or_tn/heb/front/intro.md

15 KiB
Raw Permalink Blame History

ଏବ୍ରୀ ପୁସ୍ତକର ପରିଚୟ

ଭାଗ ୧: ସାଧାରଣ ପରିଚୟ

ଏବ୍ରୀ ପୁସ୍ତକର ରୂପରେଖା

୧. ଯୀଶୁ ଭାବବାଦୀ ଓ ଦୂତମାନଙ୍କଠାରୁ ଶ୍ରେଷ୍ଠ ଅଟନ୍ତି (୧:୧-୪:୧୩) ୧. ଯୀଶୁ ଯାଜକମାନଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି ଯେଉଁମାନେ ଯିରୁଶାଲମ ମନ୍ଦିରରେ ସେବା କରନ୍ତି (୪:୧୪-୭:୨୮) ୧.ଯୀଶୁଙ୍କ ସେବାକାର୍ଯ୍ୟ ପୁରାତନ ନିୟମ ଅପେକ୍ଷା ଶ୍ରେଷ୍ଠ ଅଟେ ଯାହା ଈଶ୍ବର ଆପଣା ଲୋକମାନଙ୍କ ସହିତ ସ୍ଥାପନ କରିଥିଲେ (୮:୧-୧୦:୩୯) ୧. ବିଶ୍ବାସ କ’ଣ ଅଟେ (୧୧:୧-୪୦) ୧. ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ହେବା ନିମନ୍ତେ ପ୍ରୋତ୍ସାହନ (୧୨:୧-୨୯) ୧. ଅନ୍ତିମ ଉତ୍ସାହ ଓ ଅଭିବାଦନ (୧୩:୧-୨୫)

ଏବ୍ରୀ ପୁସ୍ତକ କିଏ ଲେଖିଥିଲେ ?

ଏବ୍ରୀ ପୁସ୍ତକ କିଏ ଲେଖିଥିଲେ, କେହି ଜାଣନ୍ତି ନାହିଁ I ପଣ୍ଡିତମାନେ ଅନେକ ବିଭିନ୍ନ ଲୋକଙ୍କ ପ୍ରସ୍ତାବ ଦେଇଛନ୍ତି, ଯେଉଁମାନେ ସମ୍ଭବତଃ ଏହାର ଲେଖକ ହୋଇଥାଇପାରନ୍ତି I ସମ୍ଭାବିତ ଲେଖକମାନେ ପାଉଲ, ଲୂକ ଓ ବର୍ଣ୍ବବ୍ବା ଅଟନ୍ତି I ଲେଖାଯାଇଥିବା ତାରିଖ ମଧ୍ୟ ଅଜ୍ଞାତ ଅଟେ I ଅଧିକାଂଶ ପଣ୍ଡିତମାନେ ଭାବନ୍ତି ଯେ ଏହା ୭୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଲେଖାଯାଇଥିଲା I ଯିରୂଶାଲମ ୭୦ ଖ୍ରୀଷ୍ଟାବ୍ଦରେ ଧ୍ବଂସ ହୋଇଥିଲା, କିନ୍ତୁ ଏହି ପତ୍ରର ଲେଖକ ଯିରୂଶାଲମ ବିଷୟରେ କହିଛନ୍ତି ଯେପରି ଏପର୍ଯ୍ୟନ୍ତ ଧ୍ବଂସ ହୋଇ ନଥିଲା I

ଏବ୍ରୀ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ ଅଛି ?

