or_tn/mat/23/intro.md

2.7 KiB

ମାଥିଉ 23 ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

କପଟୀ

ଅଧିକାଂଶ ଥର ଯୀଶୁ ଫାରୁଶୀମାନଙ୍କୁ କପଟୀ ଡାକନ୍ତି (ମାଥିଉ ୨୩:୧୩) ଓ ଯତ୍ନ ସହକାରେ କହନ୍ତି ସେହିପରି କହିବା ଦ୍ବାରା ସେ କଣ ଅର୍ଥ ପ୍ରକାଶ କରନ୍ତି I ଫାରୁଶୀମାନେ ନିୟମ କରନ୍ତି ତାହାକୁ କେହି କେବେ ପାଳନ କରିପାରିବ ନାହିଁ, ଓ ପୁଣି ସେମାନେ ଜଣସାଧାରଣକୁ ଦୋଷୀ କରନ୍ତି କାରଣ ସେମାନେ ଆଜ୍ଞା ପାଳନ କରି ପାରିଲେ ନାହିଁ I ମଧ୍ୟ, ମୋଶାଙ୍କ ବ୍ୟବସ୍ଥାରେ ଈଶ୍ବର ଦେଇଥିବା ମୁଳ ଆଦେଶ ପାଳନ କରିବା ପରିବର୍ତ୍ତେ ଫାରୁଶୀମାନେ ଆପଣା ନିୟମ (ଆଜ୍ଞା) ପାଳନ କରନ୍ତି I

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ନାମଧରି ଡାକିବେ

ଅଧିକାଂଶ ସଂସ୍କୃତିରେ, ଲୋକମାନଙ୍କୁ ପରିହାସ କରିବା ଭୁଲ ଅଟେ I ଏହି ଅଧ୍ୟାୟରେ ଫାରୁଶୀମାନେ ଅଧିକାଂଶ ଶବ୍ଦ ପରିହାସ କରିବା ନିମନ୍ତେ ବ୍ୟବହାର କରିଛନ୍ତି I ଯୀଶୁ ସେମାନଙ୍କୁ “କପଟୀମାନେ”, “ଅନ୍ଧ ପଥ ପ୍ରଦର୍ଶକ”, “ନିର୍ବୋଧ” ଓ “କାଳସର୍ପ” କହିଲେ ମାଥିଉ ୨୩:୧୬-୧୭ I ଯୀଶୁ ଏହିପରି ଶବ୍ଦଗୁଡିକ ବ୍ୟବହାର କରି କହୁଥିଲେ ଯେ ଈଶ୍ବର ନିଶ୍ଚୟ ସେମାନଙ୍କୁ ଦଣ୍ଡ ଦେବେ କାରଣ ସେମାନେ ଭୁଲ କରୁଛନ୍ତି I

ବିରୋଧାଭାସ

ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ ଯାହା କିଛି ଅସମ୍ଭବକୁ ବର୍ଣ୍ଣନା କରିବା ନିମନ୍ତେ ଦେଖାଯାଏ I ଯୀଶୁ ବିରୋଧାଭାସ ବ୍ୟବହାର କରିଛନ୍ତି ଯେତେବେ ସେ କହନ୍ତି, “ତୁମ୍ଭମାନଙ୍କ ମଧ୍ୟରୁ ଯେକେହି ଶ୍ରେଷ୍ଠ ସେ ତୁମ୍ଭମାନଙ୍କର ସେବକ ହେଉ” ମାଥିଉ ୨୩:୧୧-୧୨ I