or_tn_old/2co/01/intro.md

25 lines
3.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# କରିନ୍ଥୀୟ ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
ପ୍ରଥମ ଅନୁଚ୍ଛେଦଟି ପ୍ରାଚୀନ ନିକଟପ୍ରାଚ୍ୟ ଦେଶ ଗୁଡିକରେ ବ୍ୟବହୃତ ହେଉଥିବା ପତ୍ର ଆରମ୍ଭ କରିବାର ଏକ ସାଧାରଣ ଶୈଳୀକୁ ପ୍ରକାଶ କରୁଛି I
## ବିଶେଷ ଧାରଣା ପାଉଲଙ୍କର ସଚ୍ଚୋଟତା
ଲୋକମାନେ ପାଉଲଙ୍କୁ ସମାଲୋଚନା କରି କହୁଥିଲେ ଯେ ସେ ସଚ୍ଚୋଟ ନୁହନ୍ତି I ସେ କ’ଣ ପାଇଁ କାର୍ଯ୍ୟ କରୁଥିଲେ, ତା’ର ଅଭିପ୍ରାୟ ବର୍ଣ୍ଣନାକରି ସେସବୁକୁ ଖଣ୍ଡନ କରୁଛନ୍ତି I
### ସାନ୍ତ୍ବନା
ସାନ୍ତ୍ବନା ଏହି ଅଧ୍ୟାୟର ଏକ ବଡ଼ ପ୍ରସଙ୍ଗ I ପବିତ୍ର ଆତ୍ମା ଖ୍ରୀଷ୍ଟିୟାନମାନଙ୍କୁ ସାନ୍ତ୍ବନା ଦେଉଛନ୍ତି I କରିନ୍ଥୀୟମାନେ ସମ୍ଭବତଃ କ୍ଲେଶଭୋଗ କରୁଥିଲେ ଓ ସାନ୍ତ୍ବନା ଲୋଡୁଥିଲେ I
## ଭାବ ପ୍ରକାଶକ ପ୍ରଶ୍ନ
ସେ ସଚ୍ଚୋଟ ନୁହନ୍ତି ବୋଲି ହୋଇଥିବା ଅଭିଯୋଗକୁ ପାଉଲ ଦୁଇଟି ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାରକରି ଆପଣାର ପକ୍ଷ ସମର୍ଥନ କରୁଛନ୍ତି I(ଦେଖ: [[rc://*/ta/man/translate/figs-rquestion]])
## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### ଆମ୍ଭେମାନେ
ପାଉଲ “ଆମ୍ଭେମାନେ” ସର୍ବନାମକୁ ବ୍ୟବହାର କରୁଛନ୍ତି I ଏହା ଅନ୍ତତଃ ତୀମଥି ଓ ଆପଣାକୁ ବୁଝାଏ I ଏହା ମଧ୍ୟ ଅନ୍ୟ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିପାରେ I
### ବଇନା
ପାଉଲ କହୁଛନ୍ତି ଯେ ପବିତ୍ର ଆତ୍ମା ବଇନା ଅଟନ୍ତି, ଯାହାର ଅର୍ଥ ହେଉଛି ଜଣେ ଖ୍ରୀଷ୍ଟିୟାନର ଅନନ୍ତ ଜୀବନ ପାଇଁ ସେ ଏକ ପ୍ରତିଜ୍ଞା ଅବା ପ୍ରଥମ ପଇଠ ଅର୍ଥ I ଖ୍ରୀଷ୍ଟିୟାନମାନେ ନିରାପତ୍ତାର ସହ ପରିତ୍ରାଣ ପାଇଛନ୍ତି I କିନ୍ତୁ ସେମାନେ ନ ମରିବା ଯାଏ ଈଶ୍ବରଙ୍କ ସବୁ ପ୍ରତିଜ୍ଞାଗୁଡିକ ଅନୁଭବ କରିପାରିବେ ନାହିଁ I ପବିତ୍ର ଆତ୍ମା ଏକ ବ୍ୟକ୍ତିଗତ ବଇନା ଯେ ଏହି ସବୁ ଅବଶ୍ୟ ଘଟିବ I ଏହି ଚିନ୍ତାଧାରାଟି ଏକ ବ୍ୟବସାୟିକ ଶବ୍ଦ I ଜଣେ ଲୋକ ଆଉ ଜଣକୁ କିଛି ମୂଲ୍ୟବାନ ଜିନିଷ ଏକ “ବଇନା” ଭାବରେ ଦେଇଥାନ୍ତି ଯେ ସେମାନେ ସେହି ଅର୍ଥ ଫେରାଇବେ I(ଦେଖ: [[rc://*/tw/dict/bible/kt/eternity]] ଓ [[rc://*/tw/dict/bible/kt/save]])