ଏବ୍ରୀୟ ପୁସ୍ତକରେ, ଲେଖକ ଦର୍ଶାନ୍ତି ଯେ ଯୀଶୁ ପୁରାତନ ନିୟମର ଭାବବାଣୀଗୁଡିକୁ ସଫଳ କଲେ I ଲେଖକ, ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହା କଲେ ଯାହା ପୁରାତନ ନିୟମ ଉତ୍ସର୍ଗ କରିଥିବା ଯେକୌଣସି ବିଷୟ ଅପେକ୍ଷା ଯୀଶୁ ଯେ ଅତ୍ୟୁତ୍ତମ ତାହା ପ୍ରକାଶ କରନ୍ତି I ଯୀଶୁ ଯୋଗ୍ୟ ମହାଯାଜକ ଅଟନ୍ତି I ଯୀଶୁ ମଧ୍ୟ ନିଖୁନ୍ତ ବଳିଦାନ ଥିଲେ I ପଶୁବଳି ନିଷ୍ପ୍ରୟୋଜନ ହୋଇଗଲା କାରଣ ଯୀଶୁଙ୍କ ବଳିଦାନ ଥରେ ସବୁଦିନ ପାଇଁ ହେଲା I ଅତଏବ, ଈଶ୍ବରଙ୍କ ଦ୍ବାରା ଗ୍ରହଣଯୋଗ୍ୟ ହେବା ନିମନ୍ତେ ଯୀଶୁ ହିଁ କେବଳ ଏକ ଓ ଏକମାତ୍ର ପଥ ଅଟନ୍ତି I

ଏହି ପୁସ୍ତକର ଶୀର୍ଷକ କିପରି ଭାବରେ ଅନୁବାଦ ହେବା ଉଚିତ ?

ଅନୁବାଦକମାନେ ଏହାର ପାରମ୍ପାରିକ ଶୀର୍ଷକ “ଏବ୍ରୀ ପୁସ୍ତକ,” କିମ୍ବା ସେମାନେ ଗୋଟିଏ ସ୍ପଷ୍ଟ ଶୀର୍ଷକ “ଏବ୍ରୀମାନଙ୍କ ନିକଟକୁ ପତ୍ର” କିଅବା “ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପତ୍ର” ନାମକ ଶୀର୍ଷକ ମନୋନୀତ କରିଥାଇପାରନ୍ତି I (ଦେଖ: rc://*/ta/man/translate/translate-names)

ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମସମ୍ବନ୍ଧୀୟ ଓ ସାଂସ୍କୃତିକ ଧାରଣା

ପୁରାତନ ନିୟମରେ ଆବଶ୍ୟକ ହେଉଥିବା ବଳି ଓ ଯାଜକମାନଙ୍କର କର୍ମ ବିଷୟରେ ନ ଜାଣି ପାଠକମାନେ ଏହି ପୁସ୍ତକକୁ ବୁଝିପାରିବେ କି ?

ଏହି ସମସ୍ତ ବିଷୟ ନବୁଝି ଏହି ପୁସ୍ତକକୁ ବୁଝିବା ପାଠକମାନଙ୍କ ନିମନ୍ତେ କଷ୍ଟକର ହେବ I ଅନୁବାଦକମାନେ ହୁଏତ ପୁରାତନ ନିୟମର ଏହି କେତେକ ଧାରଣାକୁ ଟିପ୍ପଣୀ ଭାବରେ କିମ୍ବା ଏହି ପୁସ୍ତକର ଗୋଟିଏ ପରିଚୟ ଭାବରେ ସ୍ପଷ୍ଟ କରିବାକୁ ଚିନ୍ତା କରିପାରନ୍ତି I

ଏବ୍ରୀ ପୁସ୍ତକରେ ରକ୍ତର ଚିନ୍ତାଧାରା କିପରି ଭାବରେ ବ୍ୟବହୃତ ହୋଇଛି ?

