଗରିକକୁ ବ୍ୟବହାର କଲା ପରି ଯଦି ସେ ଜଣେ ରୋମୀୟ ନାଗରିକକୁ ବ୍ୟବହାର କରିଥାନ୍ତେ, ତେବେ “ପ୍ରଧାନ ସେନାପତି” ହୁଏତ ଦଣ୍ଡ ପାଇଥାନ୍ତେ I