# ୨ କରିନ୍ଥୀୟ ୦୧ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ ପ୍ରଥମ ଅନୁଚ୍ଛେଦଟି ପ୍ରାଚୀନ ନିକଟପ୍ରାଚ୍ୟ ଦେଶ ଗୁଡିକରେ ବ୍ୟବହୃତ ହେଉଥିବା ପତ୍ର ଆରମ୍ଭ କରିବାର ଏକ ସାଧାରଣ ଶୈଳୀକୁ ପ୍ରକାଶ କରୁଛି I ## ବିଶେଷ ଧାରଣା ପାଉଲଙ୍କର ସଚ୍ଚୋଟତା ଲୋକମାନେ ପାଉଲଙ୍କୁ ସମାଲୋଚନା କରି କହୁଥିଲେ ଯେ ସେ ସଚ୍ଚୋଟ ନୁହନ୍ତି I ସେ କ’ଣ ପାଇଁ କାର୍ଯ୍ୟ କରୁଥିଲେ, ତା’ର ଅଭିପ୍ରାୟ ବର୍ଣ୍ଣନାକରି ସେସବୁକୁ ଖଣ୍ଡନ କରୁଛନ୍ତି I ### ସାନ୍ତ୍ବନା ସାନ୍ତ୍ବନା ଏହି ଅଧ୍ୟାୟର ଏକ ବଡ଼ ପ୍ରସଙ୍ଗ I ପବିତ୍ର ଆତ୍ମା ଖ୍ରୀଷ୍ଟିୟାନମାନଙ୍କୁ ସାନ୍ତ୍ବନା ଦେଉଛନ୍ତି I କରିନ୍ଥୀୟମାନେ ସମ୍ଭବତଃ କ୍ଲେଶଭୋଗ କରୁଥିଲେ ଓ ସାନ୍ତ୍ବନା ଲୋଡୁଥିଲେ I ## ଭାବ ପ୍ରକାଶକ ପ୍ରଶ୍ନ ସେ ସଚ୍ଚୋଟ ନୁହନ୍ତି ବୋଲି ହୋଇଥିବା ଅଭିଯୋଗକୁ ପାଉଲ ଦୁଇଟି ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାରକରି ଆପଣାର ପକ୍ଷ ସମର୍ଥନ କରୁଛନ୍ତି I(ଦେଖ: [[rc://*/ta/man/translate/figs-rquestion]]) ## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ ### ଆମ୍ଭେମାନେ ପାଉଲ “ଆମ୍ଭେମାନେ” ସର୍ବନାମକୁ ବ୍ୟବହାର କରୁଛନ୍ତି I ଏହା ଅନ୍ତତଃ ତୀମଥି ଓ ଆପଣାକୁ ବୁଝାଏ I ଏହା ମଧ୍ୟ ଅନ୍ୟ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିପାରେ I ### ବଇନା ପାଉଲ କହୁଛନ୍ତି ଯେ ପବିତ୍ର ଆତ୍ମା ବଇନା ଅଟନ୍ତି, ଯାହାର ଅର୍ଥ ହେଉଛି ଜଣେ ଖ୍ରୀଷ୍ଟିୟାନର ଅନନ୍ତ ଜୀବନ ପାଇଁ ସେ ଏକ ପ୍ରତିଜ୍ଞା ଅବା ପ୍ରଥମ ପଇଠ ଅର୍ଥ I ଖ୍ରୀଷ୍ଟିୟାନମାନେ ନିରାପତ୍ତାର ସହ ପରିତ୍ରାଣ ପାଇଛନ୍ତି I କିନ୍ତୁ ସେମାନେ ନ ମରିବା ଯାଏ ଈଶ୍ବରଙ୍କ ସବୁ ପ୍ରତିଜ୍ଞାଗୁଡିକ ଅନୁଭବ କରିପାରିବେ ନାହିଁ I ପବିତ୍ର ଆତ୍ମା ଏକ ବ୍ୟକ୍ତିଗତ ବଇନା ଯେ ଏହି ସବୁ ଅବଶ୍ୟ ଘଟିବ I ଏହି ଚିନ୍ତାଧାରାଟି ଏକ ବ୍ୟବସାୟିକ ଶବ୍ଦ I ଜଣେ ଲୋକ ଆଉ ଜଣକୁ କିଛି ମୂଲ୍ୟବାନ ଜିନିଷ ଏକ “ବଇନା” ଭାବରେ ଦେଇଥାନ୍ତି ଯେ ସେମାନେ ସେହି ଅର୍ଥ ଫେରାଇବେ I(ଦେଖ: [[rc://*/tw/dict/bible/kt/eternity]] ଓ [[rc://*/tw/dict/bible/kt/save]])