or_tn/jhn/05/intro.md

3.4 KiB

ଯୋହନ ୦୫ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସୁସ୍ଥକାରୀ ଜଳ

ଅନେକ ଯିହୂଦୀ ବିଶ୍ବାସ କରୁଥିଲେ ଯେ ଯିରୂଶାଲମସ୍ଥିତ କେତେକ ପୁଷ୍କରଣୀରେ ଜଳ “କମ୍ପମାନ ହେବା” ସମୟରେ ଯେ ପ୍ରବେଶ କରିବ, ଈଶ୍ବର ସେହି ଲୋକମାନଙ୍କୁ ସୁସ୍ଥ କରିବେ I

ସାକ୍ଷ୍ୟ

ଜଣେ ଅନ୍ୟ ଜଣକ ବିଷୟରେ ଯାହା କହେ, ତାହା ସାକ୍ଷ୍ୟ ଅଟେ I ଜଣେ ବ୍ୟକ୍ତି ଆପଣା ବିଷୟରେ ଯାହା କହେ, ତା”ଅପେକ୍ଷା ସେହି ବ୍ୟକ୍ତି ବିଷୟରେ ଅନ୍ୟମାନେ ଯାହା କହନ୍ତି, ତାହା ଗୁରୁତ୍ବପୂର୍ଣ୍ଣ ଅଟେ I ଯୀଶୁ ଯିହୂଦୀମାନଙ୍କୁ କହିଲେ ଯେ ଯୀଶୁ କିଏ ବୋଲି ଈଶ୍ବର ସେମାନଙ୍କୁ କହି ସାରିଛନ୍ତି, ସେଥିନିମନ୍ତେ ସେ କିଏ ବୋଲି ସେ ସେମାନଙ୍କୁ କହିବା ଆବଶ୍ୟକ ନାହିଁ I ଏଇଥି ପାଇଁ ଯେ ଈଶ୍ବର ପୁରାତନ ନିୟମର ଲେଖକମାନଙ୍କୁ କହିଥିଲେ ଯେ ମସୀହ କ”ଣ ସବୁ କରିବେ ଓ ସେମାନେ ସେ ଆସିଲେ ଯାହା ସବୁ କରିବେ ବୋଲେ ଲେଖିଥିଲେ, ଯୀଶୁ ସେହିସବୁ କରୁଥିଲେ I

ଜୀବନର ପୁନରୁତ୍ଥାନ ଓ ବିଚାରର ପୁନରୁତ୍ଥାନ

ଈଶ୍ବର କେତେକ ଲୋକଙ୍କୁ ପୁନର୍ବାର ଜୀବିତ କରିବେ ଓ ଯେହେତୁ ସେ ସେମାନଙ୍କୁ ଆପଣାର ଅନୁଗ୍ରହ ପ୍ରଦାନ କରନ୍ତି, ସେମାନେ ତାହାଙ୍କ ସହିତ ଅନନ୍ତକାଳ ବାସ କରିବେ I କିନ୍ତୁ ସେ କେତକଙ୍କୁ ଜୀବିତ କରିବେ ଓ ଯେହେତୁ ସେ ସେମାନଙ୍କ ସହିତ ନ୍ୟାୟୋଚିତ ଭାବରେ ବ୍ୟବହାର କରିବେ, ସେମାନେ ତାହାଙ୍କ ବିନା ଅନନ୍ତକାଳ ବାସ କରିବେ I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ପୁତ୍ର, ଈଶ୍ବରଙ୍କ ପୁତ୍ର ଓ ମନୁଷ୍ୟପୁତ୍ର

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ପୁତ୍ର” (ଯୋହନ ୫:୧୯), “ଈଶ୍ବରଙ୍କ ପୁତ୍ର” (ଯୋହନ ୫:୨୫), ଓ “ମନୁଷ୍ୟପୁତ୍ର” (ଯୋହନ ୫:୨୭) ହେବା କହୁଛନ୍ତି I ତୁମର ଭାଷା ହୁଏତ ଯେପରି ସେମାନେ ଅନ୍ୟକାହା ବିଷୟରେ କହୁଥିବା ସଦୃଶ ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଅନୁମତି ଦିଏନାହି I (ଦେଖ: [[rc:///tw/dict/bible/kt/sonofman]] ଓ [[rc:///ta/man/translate/figs-123person]])