or_tn/heb/front/intro.md

62 lines
15 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଏବ୍ରୀ ପୁସ୍ତକର ପରିଚୟ
## ଭାଗ ୧: ସାଧାରଣ ପରିଚୟ
### ଏବ୍ରୀ ପୁସ୍ତକର ରୂପରେଖା
୧. ଯୀଶୁ ଭାବବାଦୀ ଓ ଦୂତମାନଙ୍କଠାରୁ ଶ୍ରେଷ୍ଠ ଅଟନ୍ତି (୧:୧-୪:୧୩)
୧. ଯୀଶୁ ଯାଜକମାନଙ୍କ ଅପେକ୍ଷା ଶ୍ରେଷ୍ଠ ଅଟନ୍ତି ଯେଉଁମାନେ ଯିରୁଶାଲମ ମନ୍ଦିରରେ ସେବା କରନ୍ତି (୪:୧୪-୭:୨୮)
୧.ଯୀଶୁଙ୍କ ସେବାକାର୍ଯ୍ୟ ପୁରାତନ ନିୟମ ଅପେକ୍ଷା ଶ୍ରେଷ୍ଠ ଅଟେ ଯାହା ଈଶ୍ବର ଆପଣା ଲୋକମାନଙ୍କ ସହିତ ସ୍ଥାପନ କରିଥିଲେ (୮:୧-୧୦:୩୯)
୧. ବିଶ୍ବାସ କ’ଣ ଅଟେ (୧୧:୧-୪୦)
୧. ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ହେବା ନିମନ୍ତେ ପ୍ରୋତ୍ସାହନ (୧୨:୧-୨୯)
୧. ଅନ୍ତିମ ଉତ୍ସାହ ଓ ଅଭିବାଦନ (୧୩:୧-୨୫)
### ଏବ୍ରୀ ପୁସ୍ତକ କିଏ ଲେଖିଥିଲେ ?
ଏବ୍ରୀ ପୁସ୍ତକ କିଏ ଲେଖିଥିଲେ, କେହି ଜାଣନ୍ତି ନାହିଁ I ପଣ୍ଡିତମାନେ ଅନେକ ବିଭିନ୍ନ ଲୋକଙ୍କ ପ୍ରସ୍ତାବ ଦେଇଛନ୍ତି, ଯେଉଁମାନେ ସମ୍ଭବତଃ ଏହାର ଲେଖକ ହୋଇଥାଇପାରନ୍ତି I ସମ୍ଭାବିତ ଲେଖକମାନେ ପାଉଲ, ଲୂକ ଓ ବର୍ଣ୍ବବ୍ବା ଅଟନ୍ତି I ଲେଖାଯାଇଥିବା ତାରିଖ ମଧ୍ୟ ଅଜ୍ଞାତ ଅଟେ I ଅଧିକାଂଶ ପଣ୍ଡିତମାନେ ଭାବନ୍ତି ଯେ ଏହା ୭୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ଲେଖାଯାଇଥିଲା I ଯିରୂଶାଲମ ୭୦ ଖ୍ରୀଷ୍ଟାବ୍ଦରେ ଧ୍ବଂସ ହୋଇଥିଲା, କିନ୍ତୁ ଏହି ପତ୍ରର ଲେଖକ ଯିରୂଶାଲମ ବିଷୟରେ କହିଛନ୍ତି ଯେପରି ଏପର୍ଯ୍ୟନ୍ତ ଧ୍ବଂସ ହୋଇ ନଥିଲା I
