Door43-Catalog_or_tn/1CO/10/01.md

1.9 KiB

ଆମ୍ଭମାନଙ୍କ ପିତୃପୁରୁଷ

ଯାତ୍ରା ପୁସ୍ତକରେ ମୋଶାଙ୍କ ସମୟକୁ ପାଉଲ ଦର୍ଶାନ୍ତି, ଯେତେବେଳେ ଇସ୍ରାଏଲୀୟମାନେ ସୁଫ ସାଗର ମଧ୍ୟ ଦେଇ ଗମନ କଲେ, ମିସ୍ରୀୟ ସେନା ସେମାନଙ୍କୁ ଧରିବା ନିମନ୍ତେ ଗୋଡ଼ାଇଲେ। “ଆମ୍ଭମାନଙ୍କ” ଅର୍ଥ ଏଠାରେ: “ସମସ୍ତ ଯିହୁଦୀମାନଙ୍କ ପିତୃପୁରୁଷ।” (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)

ସମସ୍ତେ ମୋଶାଙ୍କ ଉଦ୍ଦେଶରେ ବାପ୍ତିଜିତ ହେଲେ

ଏଠାରେ: “ସମସ୍ତେ ମୋଶାଙ୍କୁ ଅନୁସରଣ କରୁଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ”

ସମସ୍ତେ ସମୁଁଦ୍ର ମଧ୍ୟ ଦେଇ ଗମନ କଲେ

ମିସର ତ୍ୟାଗ କଲା ପରେ ସେମାନେ ସମସ୍ତେ ମୋଶାଙ୍କ ସହିତ ସୁଫ ସାଗର ପାର ହେଲେ।

ମେଘରେ

ମେଘ ଦ୍ଵାରା ଯାହା ଇସ୍ରାଏଲୀୟମାନଙ୍କୁ ଦିନରେ ବାଟ କଢେ଼ଇ ନେଉଥିଲା, ତାହା ଈଶ୍ଵରଙ୍କ ଉପସ୍ଥିତିର ପ୍ରତିରୂପ ଅଟେ।

ସେହି ଶୈଳ ଖ୍ରୀଷ୍ଟ

ଏହି “ଶୈଳ” ଖ୍ରୀଷ୍ଟଙ୍କ ଦୃଢ଼ ଶକ୍ତିର ପ୍ରତିରୂପ ଅଟେ ଯିଏ ସେମାନଙ୍କ ଯାତ୍ରାପଥରେ ସେମାନଙ୍କ ସହିତ ଥିଲେ; ସେମାନେ ତାହାଙ୍କ ସୁରକ୍ଷା ଓ ସାନ୍ତ୍ଵନା ଉପରେ ନିର୍ଭର କରୁଥିଲେ। (ଦେଖନ୍ତୁ: ଉଦାହରଣ)