or_tn/act/21/intro.md

25 lines
4.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# ପ୍ରେରିତ ୨୧ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
ପ୍ରେରିତ ୨୧:୧-୧୯ ପାଉଲଙ୍କର ଯିରୂଶାଲମକୁ ଯାତ୍ରା ବିଷୟ ବର୍ଣ୍ଣନା କରେ I ସେ ଯିରୂଶାଲମରେ ପହଞ୍ଚିଲା ପରେ, ସେଠାକାର ବିଶ୍ବାସୀମାନେ ତାହାଙ୍କୁ କହିଲେ ଯେ ଯିହୂଦୀମାନେ ତାହାଙ୍କର ଅନିଷ୍ଟ କରିବାକୁ ଚାହୁଁଛନ୍ତି ଓ ଯେପରି ସେମାନେ ତାହାଙ୍କର ଅନିଷ୍ଟ ନ କରନ୍ତି, ସେଥିପାଇଁ ସେ କ’ଣ କରିବା ଉଚିତ (-୨୬ ପଦ)I ଯଦିଓ ପାଉଲ ବିଶ୍ବାସୀମାନେ ଯାହା କରିବାପାଇଁ କହିଥିଲେ ତାହା କଲେ, ତଥାପି ଯିହୂଦୀମାନେ ତାହାଙ୍କୁ ବଧ କରିବାକୁ ଚେଷ୍ଟା କଲେ I ରୋମୀୟମାନେ ତାହାଙ୍କୁ ଉଦ୍ଧାର କଲେ ଓ ଯିହୂଦୀମାନଙ୍କୁ କଥା କହିବାପାଇଁ ତାହାଙ୍କୁ ସୁଯୋଗ ଦେଲେ I
ଅଧ୍ୟାୟର ଶେଷ ପଦ ଏକ ଅସମ୍ପୂର୍ଣ୍ଣ ବାକ୍ୟ ସହ ଶେଷ ହେଉଛି I ଅଧିକାଂଶ ଅନୁବାଦଗୁଡ଼ିକ ବାକ୍ୟଟିକୁ ଅସମ୍ପୂର୍ଣ୍ଣ ଭାବେ ଛାଡିଦିଅନ୍ତି, ଯେପରି ULT କରିଛି I
## ଏହି ଅଧ୍ୟାୟର ବିଶେଷ ଧାରଣା
### ""ସେମାନେ ସମସ୍ତେ ବ୍ୟବସ୍ଥା ପାଳନ କରିବାକୁ ଦୃଢ଼ପ୍ରତିଜ୍ଞ ଅଟନ୍ତି”
ଯିରୂଶାଲମର ଯିହୂଦୀମାନେ ମୋଶାଙ୍କର ବ୍ୟବସ୍ଥାକୁ ପାଳନ କରୁଥିଲେ I ଏପରିକି ଯୀଶୁଙ୍କର ଅନୁଗମନ କରୁଥିବା ଲୋକମାନେ ସୁଦ୍ଧା ବ୍ୟବସ୍ଥା ପାଳନ କରୁଥିଲେ I ଉଭୟ ଦଳ ଭାବୁଥିଲେ ଯେ ପାଉଲ ଗ୍ରୀସ୍ ରେ ଥିବା ଯିହୂଦୀମାନଙ୍କୁ ବ୍ୟବସ୍ଥା ନ ମାନିବାକୁ କହୁଥିଲେ I କିନ୍ତୁ ପାଉଲ କେବଳ ବିଜାତିମାନଙ୍କୁ ତାହା କହୁଥିଲେ I
### ନାଜରିତୀୟ ଶପଥ
ପାଉଲ ଓ ତାଙ୍କର ତିନି ଜଣ ବନ୍ଧୁ ସମ୍ଭବତଃ ନାଜରିତୀୟ ଶପଥ କରିଥିଲେ, କାରଣ ସେମାନେ ମସ୍ତକ ମୁଣ୍ଡନ କରିଥିଲେ ([ପ୍ରେରିତ ୨୧:୨୩](../../act/21/23.md))I
### ମନ୍ଦିରରେ ବିଜାତି ଗଣ
ଯିହୂଦୀମାନେ ପାଉଲଙ୍କୁ ଜଣେ ବିଜାତିକୁ ମନ୍ଦିରର ଏକ ଅଂଶ ଭିତରକୁ ଆଣିଥିବା ଅଭିଯୋଗ କଲେ, ଯେଉଁ ଅଂଶ ଭିତରକୁ ଯିବା ପାଇଁ ଈଶ୍ବର କେବଳ ଯିହୂଦୀମାନଙ୍କୁ ଅନୁମତି ଦେଇଥିଲେ I ସେମାନେ ଭାବିଥିଲେ ଯେ ସେମାନେ ପାଉଲଙ୍କୁ ବଧ କରି ଦଣ୍ଡ ଦିଅନ୍ତୁ ବୋଲି ଇଶ୍ବର ଚାହୁଁଛନ୍ତି I(ଦେଖ: [[rc://*/tw/dict/bible/kt/holy]])
### ରୋମୀୟ ନାଗରିକତା
ରୋମୀୟମାନେ ଭାବୁଥିଲେ ଯେ ସେମାନଙ୍କୁ କେବଳ ରୋମୀୟମାନଙ୍କ ସହିତ ଉତ୍ତମ ବ୍ୟବହାର କରିବା ଆବଶ୍ୟକ I ଯେଉଁମାନେ ରୋମୀୟ ନାଗରିକ ନ ଥିଲେ, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କପାଇଁ ସେମାନଙ୍କୁ ବ୍ୟବସ୍ଥା ମାନିବାକୁ ପଡୁଥିଲା I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରଙ୍କୁ ଅର୍ଥ ଦେଇ ରୋମୀୟ ନାଗରିକ ହେଉଥିଲେ I