### ଏବ୍ରୀ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ ଅଛି ?
ଏବ୍ରୀୟ ପୁସ୍ତକରେ, ଲେଖକ ଦର୍ଶାନ୍ତି ଯେ ଯୀଶୁ ପୁରାତନ ନିୟମର ଭାବବାଣୀଗୁଡିକୁ ସଫଳ କଲେ I ଲେଖକ, ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହା କଲେ ଯାହା ପୁରାତନ ନିୟମ ଉତ୍ସର୍ଗ କରିଥିବା ଯେକୌଣସି ବିଷୟ ଅପେକ୍ଷା ଯୀଶୁ ଯେ ଅତ୍ୟୁତ୍ତମ ତାହା ପ୍ରକାଶ କରନ୍ତି I ଯୀଶୁ ଯୋଗ୍ୟ ମହାଯାଜକ ଅଟନ୍ତି I ଯୀଶୁ ମଧ୍ୟ ନିଖୁନ୍ତ ବଳିଦାନ ଥିଲେ I ପଶୁବଳି ନିଷ୍ପ୍ରୟୋଜନ ହୋଇଗଲା କାରଣ ଯୀଶୁଙ୍କ ବଳିଦାନ ଥରେ ସବୁଦିନ ପାଇଁ ହେଲା I ଅତଏବ, ଈଶ୍ବରଙ୍କ ଦ୍ବାରା ଗ୍ରହଣଯୋଗ୍ୟ ହେବା ନିମନ୍ତେ ଯୀଶୁ ହିଁ କେବଳ ଏକ ଓ ଏକମାତ୍ର ପଥ ଅଟନ୍ତି I
### ଏହି ପୁସ୍ତକର ଶୀର୍ଷକ କିପରି ଭାବରେ ଅନୁବାଦ ହେବା ଉଚିତ ?
ଅନୁବାଦକମାନେ ଏହାର ପାରମ୍ପାରିକ ଶୀର୍ଷକ “ଏବ୍ରୀ ପୁସ୍ତକ,” କିମ୍ବା ସେମାନେ ଗୋଟିଏ ସ୍ପଷ୍ଟ ଶୀର୍ଷକ “ଏବ୍ରୀମାନଙ୍କ ନିକଟକୁ ପତ୍ର” କିଅବା “ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପତ୍ର” ନାମକ ଶୀର୍ଷକ ମନୋନୀତ କରିଥାଇପାରନ୍ତି I (ଦେଖ: [[rc://*/ta/man/translate/translate-names]])
## ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମସମ୍ବନ୍ଧୀୟ ଓ ସାଂସ୍କୃତିକ ଧାରଣା
### ପୁରାତନ ନିୟମରେ ଆବଶ୍ୟକ ହେଉଥିବା ବଳି ଓ ଯାଜକମାନଙ୍କର କର୍ମ ବିଷୟରେ ନ ଜାଣି ପାଠକମାନେ ଏହି ପୁସ୍ତକକୁ ବୁଝିପାରିବେ କି ?
ଏହି ସମସ୍ତ ବିଷୟ ନବୁଝି ଏହି ପୁସ୍ତକକୁ ବୁଝିବା ପାଠକମାନଙ୍କ ନିମନ୍ତେ କଷ୍ଟକର ହେବ I ଅନୁବାଦକମାନେ ହୁଏତ ପୁରାତନ ନିୟମର ଏହି କେତେକ ଧାରଣାକୁ ଟିପ୍ପଣୀ ଭାବରେ କିମ୍ବା ଏହି ପୁସ୍ତକର ଗୋଟିଏ ପରିଚୟ ଭାବରେ ସ୍ପଷ୍ଟ କରିବାକୁ ଚିନ୍ତା କରିପାରନ୍ତି I
