or_tn/rev/17/intro.md

32 lines
3.8 KiB
Markdown

# ପ୍ରକାଶିତ ବାକ୍ୟ ୧୭ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି
ଏହି ଅଧ୍ୟାୟ ଈଶ୍ବର କିପରି ବାବିଲକୁ ଧ୍ବଂସ କରିବେ, ତାହା ବର୍ଣ୍ଣନା କରିବାକୁ ଆରମ୍ଭ କରୁଛି I
## ଏହି ଅଧ୍ୟାୟର ବିଶେଷ ଧାରଣା
### ବେଶ୍ୟା
ଶାସ୍ତ୍ର ବାରମ୍ବାର ପ୍ରତିମାପୂଜକ ଯିହୂଦୀମାନଙ୍କୁ ବ୍ୟଭିଚାରୀ ଗୋଷ୍ଠୀ ଭାବେ ଓ ଅନେକ ସମୟରେ ବେଶ୍ୟା ସଦୃଶ ଚିତ୍ରଣ କରିଥାଏ I ସେହି ବିଷୟ ଏଠାରେ ଉଲ୍ଲେଖ ନାହିଁ I ଅନୁବାଦକ ଏହି ଦୃଷ୍ଟାନ୍ତକୁ ଅସ୍ପଷ୍ଟଭାବରେ ନେବା ଉଚିତ I (ଦେଖ: [[rc://*/ta/man/translate/writing-apocalypticwriting]])
### ସପ୍ତପର୍ବତ
ଏହା ସମ୍ଭବତଃ ରୋମ୍ ନଗରୀକୁ ବୁଝାଏ, ଯାହା ସପ୍ତପର୍ବତ ଉପରେ ସ୍ଥାପିତ ନଗରୀ ଭାବେ ପରିଚିତ ଅଟେ I ଯାହାହେଉ, ଅନୁବାଦକ ଅନୁବାଦ କରିବା ସମୟରେ ରୋମଠାରେ ସଦୃଶ ଚିହ୍ନଟ କରିବାକୁ ଚେଷ୍ଟା ନକରିବା ଉଚିତ I
## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
### ରୂପକ
ଏହି ଅଧ୍ୟାୟରେ ଯୋହନ ଅନେକ ପ୍ରକାର ରୂପକ ବ୍ୟବହାର କରୁଛନ୍ତି I ସେ କେତେକଙ୍କ ଅର୍ଥ ବୁଝାଉଛନ୍ତି, କିନ୍ତୁ ସେଗୁଡିକୁ ଅସ୍ପଷ୍ଟ ରଖି ଛାଡ଼ି ଦେଉଛନ୍ତି I ଅନୁବାଦକ ତାହା କରିବା ଆବଶ୍ୟକ I (ଦେଖ: [[rc://*/ta/man/translate/figs-metaphor]])
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### “ତୁମ୍ଭେ ପଶୁ ଥିବାର ଦେଖିଥିଲ, ବର୍ତ୍ତମାନ ତାହା ଆଉ ନାହିଁ, କିନ୍ତୁ ଆସିବା ନିମନ୍ତେ ଉଦ୍ୟତ ଅଟେ”
ଏହି ଅଧ୍ୟାୟର ଏହି, ପୁଣି ଏହିପରି ବାକ୍ୟାଂଶଗୁଡିକ ବିପରୀତଭାବରେ ପଶୁକୁ ଯୀଶୁଙ୍କ ସହିତ ତୁଳନା କରୁଅଛି I ପ୍ରକାଶିତ ପୁସ୍ତକର ଅନ୍ୟତ୍ର ଯୀଶୁଙ୍କୁ “ଯେ ବର୍ତ୍ତମାନ, ଯେ ଭୂତ ଓ ଯେ ଭବିଷ୍ୟତ” ସଦୃଶ କୁହାଯାଏ I (ଦେଖ: [[rc://*/ta/man/translate/figs-explicit]])
### ଦ୍ବନ୍ଦମୂଳକ ସତ୍ୟତା
ଦ୍ବନ୍ଦମୂଳକ ସତ୍ୟତା ଏକ ସତ୍ୟ ଉକ୍ତି ଅଟେ, ଯାହା କିଛି ଏକ ଅସମ୍ଭବ ବିଷୟକୁ ବର୍ଣ୍ଣନା କରିବାପରି ମନେହୁଏ I ୧୭:୧୧ ପଦରେ ଥିବା ବାକ୍ୟ ଏକ ଦ୍ବନ୍ଦମୂଳକ ସତ୍ୟତା: ପଶୁ ...ନିଜେ ଜଣେ ଅଷ୍ଟମ ରାଜା; ତଥାପି ସେହି ସପ୍ତ ରାଜାମାନଙ୍କ ମଧ୍ୟରୁ ଜଣେ I”ଅନୁବାଦକ ଏହି ଦ୍ବନ୍ଦତାମୂଳକ ସତ୍ୟତାକୁ ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ I ଏହା ଏକ ନିଗୂଢ ରହସ୍ୟ ହୋଇ ରହିବା ଉଚିତ I ([ପ୍ରକାଶିତ ବାକ୍ୟ ୧୭:୧୧](../../rev/17/11.md))