or_tn/jhn/20/intro.md

26 lines
5.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଯୋହନ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### ସମାଧି
ଯୀଶୁ ଯେଉଁ ସମାଧିରେ କବରପ୍ରାପ୍ତ ହୋଇଥିଲେ ([ଯୋହନ :୧](../../jhn/20/01.md)), ତାହା ଏପ୍ରକାର ସମାଧି ଥିଲା, ଯେଉଁଠି ସମ୍ଭ୍ରାନ୍ତ ଯିହୂଦୀ ପରିବାରସମୁହ ସେମାନଙ୍କ ମୃତ ଲୋକମାନଙ୍କୁ କବର ଦେଉଥିଲେ I ଏହା ଏକ ବୃହତ୍ ପଥରକୁ ଖୋଳାଯାଇ ନିର୍ମାଣ କରାଯାଇଥିବା ଏକ ବାସ୍ତବ କୋଠାରୀ ଥିଲା I ଏହାର ଗୋଟିଏ ପାଖ ସମତଳ ସ୍ଥାନ ଥିଲା, ଯେଉଁଥିରେ ମୃତ ଶରୀରକୁ ତୈଳ ଓ ସୁଗନ୍ଧିଦ୍ରବ୍ୟ ଲଗାଇ ବସ୍ତ୍ରରେ ଗୁଡାଇ ରଖା ଯାଉଥିଲା I ତତ୍ପରେ ସେମାନେ ଏକ ବୃହତ୍ ପଥରକୁ ଗଡାଇ ସମାଧି ଦ୍ବାର ସମ୍ମୁଖରେ ରଖି ଦେଉଥିଲେ, ଯେପରି ଅନ୍ୟ କେହି ଭିତରକୁ ଦେଖି ପାରିବନାହିଁ କି ପ୍ରବେଶ କରି ପାରିବନାହିଁ I
### “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର”
ଯଦି ତୁମର ଭାଷା “ପ୍ରଶ୍ବାସ” ଓ “ଆତ୍ମା” ନିମନ୍ତେ ସମାନ ଶବ୍ଦ ବ୍ୟବହାର କରେ, ଏଥିନିମନ୍ତେ ନିଶ୍ଚିତ ହୁଅ ଯେ ପ୍ରଶ୍ବାସ ଛାଡି ଯୀଶୁ ଏକ ସାଙ୍କେତିକ କାର୍ଯ୍ୟ କରୁଛନ୍ତି ଓ ତଦ୍ଦ୍ବାରା ଶିଷ୍ୟମାନେ ଯୀଶୁଙ୍କ ପ୍ରଶ୍ବାସ ନୁହେଁ, ମାତ୍ର ପବିତ୍ର ଆତ୍ମା ଗ୍ରହଣ କରୁଛନ୍ତି I (ଦେଖ: [[rc://*/ta/man/translate/translate-symaction]] ଓ [[rc://*/tw/dict/bible/kt/holyspirit]])
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### ରାବ୍ବୂନୀ
ଯୋହନ ଶବ୍ଦର ଧ୍ବନିକୁ ବୁଝାଇବା ନିମନ୍ତେ ଗ୍ରୀକ୍ ଅକ୍ଷର ବ୍ୟବହାର କରିଥିଲେ ଓ ତତ୍ପରେ ସେ ବୁଝାଇ ଥିଲେ ଯେ ଏହାର ଅର୍ଥ “ଗୁରୁ I” ତୁମେ ତୁମର ଭାଷା ବ୍ୟବହାର କରି ସେପରି କରିବା ଉଚିତ I
### ଯୀଶୁଙ୍କ ପୁନରୁତ୍ଥିତ ଶରୀର
ସେ ପୁନର୍ବାର ଜୀବିତ ହେଲାପରେ ତାହାଙ୍କ ଶରୀର କି ପ୍ରକାର ଥିଲା, କେହି ନିଶ୍ଚିତରୂପେ ଜାଣନ୍ତି ନାହିଁ I ତାହାଙ୍କ ଶିଷ୍ୟମାନେ ଜାଣିଥିଲେ ଯେ ଏହା ଯୀଶୁ ଥିଲେ, କାରଣ ସେମାନେ ତାହାଙ୍କ ମୁଖକୁ ଦେଖି ପାରୁଥିଲେ ଓ ସୈନ୍ୟମାନେ ତାହାଙ୍କ ହାତରେ ଓ ପାଦରେ କଣ୍ଟାବିଦ୍ଧ କରିଥିବା ସ୍ଥାନକୁ ଛୁଇଁ ପାରୁଥିଲେ, କିନ୍ତୁ ସେ ଦୃଢ଼ କାନ୍ଥ ଓ ଦ୍ବାର ମଧ୍ୟଦେଇ ଯାଇ ପାରୁଥିଲେ I ULT ଯାହା କହେ, ତା’ଠାରୁ ଅଧିକ କହିବାକୁ ଚେଷ୍ଟା ନକରିବା ସବୁଠାରୁ ଉତ୍ତମ ହେବ I
### ଶୁକ୍ଲବସ୍ତ୍ର ପରିହିତ ଦୁଇଜଣ ଦୂତ
ମାଥିଉ, ମାର୍କ, ଲୂକ ଓ ଯୋହନ ସମସ୍ତେ ଯୀଶୁଙ୍କ ସମାଧି ସ୍ଥାନରେ ସ୍ତ୍ରୀଲୋକ ମାନଙ୍କୁ ଦର୍ଶନ ଦେଇଥିବା ଶୁକ୍ଲବସ୍ତ୍ର ପରିହିତ ଦୂତମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି I ଦୁଇଜଣ ଲେଖକ ସେମାନଙ୍କୁ ମନୁଷ୍ୟ ଆକାରରେ କହିଛନ୍ତି, କିନ୍ତୁ ତାହା ଏଇଥିପାଇଁ କାରଣ ଦୂତମାନେ ମନୁଷ୍ୟ ରୂପରେ ଥିଲେ I ଦୁଇଜଣ ଲେଖକ ଦୁଇଜଣ ଦୂତଙ୍କ ବିଷୟରେ ଉଲ୍ଲେଖ କରନ୍ତି, କିନ୍ତୁ ଅନ୍ୟ ଦୁଇଜଣ ଲେଖକ କେବଳ ଜଣକ ବିଷୟରେ ଉଲ୍ଲେଖ କରନ୍ତି I ସମସ୍ତ ସୁସମାଚାରରେ ଅବିକଲ ଭାବରେ ସମାନ ବିଷୟ କୁହାଯାଇଥିବା କହିବାକୁ ଚେଷ୍ଟା ନକରି ULTରେ ଯେପରି ଲେଖାଅଛି, ସେପରି ପ୍ରତ୍ୟେକ ଅନୁଚ୍ଛେଦକୁ ଅନୁବାଦ କରିବା ସବୁଠାରୁ ଉତ୍ତମ ହେବ I (ଦେଖ: [Matthew 28:1-2](../../mat/28/01.md) ଓ [Mark 16:5](../../mrk/16/05.md) ଓ [Luke 24:4](../../luk/24/04.md) ଓ [John 20:12](../../jhn/20/12.md))