### ଏବ୍ରୀ ପୁସ୍ତକରେ ରକ୍ତର ଚିନ୍ତାଧାରା କିପରି ଭାବରେ ବ୍ୟବହୃତ ହୋଇଛି ?
[ଏବ୍ରୀ ୯:୭](../../heb/09/07.md)ରୁ ଆରମ୍ଭ କରି, ରକ୍ତ ସମ୍ବନ୍ଧୀୟ ଚିନ୍ତାଧାରା ସର୍ବଦା କୌଣସି ପଶୁର ମୃତ୍ୟୁକୁ ଦର୍ଶାଇବା ନିମନ୍ତେ ଏକ ରୁପକ ସଦୃଶ ବ୍ୟବହୃତ ହେଲା ଯାହା ଇଶ୍ରାୟେଲ ସହିତ ଈଶ୍ବରଙ୍କ ନିୟମ ଅନୁସାରେ ଉତ୍ସର୍ଗୀକୃତ ହେଲା I ଲେଖକ ମଧ୍ୟ ରକ୍ତକୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରିଛନ୍ତି I ଯୀଶୁ ନିଖୁନ୍ତ ବଳିଦାନ ହୋଇଥିଲେ ଯେପରି ଈଶ୍ବର ତାହାଙ୍କ ବିରୁଦ୍ଧରେ ପାପ କରିଥିବା ଲୋକମାନଙ୍କୁ କ୍ଷମା କରିବେ I (ଦେଖ: [[rc://*/ta/man/translate/figs-metonymy]])
[ଏବ୍ରୀ ୯:୧୯] (../../heb/09/19.md)ରୁ ଆରମ୍ଭ କରି, ଲେଖକ ସେଚନ କରିବା ଚିନ୍ତାଧାରାକୁ ଏକ ସାଂକେତିକ କାର୍ଯ୍ୟ ସଦୃଶ ବ୍ୟବହାର କରୁଥିଲେ I ପୁରାତନ ନିୟମର ଯାଜକମାନେ ପଶୁମାନଙ୍କ ବଳୀକୃତ ରକ୍ତ ସେଚନ କରୁଥିଲେ I ଏହା ପଶୁର ମୃତ୍ୟୁରେ ଉପକାରିତାର ଏକ ନିଦର୍ଶନ ସ୍ବରୂପେ ଲୋକମାନଙ୍କ ଅବା କୌଣସି ବିଷୟ ପ୍ରତି ପ୍ରୟୋଗ କରା ଯାଉଥିଲା I ଏହା ପ୍ରମାଣ କରୁଥିଲା ଯେ ଲୋକମାନେ ଅଥବା କୌଣସି ବିଷୟ ଈଶ୍ବରଙ୍କ ପ୍ରତି ଗ୍ରହଣ ଯୋଗ୍ୟ ଥିଲେ I (ଦେଖ: [[rc://*/ta/man/translate/translate-symaction]])
## ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମସ୍ୟାମାନ
### ULT ରେ “ପବିତ୍ର” ଓ “ପବିତ୍ର କରିବା” ଚିନ୍ତାଧାରାକୁ ଏବ୍ରୀ ପୁସ୍ତକରେ କିପରି ଉପସ୍ଥାପନ କରାଯାଇଛି ?
ଶାସ୍ତ୍ର ଏହି ପଦଗୁଡିକୁ ବିଭିନ୍ନ ଚିନ୍ତାଧାରା ମଧ୍ୟରୁ କୌଣସି ଗୋଟିଏକୁ ସୂଚାଇ ଥାଏ I ଏହି କାରଣରୁ, ଅନୁବାଦକମାନଙ୍କ ନିମନ୍ତେ ସେମାନଙ୍କ ସଂସ୍କରଣଗୁଡିକରେ ଭଲ ଭାବରେ ଉପସ୍ଥାପନ କରିବାକୁ ପ୍ରାୟତଃ ଅସୁବିଧା ହୋଇଥାଏ I ଇଂରାଜୀରେ ଅନୁବାଦ କରିବା ସମୟରେ, ULT ନିମ୍ନଲିଖିତ ନିୟମ ଗୁଡିକ ପାଳନ କରିଥାଏ:
* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ନୈତିକ ପବିତ୍ରତାକୁ ସୂଚାଇ ଥାଏ I ବିଶେଷକରି ସୁସମାଚାର ବୁଝିବା ନିମନ୍ତେ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ ଯେ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ଅକଳୁଷିତ ଦେଖନ୍ତି କାରଣ ସେମାନେ ଯୀଶୁଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଅଟନ୍ତି I ତତ୍ ସମ୍ବନ୍ଧୀୟ ଅନ୍ୟ ଏକ ବିଷୟ ଯାହା ଈଶ୍ବର “ପବିତ୍ର” ଓ “ନିଷ୍କଳଙ୍କ” ଅଟନ୍ତି I ତୃତୀୟ ବିଷୟ ଯାହା ଖ୍ରୀଷ୍ଟିୟାନମାନେ ଜୀବନରେ ଅନିନ୍ଦନୀୟ, ତୃଟିଶୂନ୍ୟ ଆଚରଣ କରିବା ଉଚିତ I ଏହି କ୍ଷେତ୍ରରେ, ULT “ପବିତ୍ର,” “ପବିତ୍ର ଈଶ୍ବର,” ପବିତ୍ର ବ୍ୟକ୍ତି” କିମ୍ବା “ପବିତ୍ର ଲୋକ” ଶବ୍ଦ ବ୍ୟବହାର କରିଥାଏ I
* ଅନେକ ସମୟରେ ସେମାନଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଭୂମିକା ଉପଯୋଗ କରିବା ନିମନ୍ତେ ନଦର୍ଶାଇ ଏହା ସରଳ ଭାବରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇଥାଏ I ଏହିସବୁ କ୍ଷେତ୍ରରେ, ULT “ବିଶ୍ବାସୀ” କିମ୍ବା “ବିଶ୍ବାସୀମାନେ” ଶବ୍ଦ ବ୍ୟବହାର କରିଥାଏ I (ଦେଖ: ୬:୧୦; ୧୩:୨୪)
* ବେଳେବେଳେ ଅର୍ଥଟି କେବଳ ଈଶ୍ବରଙ୍କ ନିମନ୍ତେ କେହିଜଣେ ବା କୌଣସି ବିଷୟ ପୃଥକୀକୃତ ହେବାର ଚିନ୍ତାଧାରାକୁ ସୂଚାଇ ଥାଏ I ଏହିସବୁ କ୍ଷେତ୍ରରେ, ULT “ପବିତ୍ରୀକୃତ,” ପୃଥକୀକୃତ,” “ଉତ୍ସର୍ଗୀକୃତ” କିମ୍ବା “ସଂରକ୍ଷିତ” ଶବ୍ଦ ଗୁଡିକ ବ୍ୟବହାର କରିଥାଏ I (ଦେଖ: :୧୧; ୯:୧୩; ୧୦:୧୦,୧୪,୨୯; ୧୩:୧୨)
UST ଅଧିକାଂଶ ସମୟରେ ସାହାଯ୍ୟକାରୀ ହୋଇ ପାରିବ ଯେବେ ଅନୁବାଦକମାନେ ଏହି ଚିନ୍ତାଧାରାଗୁଡିକ ସେମାନଙ୍କ ସଂସ୍କରଣରେ କିପରି ଉପସ୍ଥାପନ କରାଯିବେ ସେହି ବିଷୟରେ ଚିନ୍ତା କରିବେ I
