or_tn/rev/17/intro.md

3.8 KiB

ପ୍ରକାଶିତ ବାକ୍ୟ ୧୭ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟ ଈଶ୍ବର କିପରି ବାବିଲକୁ ଧ୍ବଂସ କରିବେ, ତାହା ବର୍ଣ୍ଣନା କରିବାକୁ ଆରମ୍ଭ କରୁଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ବେଶ୍ୟା

ଶାସ୍ତ୍ର ବାରମ୍ବାର ପ୍ରତିମାପୂଜକ ଯିହୂଦୀମାନଙ୍କୁ ବ୍ୟଭିଚାରୀ ଗୋଷ୍ଠୀ ଭାବେ ଓ ଅନେକ ସମୟରେ ବେଶ୍ୟା ସଦୃଶ ଚିତ୍ରଣ କରିଥାଏ I ସେହି ବିଷୟ ଏଠାରେ ଉଲ୍ଲେଖ ନାହିଁ I ଅନୁବାଦକ ଏହି ଦୃଷ୍ଟାନ୍ତକୁ ଅସ୍ପଷ୍ଟଭାବରେ ନେବା ଉଚିତ I (ଦେଖ: rc://*/ta/man/translate/writing-apocalypticwriting)

ସପ୍ତପର୍ବତ

ଏହା ସମ୍ଭବତଃ ରୋମ୍ ନଗରୀକୁ ବୁଝାଏ, ଯାହା ସପ୍ତପର୍ବତ ଉପରେ ସ୍ଥାପିତ ନଗରୀ ଭାବେ ପରିଚିତ ଅଟେ I ଯାହାହେଉ, ଅନୁବାଦକ ଅନୁବାଦ କରିବା ସମୟରେ ରୋମଠାରେ ସଦୃଶ ଚିହ୍ନଟ କରିବାକୁ ଚେଷ୍ଟା ନକରିବା ଉଚିତ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ରୂପକ

ଏହି ଅଧ୍ୟାୟରେ ଯୋହନ ଅନେକ ପ୍ରକାର ରୂପକ ବ୍ୟବହାର କରୁଛନ୍ତି I ସେ କେତେକଙ୍କ ଅର୍ଥ ବୁଝାଉଛନ୍ତି, କିନ୍ତୁ ସେଗୁଡିକୁ ଅସ୍ପଷ୍ଟ ରଖି ଛାଡ଼ି ଦେଉଛନ୍ତି I ଅନୁବାଦକ ତାହା କରିବା ଆବଶ୍ୟକ I (ଦେଖ: rc://*/ta/man/translate/figs-metaphor)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ତୁମ୍ଭେ ପଶୁ ଥିବାର ଦେଖିଥିଲ, ବର୍ତ୍ତମାନ ତାହା ଆଉ ନାହିଁ, କିନ୍ତୁ ଆସିବା ନିମନ୍ତେ ଉଦ୍ୟତ ଅଟେ”

ଏହି ଅଧ୍ୟାୟର ଏହି, ପୁଣି ଏହିପରି ବାକ୍ୟାଂଶଗୁଡିକ ବିପରୀତଭାବରେ ପଶୁକୁ ଯୀଶୁଙ୍କ ସହିତ ତୁଳନା କରୁଅଛି I ପ୍ରକାଶିତ ପୁସ୍ତକର ଅନ୍ୟତ୍ର ଯୀଶୁଙ୍କୁ “ଯେ ବର୍ତ୍ତମାନ, ଯେ ଭୂତ ଓ ଯେ ଭବିଷ୍ୟତ” ସଦୃଶ କୁହାଯାଏ I (ଦେଖ: rc://*/ta/man/translate/figs-explicit)

ଦ୍ବନ୍ଦମୂଳକ ସତ୍ୟତା

ଦ୍ବନ୍ଦମୂଳକ ସତ୍ୟତା ଏକ ସତ୍ୟ ଉକ୍ତି ଅଟେ, ଯାହା କିଛି ଏକ ଅସମ୍ଭବ ବିଷୟକୁ ବର୍ଣ୍ଣନା କରିବାପରି ମନେହୁଏ I ୧୭:୧୧ ପଦରେ ଥିବା ବାକ୍ୟ ଏକ ଦ୍ବନ୍ଦମୂଳକ ସତ୍ୟତା: ପଶୁ ...ନିଜେ ଜଣେ ଅଷ୍ଟମ ରାଜା; ତଥାପି ସେହି ସପ୍ତ ରାଜାମାନଙ୍କ ମଧ୍ୟରୁ ଜଣେ I”ଅନୁବାଦକ ଏହି ଦ୍ବନ୍ଦତାମୂଳକ ସତ୍ୟତାକୁ ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ I ଏହା ଏକ ନିଗୂଢ ରହସ୍ୟ ହୋଇ ରହିବା ଉଚିତ I (ପ୍ରକାଶିତ ବାକ୍ୟ ୧୭:୧୧)