or_tn/jhn/18/intro.md

4.2 KiB

ଯୋହନ ୧୮ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

୧୪ ପଦ କହେ. “ବର୍ତ୍ତମାନ କୟାଫା ଯିହୁଦୀମାନଙ୍କୁ ପରାମର୍ଶ ଦିଅନ୍ତି ଯେ ଲୋକମାନଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ଅଟେ I ”ଲେଖକ ଏହା ପାଠକମାନଙ୍କୁ ବୁଝିବାରେ ସାହାଯ୍ୟ ନିମନ୍ତେ କହୁଛନ୍ତି ଯେ ସେମାନେ କାହିଁକି ଯୀଶୁଙ୍କୁ କୟାଫାଙ୍କ ନିକଟକୁ ନେଇଥିଲେ I ତୁମେ ହୁଏତ ଏହି ପଦଗୁଡିକୁ ବନ୍ଧନୀ ମଧ୍ୟରେ ରଖିବାକୁ ଚାହିଁପାର I (ଦେଖ: rc://*/ta/man/translate/writing-background)

ଏହି ଅଧ୍ୟାୟର ବିଶେଷ ଧାରଣା

“କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କ ବ୍ୟବସ୍ଥା ସଙ୍ଗତ ନୁହଁ”

ରୋମୀୟ ସରକାର ଅପରାଧୀମାନଙ୍କୁ ବଧ କରିବା ନିମନ୍ତେ ଯିହୂଦୀମାନଙ୍କୁ ଅନୁମତି ଦେଉ ନଥିଲେ, ତେଣୁ ଯିହୁଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ, ଶାସନକର୍ତ୍ତା, ପୀଲାତଙ୍କୁ ନିବେଦନ କରିବାକୁ ଆବଶ୍ୟକ ମନେକଲେ (ଯୋହନ ୧୮:୩୧) I

ଯୀଶୁଙ୍କ ରାଜ୍ୟ

ଯେତେବେଳେ ଯୀଶୁ ପୀଲାତଙ୍କୁ କହିଲେ ଯେ ମୋହର ରାଜ୍ୟ “ଏହି ଜଗତ ସମ୍ବନ୍ଧୀୟ” ନୁହେଁ, ଯୀଶୁ କେଉଁ ଅର୍ଥରେ ତାହା କହିଥିଲେ, କେହି ନିଶ୍ଚିତ ଭାବରେ ଜାଣନ୍ତି ନାହିଁ (ଯୋହନ ୧୮:୩୬) I କେତେକ ଲୋକମାନେ ଭାବନ୍ତି ଯେ ଯୀଶୁଙ୍କ ରାଜ୍ୟ କେବଳ ଆତ୍ମିକ ଓ ଜଗତରେ ସେସମସ୍ତ ଦୃଶ୍ୟମାନ ରାଜ୍ୟ ନୁହେ, ଅନ୍ୟ ଲୋକମାନେ ଭାବନ୍ତି ଯେ ଅନ୍ୟ ରାଜାମାନେ ଯେ ପ୍ରକାରେ ସେମାନଙ୍କର ରାଜ୍ୟ ସ୍ଥାପନ କରନ୍ତି, ଯୀଶୁ ସେ ପ୍ରକାରେ ବଳପୂର୍ବକ ଆପଣା ରାଜ୍ୟ ସ୍ଥାପନ କରିବେ ନାହିଁ I ଏହି ପଦଗୁଡିକୁ “ଏହି ଜଗତର ନୁହେଁ” କିମ୍ବା “ଏହି ସ୍ଥାନରୁ ନୁହେଁ” କିଅବା “ଅନ୍ୟ ସ୍ଥାନରୁ ଆସିଅଛି” ସଦୃଶ ଅନୁବାଦ କରିବା ସମ୍ଭବ ଅଟେ I

ଯିହୂଦୀମାନଙ୍କ ରାଜା”

ଯେତେବେଳେ ପୀଲାତ ପଚାରିଲେ ଯେ ଯୀଶୁ କ”ଣ ଯିହୂଦୀମାନଙ୍କ ରାଜା (ଯୋହନ ୧୮:୩୩), ସେ ପଚାରୁଛନ୍ତି ଯେ ଯୀଶୁ କ”ଣ ହେରୋଦଙ୍କ ସଦୃଶ ରାଜା ହେବା ଦାବୀ କରୁଛନ୍ତି, ଯାହାଙ୍କୁ ରୋମୀୟମାନେ ଯିହୂଦା ପ୍ରଦେଶ ଉପରେ ଶାସନ କରିବାକୁ ନିଯୁକ୍ତ କରିଥିଲେ I ଯେତେବେଳେ ସେ ଲୋକମାନଙ୍କୁ ପଚାରିଥିଲେ ଯେ ସେ କ”ଣ ଯିହୂଦୀମାନଙ୍କ ରାଜାକୁ ମୁକ୍ତ କରିବେ (ଯୋହନ ୧୮:୩୯), ସେ ଯିହୂଦୀମାନଙ୍କୁ ବିଦ୍ରୂପ କରୁଛନ୍ତି, କାରଣ ରୋମୀୟ ଓ ଯିହୂଦୀମାନେ ପରସ୍ପରକୁ ଘୃଣା କରୁଥିଲେ I ସେ ଯୀଶୁଙ୍କୁ ମଧ୍ୟ ବିଦ୍ରୂପ କରୁଥିଲେ, କାରଣ ସେ ଯୀଶୁ ଜଣେ ରାଜା ହେବା ଭାବିପାରି ନଥିଲେ I (ଦେଖ: rc://*/ta/man/translate/figs-irony)