or_tn/act/21/intro.md

4.4 KiB
Raw Permalink Blame History

ପ୍ରେରିତ ୨୧ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପ୍ରେରିତ ୨୧:୧-୧୯ ପାଉଲଙ୍କର ଯିରୂଶାଲମକୁ ଯାତ୍ରା ବିଷୟ ବର୍ଣ୍ଣନା କରେ I ସେ ଯିରୂଶାଲମରେ ପହଞ୍ଚିଲା ପରେ, ସେଠାକାର ବିଶ୍ବାସୀମାନେ ତାହାଙ୍କୁ କହିଲେ ଯେ ଯିହୂଦୀମାନେ ତାହାଙ୍କର ଅନିଷ୍ଟ କରିବାକୁ ଚାହୁଁଛନ୍ତି ଓ ଯେପରି ସେମାନେ ତାହାଙ୍କର ଅନିଷ୍ଟ ନ କରନ୍ତି, ସେଥିପାଇଁ ସେ କ’ଣ କରିବା ଉଚିତ (-୨୬ ପଦ)I ଯଦିଓ ପାଉଲ ବିଶ୍ବାସୀମାନେ ଯାହା କରିବାପାଇଁ କହିଥିଲେ ତାହା କଲେ, ତଥାପି ଯିହୂଦୀମାନେ ତାହାଙ୍କୁ ବଧ କରିବାକୁ ଚେଷ୍ଟା କଲେ I ରୋମୀୟମାନେ ତାହାଙ୍କୁ ଉଦ୍ଧାର କଲେ ଓ ଯିହୂଦୀମାନଙ୍କୁ କଥା କହିବାପାଇଁ ତାହାଙ୍କୁ ସୁଯୋଗ ଦେଲେ I

ଅଧ୍ୟାୟର ଶେଷ ପଦ ଏକ ଅସମ୍ପୂର୍ଣ୍ଣ ବାକ୍ୟ ସହ ଶେଷ ହେଉଛି I ଅଧିକାଂଶ ଅନୁବାଦଗୁଡ଼ିକ ବାକ୍ୟଟିକୁ ଅସମ୍ପୂର୍ଣ୍ଣ ଭାବେ ଛାଡିଦିଅନ୍ତି, ଯେପରି ULT କରିଛି I

ଏହି ଅଧ୍ୟାୟର ବିଶେଷ ଧାରଣା

""ସେମାନେ ସମସ୍ତେ ବ୍ୟବସ୍ଥା ପାଳନ କରିବାକୁ ଦୃଢ଼ପ୍ରତିଜ୍ଞ ଅଟନ୍ତି”

ଯିରୂଶାଲମର ଯିହୂଦୀମାନେ ମୋଶାଙ୍କର ବ୍ୟବସ୍ଥାକୁ ପାଳନ କରୁଥିଲେ I ଏପରିକି ଯୀଶୁଙ୍କର ଅନୁଗମନ କରୁଥିବା ଲୋକମାନେ ସୁଦ୍ଧା ବ୍ୟବସ୍ଥା ପାଳନ କରୁଥିଲେ I ଉଭୟ ଦଳ ଭାବୁଥିଲେ ଯେ ପାଉଲ ଗ୍ରୀସ୍ ରେ ଥିବା ଯିହୂଦୀମାନଙ୍କୁ ବ୍ୟବସ୍ଥା ନ ମାନିବାକୁ କହୁଥିଲେ I କିନ୍ତୁ ପାଉଲ କେବଳ ବିଜାତିମାନଙ୍କୁ ତାହା କହୁଥିଲେ I

ନାଜରିତୀୟ ଶପଥ

ପାଉଲ ଓ ତାଙ୍କର ତିନି ଜଣ ବନ୍ଧୁ ସମ୍ଭବତଃ ନାଜରିତୀୟ ଶପଥ କରିଥିଲେ, କାରଣ ସେମାନେ ମସ୍ତକ ମୁଣ୍ଡନ କରିଥିଲେ (ପ୍ରେରିତ ୨୧:୨୩)I

ମନ୍ଦିରରେ ବିଜାତି ଗଣ

ଯିହୂଦୀମାନେ ପାଉଲଙ୍କୁ ଜଣେ ବିଜାତିକୁ ମନ୍ଦିରର ଏକ ଅଂଶ ଭିତରକୁ ଆଣିଥିବା ଅଭିଯୋଗ କଲେ, ଯେଉଁ ଅଂଶ ଭିତରକୁ ଯିବା ପାଇଁ ଈଶ୍ବର କେବଳ ଯିହୂଦୀମାନଙ୍କୁ ଅନୁମତି ଦେଇଥିଲେ I ସେମାନେ ଭାବିଥିଲେ ଯେ ସେମାନେ ପାଉଲଙ୍କୁ ବଧ କରି ଦଣ୍ଡ ଦିଅନ୍ତୁ ବୋଲି ଇଶ୍ବର ଚାହୁଁଛନ୍ତି I(ଦେଖ: rc://*/tw/dict/bible/kt/holy)

ରୋମୀୟ ନାଗରିକତା

ରୋମୀୟମାନେ ଭାବୁଥିଲେ ଯେ ସେମାନଙ୍କୁ କେବଳ ରୋମୀୟମାନଙ୍କ ସହିତ ଉତ୍ତମ ବ୍ୟବହାର କରିବା ଆବଶ୍ୟକ I ଯେଉଁମାନେ ରୋମୀୟ ନାଗରିକ ନ ଥିଲେ, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କପାଇଁ ସେମାନଙ୍କୁ ବ୍ୟବସ୍ଥା ମାନିବାକୁ ପଡୁଥିଲା I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରଙ୍କୁ ଅର୍ଥ ଦେଇ ରୋମୀୟ ନାଗରିକ ହେଉଥିଲେ I