Door43-Catalog_or_tn/1CO/07/05.md

2.5 KiB
Raw Blame History

ପରସ୍ପରକୁ ବଞ୍ଚିତ ନ କର

ଏଠାରେ: “ଯୌନ ସମ୍ପର୍କରେ ସନ୍ତୁଷ୍ଟ କରିବା ନିମନ୍ତେ ଆପଣା ସ୍ୱାମୀ ବା ଭାର୍ଯ୍ୟାକୁ ମନା କର ନାହିଁ”

କେଜାଣି ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ

ପ୍ରାର୍ଥନା ନିମନ୍ତେ ଅବକାଶ ପାଇବା ପାଇଁ ଏକ ପରାମର୍ଶ ହୋଇ ଅଳ୍ପ କାଳ ପୃଥକ ରହିପାର; ଯିହୁଦୀ ଧର୍ମନୀତି ଅନୁଯାଇ ୧ ସପ୍ତାହ ହୋଇପାରେ।

ଆପଣାମାନଙ୍କୁ ଉତ୍ସର୍ଗ କର

“ଆପଣାମାନଙ୍କୁ ସମର୍ପଣ କର”

ପୁନର୍ବାର ଏକତ୍ର ହୁଅ

ସହବାସ ନିମନ୍ତେ ଫେରିବା

ତୁମ୍ଭମାନଙ୍କ ଇନ୍ଦ୍ରିୟ ଦମନ ଅଭାବ ହେତୁ

ଏଠାରେ: “କାରଣ କେତେକ ଦିନ ପରେ, ତୁମ୍ଭମାନଙ୍କ ଇନ୍ଦ୍ରିୟ ଇଚ୍ଛାକୁ ଦମନ କରିବା କଷ୍ଟକର ହେବ”

ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି କହେ

ପାଉଲ କରିନ୍ଥୀୟମାନଙ୍କୁ କହନ୍ତି ଯେ, ପ୍ରାର୍ଥନା ଉଦ୍ଦେଶ୍ୟରେ ସେମାନେ ଅଳ୍ପ କାଳ ସହବାସରୁ କ୍ଷାନ୍ତ ହୋଇପାରନ୍ତି, କିନ୍ତୁ ତାହା କେବଳ ବିଶେଷ କାରଣ ନିମନ୍ତେ, ସଦାକାଳ ନିମନ୍ତେ ଆବଶ୍ୟକ ନୁହେଁ।

ମୋହର ପରି ହୁଅନ୍ତି

ଅବିବାହିତ ଅଟନ୍ତି (ପୁର୍ବରୁ ବିବାହିତ ବା କେବେ ମଧ୍ୟ ବିବାହ କରିନାହାନ୍ତି), ଯେପରି ପାଉଲ ଅଟନ୍ତି।

କିନ୍ତୁ କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ଵରଙ୍କ ଠାରୁ ଦାନ ପାଇଅଛି

ଏଠାରେ: “ଈଶ୍ଵର ଜଣେ ବ୍ୟକ୍ତିକୁ ଏପ୍ରକାର, ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ ସେପ୍ରକାର ଯୋଗ୍ୟତା ଦେଇଅଛନ୍ତି।”