ଏବ୍ରୀ ୯:୭ରୁ ଆରମ୍ଭ କରି, ରକ୍ତ ସମ୍ବନ୍ଧୀୟ ଚିନ୍ତାଧାରା ସର୍ବଦା କୌଣସି ପଶୁର ମୃତ୍ୟୁକୁ ଦର୍ଶାଇବା ନିମନ୍ତେ ଏକ ରୁପକ ସଦୃଶ ବ୍ୟବହୃତ ହେଲା ଯାହା ଇଶ୍ରାୟେଲ ସହିତ ଈଶ୍ବରଙ୍କ ନିୟମ ଅନୁସାରେ ଉତ୍ସର୍ଗୀକୃତ ହେଲା I ଲେଖକ ମଧ୍ୟ ରକ୍ତକୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରିଛନ୍ତି I ଯୀଶୁ ନିଖୁନ୍ତ ବଳିଦାନ ହୋଇଥିଲେ ଯେପରି ଈଶ୍ବର ତାହାଙ୍କ ବିରୁଦ୍ଧରେ ପାପ କରିଥିବା ଲୋକମାନଙ୍କୁ କ୍ଷମା କରିବେ I (ଦେଖ: rc://*/ta/man/translate/figs-metonymy)

[ଏବ୍ରୀ ୯:୧୯] (../../heb/09/19.md)ରୁ ଆରମ୍ଭ କରି, ଲେଖକ ସେଚନ କରିବା ଚିନ୍ତାଧାରାକୁ ଏକ ସାଂକେତିକ କାର୍ଯ୍ୟ ସଦୃଶ ବ୍ୟବହାର କରୁଥିଲେ I ପୁରାତନ ନିୟମର ଯାଜକମାନେ ପଶୁମାନଙ୍କ ବଳୀକୃତ ରକ୍ତ ସେଚନ କରୁଥିଲେ I ଏହା ପଶୁର ମୃତ୍ୟୁରେ ଉପକାରିତାର ଏକ ନିଦର୍ଶନ ସ୍ବରୂପେ ଲୋକମାନଙ୍କ ଅବା କୌଣସି ବିଷୟ ପ୍ରତି ପ୍ରୟୋଗ କରା ଯାଉଥିଲା I ଏହା ପ୍ରମାଣ କରୁଥିଲା ଯେ ଲୋକମାନେ ଅଥବା କୌଣସି ବିଷୟ ଈଶ୍ବରଙ୍କ ପ୍ରତି ଗ୍ରହଣ ଯୋଗ୍ୟ ଥିଲେ I (ଦେଖ: rc://*/ta/man/translate/translate-symaction)

ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟାମାନ

ULT ରେ “ପବିତ୍ର” ଓ “ପବିତ୍ର କରିବା” ଚିନ୍ତାଧାରାକୁ ଏବ୍ରୀ ପୁସ୍ତକରେ କିପରି ଉପସ୍ଥାପନ କରାଯାଇଛି ?

ଶାସ୍ତ୍ର ଏହି ପଦଗୁଡିକୁ ବିଭିନ୍ନ ଚିନ୍ତାଧାରା ମଧ୍ୟରୁ କୌଣସି ଗୋଟିଏକୁ ସୂଚାଇ ଥାଏ I ଏହି କାରଣରୁ, ଅନୁବାଦକମାନଙ୍କ ନିମନ୍ତେ ସେମାନଙ୍କ ସଂସ୍କରଣଗୁଡିକରେ ଭଲ ଭାବରେ ଉପସ୍ଥାପନ କରିବାକୁ ପ୍ରାୟତଃ ଅସୁବିଧା ହୋଇଥାଏ I ଇଂରାଜୀରେ ଅନୁବାଦ କରିବା ସମୟରେ, ULT ନିମ୍ନଲିଖିତ ନିୟମ ଗୁଡିକ ପାଳନ କରିଥାଏ:

  • ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ନୈତିକ ପବିତ୍ରତାକୁ ସୂଚାଇ ଥାଏ I ବିଶେଷକରି ସୁସମାଚାର ବୁଝିବା ନିମନ୍ତେ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ ଯେ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ଅକଳୁଷିତ ଦେଖନ୍ତି କାରଣ ସେମାନେ ଯୀଶୁଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଅଟନ୍ତି I ତତ୍ ସମ୍ବନ୍ଧୀୟ ଅନ୍ୟ ଏକ ବିଷୟ ଯାହା ଈଶ୍ବର “ପବିତ୍ର” ଓ “ନିଷ୍କଳଙ୍କ” ଅଟନ୍ତି I ତୃତୀୟ ବିଷୟ ଯାହା ଖ୍ରୀଷ୍ଟିୟାନମାନେ ଜୀବନରେ ଅନିନ୍ଦନୀୟ, ତୃଟିଶୂନ୍ୟ ଆଚରଣ କରିବା ଉଚିତ I ଏହି କ୍ଷେତ୍ରରେ, ULT “ପବିତ୍ର,” “ପବିତ୍ର ଈଶ୍ବର,” ପବିତ୍ର ବ୍ୟକ୍ତି” କିମ୍ବା “ପବିତ୍ର ଲୋକ” ଶବ୍ଦ ବ୍ୟବହାର କରିଥାଏ I
  • ଅନେକ ସମୟରେ ସେମାନଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଭୂମିକା ଉପଯୋଗ କରିବା ନିମନ୍ତେ ନଦର୍ଶାଇ ଏହା ସରଳ ଭାବରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇଥାଏ I ଏହିସବୁ କ୍ଷେତ୍ରରେ, ULT “ବିଶ୍ବାସୀ” କିମ୍ବା “ବିଶ୍ବାସୀମାନେ” ଶବ୍ଦ ବ୍ୟବହାର କରିଥାଏ I (ଦେଖ: ୬:୧୦; ୧୩:୨୪)
  • ବେଳେବେଳେ ଅର୍ଥଟି କେବଳ ଈଶ୍ବରଙ୍କ ନିମନ୍ତେ କେହିଜଣେ ବା କୌଣସି ବିଷୟ ପୃଥକୀକୃତ ହେବାର ଚିନ୍ତାଧାରାକୁ ସୂଚାଇ ଥାଏ I ଏହିସବୁ କ୍ଷେତ୍ରରେ, ULT “ପବିତ୍ରୀକୃତ,” ପୃଥକୀକୃତ,” “ଉତ୍ସର୍ଗୀକୃତ” କିମ୍ବା “ସଂରକ୍ଷିତ” ଶବ୍ଦ ଗୁଡିକ ବ୍ୟବହାର କରିଥାଏ I (ଦେଖ: :୧୧; ୯:୧୩; ୧୦:୧୦,୧୪,୨୯; ୧୩:୧୨)

UST ଅଧିକାଂଶ ସମୟରେ ସାହାଯ୍ୟକାରୀ ହୋଇ ପାରିବ ଯେବେ ଅନୁବାଦକମାନେ ଏହି ଚିନ୍ତାଧାରାଗୁଡିକ ସେମାନଙ୍କ ସଂସ୍କରଣରେ କିପରି ଉପସ୍ଥାପନ କରାଯିବେ ସେହି ବିଷୟରେ ଚିନ୍ତା କରିବେ I

ଏବ୍ରୀ ପୁସ୍ତକରେ କେଉଁ ମୁଖ୍ୟ ସମସ୍ୟାମାନ ରହିଛି ?

କାରଣ ନିମ୍ନଲିଖିତ ପଦଗୁଡିକ, ବାଇବଲର ଆଧୁନିକ ସଂସ୍କରଣ ପୁରାତନ ସଂସ୍କରଣଠାରୁ ଭିନ୍ନ ଅଟନ୍ତି I ULT ଶାସ୍ତ୍ରରେ ଆଧୁନିକ ଲେଖା ରହିଅଛି ଓ ପୁରାତନ ଲେଖାକୁ ପାଦଟୀକାରେ ଦିଆଯାଇଛି I ଯଦି ବାଇବଲର କୌଣସି ଅନୁବାଦ ଏକ ସାଧାରଣ ଅଞ୍ଚଳରେ ସୀମିତ ଥାଏ, ଅନୁବାଦକମାନେ ସେହି ସଂସ୍କରଣ ଗୁଡିକରେ ରହିଥିବା ପଠନକୁ ବ୍ୟବହାର କରିବା ଉଚିତ I ଯଦି ନାହିଁ, ତେବେ ଅନୁବାଦକମାନେ ଆଧୁନିକ ଲେଖାଗୁଡିକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି I