### ଏବ୍ରୀ ପୁସ୍ତକରେ କେଉଁ ମୁଖ୍ୟ ସମସ୍ୟାମାନ ରହିଛି ?
କାରଣ ନିମ୍ନଲିଖିତ ପଦଗୁଡିକ, ବାଇବଲର ଆଧୁନିକ ସଂସ୍କରଣ ପୁରାତନ ସଂସ୍କରଣଠାରୁ ଭିନ୍ନ ଅଟନ୍ତି I ULT ଶାସ୍ତ୍ରରେ ଆଧୁନିକ ଲେଖା ରହିଅଛି ଓ ପୁରାତନ ଲେଖାକୁ ପାଦଟୀକାରେ ଦିଆଯାଇଛି I ଯଦି ବାଇବଲର କୌଣସି ଅନୁବାଦ ଏକ ସାଧାରଣ ଅଞ୍ଚଳରେ ସୀମିତ ଥାଏ, ଅନୁବାଦକମାନେ ସେହି ସଂସ୍କରଣ ଗୁଡିକରେ ରହିଥିବା ପଠନକୁ ବ୍ୟବହାର କରିବା ଉଚିତ I ଯଦି ନାହିଁ, ତେବେ ଅନୁବାଦକମାନେ ଆଧୁନିକ ଲେଖାଗୁଡିକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି I
* “ତୁମ୍ଭେମାନେ ତାହାଙ୍କୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ”(:୭) କେତେକ ପୁରାତନ ସଂସ୍କରଣରେ, “ତୁମ୍ଭେ ତାହାଙ୍କୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ ଓ ଆପଣା ହସ୍ତକୃତ କର୍ମ ଉପରେ ଅଧିକାର ଦେଇଅଛ I ”
* “ଯେଉଁମାନେ ସେମାନଙ୍କ ସହିତ ବିଶ୍ବାସରେ ସଂଯୁକ୍ତ ହେଲେ ନାହିଁ” ଯେଉଁମାନେ ଅଜ୍ଞା ପାଳନ କଲେ (୪:) I କେତେକ ପୁରାତନ ସଂସ୍କରଣରେ, “ଯେଉଁମାନେ ବିଶ୍ବାସ ସହିତ ସଂଯୁକ୍ତ ନହୋଇ ଏହା ଶ୍ରବଣ କରି ଅଛନ୍ତି I ”
* “ଖ୍ରୀଷ୍ଟ ଉତ୍ତମ ବିଷୟର ଜଣେ ମହାଯାଜକ ସ୍ବରୁପ ଆବିର୍ଭାବ ହେଲେ” (୯:୧୧)I କେତେକ ଆଧୁନିକ ସଂସ୍କରଣ ଓ ପୁରାତନ ସଂସ୍କରଣରେ, “ଖ୍ରୀଷ୍ଟ ଉତ୍ତମ ବିଷୟର ଜଣେ ମହାଯାଜକ ସ୍ବରୁପ ଆବିର୍ଭାବ ହେଲେ I”
* “ସେମାନଙ୍କ ନିମନ୍ତେ ଯେଉଁମାନେ ବନ୍ଦୀ ଥିଲେ” (୧୦:୩୪) I କେତେକ ପୁରାତନ ସଂସ୍କରଣରେ, “ମୋ ନିମନ୍ତେ ବନ୍ଧନରେ I”
* “ସେମାନେ ପ୍ରସ୍ତରାଘାତ ହେଲେ I ସେମାନେ କରତ ଦ୍ବାରା ଦ୍ବିଖଣ୍ଡ କରାଗଲେ I ସେମାନେ ଖଡ୍ଗ ଦ୍ବାରା ହତ ହେଲେ I” (୧୧:୩୭) କେତେକ ପୁରାତନ ସଂସ୍କରଣରେ, “ସେମାନେ ପ୍ରସ୍ତରାଘାତରେ ହେଲେ I ସେମାନେ କରତ ଦ୍ବାରା ଦ୍ବିଖଣ୍ଡ କରାଗଲେ I ସେମାନେ ପରୀକ୍ଷିତ ହେଲେ I ସେମାନେ ଖଡ୍ଗ ଦ୍ବାରା ହତ ହେଲେ I”
* ""ଏପରିକି ଯଦିୟ କୌଣସି ପଶୁ ସୁଦ୍ଧା ପର୍ବତ ସ୍ପର୍ଶ କରେ, ସେ ପ୍ରସ୍ତରାଘାତ ହେବା ଉଚିତ” (୧୨:) I କେତେକ ପୁରାତନ ସଂସ୍କରଣରେ, ""ଏପରିକି ଯଦିୟ କୌଣସି ପଶୁ ସୁଦ୍ଧା ପର୍ବତ ସ୍ପର୍ଶ କରେ,ସେ ପ୍ରସ୍ତରାଘାତ ହେବ କିମ୍ବା ଏକ ତୀରରେ ବିଦ୍ଧ କରାଯିବ.""
(ଦେଖ: [[rc://*/ta/man/translate/translate-textvariants]])