or_tn/jhn/17/intro.md

2.4 KiB

ଯୋହନ ୧୭ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟର ଏକ ଦୀର୍ଘ ପ୍ରାର୍ଥନା ଗଠନ କରେ I

ଏହି ଅଧ୍ୟାୟର ବିଶେଷ ଧାରଣା

ମହିମା

ଶାସ୍ତ୍ର ସର୍ବଦା ଈଶ୍ବରଙ୍କ ମହିମାକୁ ଏକ ମହାନ୍, ତେଜୋମୟ ଦୀପ୍ତି ସଦୃଶ ଉପସ୍ଥାପନ କରିଥାଏ I ଯେତେବେଳେ ଲୋକେ ଏହି ଦୀପ୍ତି ଦର୍ଶନ କରନ୍ତି, ସେମାନେ ଭୟଭୀତ ହୁଅନ୍ତି I ଏହି ଅଧ୍ୟାୟରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ତାହାଙ୍କ ପ୍ରକୃତ ମହିମା ଦେଖାଇବା ନିମନ୍ତେ ପ୍ରାର୍ଥନା କରୁଛନ୍ତି (ଯୋହନ ୧୭:୧) I

ଯୀଶୁ ଅନାଦିଅନନ୍ତ ଅଟନ୍ତି

ଈଶ୍ବର ଜଗତକୁ ସୃଷ୍ଟି କରିବା ପୂର୍ବରୁ ଯୀଶୁ ଥିଲେ (ଯୋହନ ୧୭:୫)I ଯୋହନ ଏ ବିଷୟରେ ଯୋହନ ୧:୧ରେ ଲେଖିଥିଲେ I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ପ୍ରାର୍ଥନା

ଯୀଶୁ ଈଶ୍ବରଙ୍କ କେବଳ ଏକମାତ୍ର ଓ ଅଦ୍ବିତୀୟ ପୁତ୍ର ଅଟନ୍ତି (ଯୋହନ ୩:୧୬) I ତେଣୁ ସେ ଅନ୍ୟ ଲୋକମାନଙ୍କଠାରୁ ଭିନ୍ନ ଭାବରେ ପ୍ରାର୍ଥନା କରି ପାରନ୍ତି I ସେ ଅନେକ ଶବ୍ଦ ବ୍ୟବହାର କରିଛନ୍ତି, ଯାହା ଆଜ୍ଞା ସଦୃଶ ଜଣାପଡୁଛି I ତୁମର ଅନୁବାଦ ଯୀଶୁ ପ୍ରେମ ଓ ସମ୍ମାନର ସହିତ ଆପଣା ପିତାଙ୍କ ସହିତ କଥା କହୁଥିବା ସଦୃଶ ଓ ପିତାଙ୍କର ଆନନ୍ଦ ନିମନ୍ତେ ପିତା କ”ଣ କରିବା ପ୍ରୟୋଜନ, ତାହା କହୁଥିବା ସଦୃଶ ଜଣାଯିବା ଉଚିତ I