  • “ତୁମ୍ଭେମାନେ ତାହାଙ୍କୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ”(:୭) କେତେକ ପୁରାତନ ସଂସ୍କରଣରେ, “ତୁମ୍ଭେ ତାହାଙ୍କୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ ଓ ଆପଣା ହସ୍ତକୃତ କର୍ମ ଉପରେ ଅଧିକାର ଦେଇଅଛ I ”
  • “ଯେଉଁମାନେ ସେମାନଙ୍କ ସହିତ ବିଶ୍ବାସରେ ସଂଯୁକ୍ତ ହେଲେ ନାହିଁ” ଯେଉଁମାନେ ଅଜ୍ଞା ପାଳନ କଲେ (୪:) I କେତେକ ପୁରାତନ ସଂସ୍କରଣରେ, “ଯେଉଁମାନେ ବିଶ୍ବାସ ସହିତ ସଂଯୁକ୍ତ ନହୋଇ ଏହା ଶ୍ରବଣ କରି ଅଛନ୍ତି I ”
  • “ଖ୍ରୀଷ୍ଟ ଉତ୍ତମ ବିଷୟର ଜଣେ ମହାଯାଜକ ସ୍ବରୁପ ଆବିର୍ଭାବ ହେଲେ” (୯:୧୧)I କେତେକ ଆଧୁନିକ ସଂସ୍କରଣ ଓ ପୁରାତନ ସଂସ୍କରଣରେ, “ଖ୍ରୀଷ୍ଟ ଉତ୍ତମ ବିଷୟର ଜଣେ ମହାଯାଜକ ସ୍ବରୁପ ଆବିର୍ଭାବ ହେଲେ I”
  • “ସେମାନଙ୍କ ନିମନ୍ତେ ଯେଉଁମାନେ ବନ୍ଦୀ ଥିଲେ” (୧୦:୩୪) I କେତେକ ପୁରାତନ ସଂସ୍କରଣରେ, “ମୋ ନିମନ୍ତେ ବନ୍ଧନରେ I”
  • “ସେମାନେ ପ୍ରସ୍ତରାଘାତ ହେଲେ I ସେମାନେ କରତ ଦ୍ବାରା ଦ୍ବିଖଣ୍ଡ କରାଗଲେ I ସେମାନେ ଖଡ୍ଗ ଦ୍ବାରା ହତ ହେଲେ I” (୧୧:୩୭) କେତେକ ପୁରାତନ ସଂସ୍କରଣରେ, “ସେମାନେ ପ୍ରସ୍ତରାଘାତରେ ହେଲେ I ସେମାନେ କରତ ଦ୍ବାରା ଦ୍ବିଖଣ୍ଡ କରାଗଲେ I ସେମାନେ ପରୀକ୍ଷିତ ହେଲେ I ସେମାନେ ଖଡ୍ଗ ଦ୍ବାରା ହତ ହେଲେ I”
  • ""ଏପରିକି ଯଦିୟ କୌଣସି ପଶୁ ସୁଦ୍ଧା ପର୍ବତ ସ୍ପର୍ଶ କରେ, ସେ ପ୍ରସ୍ତରାଘାତ ହେବା ଉଚିତ” (୧୨:) I କେତେକ ପୁରାତନ ସଂସ୍କରଣରେ, ""ଏପରିକି ଯଦିୟ କୌଣସି ପଶୁ ସୁଦ୍ଧା ପର୍ବତ ସ୍ପର୍ଶ କରେ,ସେ ପ୍ରସ୍ତରାଘାତ ହେବ କିମ୍ବା ଏକ ତୀରରେ ବିଦ୍ଧ କରାଯିବ.""

(ଦେଖ: rc://*/ta/man/translate/translate-textvariants)