or_tn/jhn/20/intro.md

5.2 KiB
Raw Permalink Blame History

ଯୋହନ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସମାଧି

ଯୀଶୁ ଯେଉଁ ସମାଧିରେ କବରପ୍ରାପ୍ତ ହୋଇଥିଲେ (ଯୋହନ :୧), ତାହା ଏପ୍ରକାର ସମାଧି ଥିଲା, ଯେଉଁଠି ସମ୍ଭ୍ରାନ୍ତ ଯିହୂଦୀ ପରିବାରସମୁହ ସେମାନଙ୍କ ମୃତ ଲୋକମାନଙ୍କୁ କବର ଦେଉଥିଲେ I ଏହା ଏକ ବୃହତ୍ ପଥରକୁ ଖୋଳାଯାଇ ନିର୍ମାଣ କରାଯାଇଥିବା ଏକ ବାସ୍ତବ କୋଠାରୀ ଥିଲା I ଏହାର ଗୋଟିଏ ପାଖ ସମତଳ ସ୍ଥାନ ଥିଲା, ଯେଉଁଥିରେ ମୃତ ଶରୀରକୁ ତୈଳ ଓ ସୁଗନ୍ଧିଦ୍ରବ୍ୟ ଲଗାଇ ବସ୍ତ୍ରରେ ଗୁଡାଇ ରଖା ଯାଉଥିଲା I ତତ୍ପରେ ସେମାନେ ଏକ ବୃହତ୍ ପଥରକୁ ଗଡାଇ ସମାଧି ଦ୍ବାର ସମ୍ମୁଖରେ ରଖି ଦେଉଥିଲେ, ଯେପରି ଅନ୍ୟ କେହି ଭିତରକୁ ଦେଖି ପାରିବନାହିଁ କି ପ୍ରବେଶ କରି ପାରିବନାହିଁ I

“ପବିତ୍ର ଆତ୍ମାଙ୍କୁ ଗ୍ରହଣ କର”

ଯଦି ତୁମର ଭାଷା “ପ୍ରଶ୍ବାସ” ଓ “ଆତ୍ମା” ନିମନ୍ତେ ସମାନ ଶବ୍ଦ ବ୍ୟବହାର କରେ, ଏଥିନିମନ୍ତେ ନିଶ୍ଚିତ ହୁଅ ଯେ ପ୍ରଶ୍ବାସ ଛାଡି ଯୀଶୁ ଏକ ସାଙ୍କେତିକ କାର୍ଯ୍ୟ କରୁଛନ୍ତି ଓ ତଦ୍ଦ୍ବାରା ଶିଷ୍ୟମାନେ ଯୀଶୁଙ୍କ ପ୍ରଶ୍ବାସ ନୁହେଁ, ମାତ୍ର ପବିତ୍ର ଆତ୍ମା ଗ୍ରହଣ କରୁଛନ୍ତି I (ଦେଖ: [[rc:///ta/man/translate/translate-symaction]] ଓ [[rc:///tw/dict/bible/kt/holyspirit]])

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ରାବ୍ବୂନୀ

ଯୋହନ ଶବ୍ଦର ଧ୍ବନିକୁ ବୁଝାଇବା ନିମନ୍ତେ ଗ୍ରୀକ୍ ଅକ୍ଷର ବ୍ୟବହାର କରିଥିଲେ ଓ ତତ୍ପରେ ସେ ବୁଝାଇ ଥିଲେ ଯେ ଏହାର ଅର୍ଥ “ଗୁରୁ I” ତୁମେ ତୁମର ଭାଷା ବ୍ୟବହାର କରି ସେପରି କରିବା ଉଚିତ I

ଯୀଶୁଙ୍କ ପୁନରୁତ୍ଥିତ ଶରୀର

ସେ ପୁନର୍ବାର ଜୀବିତ ହେଲାପରେ ତାହାଙ୍କ ଶରୀର କି ପ୍ରକାର ଥିଲା, କେହି ନିଶ୍ଚିତରୂପେ ଜାଣନ୍ତି ନାହିଁ I ତାହାଙ୍କ ଶିଷ୍ୟମାନେ ଜାଣିଥିଲେ ଯେ ଏହା ଯୀଶୁ ଥିଲେ, କାରଣ ସେମାନେ ତାହାଙ୍କ ମୁଖକୁ ଦେଖି ପାରୁଥିଲେ ଓ ସୈନ୍ୟମାନେ ତାହାଙ୍କ ହାତରେ ଓ ପାଦରେ କଣ୍ଟାବିଦ୍ଧ କରିଥିବା ସ୍ଥାନକୁ ଛୁଇଁ ପାରୁଥିଲେ, କିନ୍ତୁ ସେ ଦୃଢ଼ କାନ୍ଥ ଓ ଦ୍ବାର ମଧ୍ୟଦେଇ ଯାଇ ପାରୁଥିଲେ I ULT ଯାହା କହେ, ତା’ଠାରୁ ଅଧିକ କହିବାକୁ ଚେଷ୍ଟା ନକରିବା ସବୁଠାରୁ ଉତ୍ତମ ହେବ I

ଶୁକ୍ଲବସ୍ତ୍ର ପରିହିତ ଦୁଇଜଣ ଦୂତ

ମାଥିଉ, ମାର୍କ, ଲୂକ ଓ ଯୋହନ ସମସ୍ତେ ଯୀଶୁଙ୍କ ସମାଧି ସ୍ଥାନରେ ସ୍ତ୍ରୀଲୋକ ମାନଙ୍କୁ ଦର୍ଶନ ଦେଇଥିବା ଶୁକ୍ଲବସ୍ତ୍ର ପରିହିତ ଦୂତମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି I ଦୁଇଜଣ ଲେଖକ ସେମାନଙ୍କୁ ମନୁଷ୍ୟ ଆକାରରେ କହିଛନ୍ତି, କିନ୍ତୁ ତାହା ଏଇଥିପାଇଁ କାରଣ ଦୂତମାନେ ମନୁଷ୍ୟ ରୂପରେ ଥିଲେ I ଦୁଇଜଣ ଲେଖକ ଦୁଇଜଣ ଦୂତଙ୍କ ବିଷୟରେ ଉଲ୍ଲେଖ କରନ୍ତି, କିନ୍ତୁ ଅନ୍ୟ ଦୁଇଜଣ ଲେଖକ କେବଳ ଜଣକ ବିଷୟରେ ଉଲ୍ଲେଖ କରନ୍ତି I ସମସ୍ତ ସୁସମାଚାରରେ ଅବିକଲ ଭାବରେ ସମାନ ବିଷୟ କୁହାଯାଇଥିବା କହିବାକୁ ଚେଷ୍ଟା ନକରି ULTରେ ଯେପରି ଲେଖାଅଛି, ସେପରି ପ୍ରତ୍ୟେକ ଅନୁଚ୍ଛେଦକୁ ଅନୁବାଦ କରିବା ସବୁଠାରୁ ଉତ୍ତମ ହେବ I (ଦେଖ: Matthew 28:1-2Mark 16:5Luke 24:4John 20:12)