Door43-Catalog_or_tn/1CO/10/01.md

14 lines
1.9 KiB
Markdown
Raw Normal View History

2018-01-11 01:51:28 +00:00
# ଆମ୍ଭମାନଙ୍କ ପିତୃପୁରୁଷ
ଯାତ୍ରା ପୁସ୍ତକରେ ମୋଶାଙ୍କ ସମୟକୁ ପାଉଲ ଦର୍ଶାନ୍ତି, ଯେତେବେଳେ ଇସ୍ରାଏଲୀୟମାନେ ସୁଫ ସାଗର ମଧ୍ୟ ଦେଇ ଗମନ କଲେ, ମିସ୍ରୀୟ ସେନା ସେମାନଙ୍କୁ ଧରିବା ନିମନ୍ତେ ଗୋଡ଼ାଇଲେ। “ଆମ୍ଭମାନଙ୍କ” ଅର୍ଥ ଏଠାରେ: “ସମସ୍ତ ଯିହୁଦୀମାନଙ୍କ ପିତୃପୁରୁଷ।” (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)
# ସମସ୍ତେ ମୋଶାଙ୍କ ଉଦ୍ଦେଶରେ ବାପ୍ତିଜିତ ହେଲେ
ଏଠାରେ: “ସମସ୍ତେ ମୋଶାଙ୍କୁ ଅନୁସରଣ କରୁଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ”
# ସମସ୍ତେ ସମୁଁଦ୍ର ମଧ୍ୟ ଦେଇ ଗମନ କଲେ
ମିସର ତ୍ୟାଗ କଲା ପରେ ସେମାନେ ସମସ୍ତେ ମୋଶାଙ୍କ ସହିତ ସୁଫ ସାଗର ପାର ହେଲେ।
# ମେଘରେ
ମେଘ ଦ୍ଵାରା ଯାହା ଇସ୍ରାଏଲୀୟମାନଙ୍କୁ ଦିନରେ ବାଟ କଢେ଼ଇ ନେଉଥିଲା, ତାହା ଈଶ୍ଵରଙ୍କ ଉପସ୍ଥିତିର ପ୍ରତିରୂପ ଅଟେ।
# ସେହି ଶୈଳ ଖ୍ରୀଷ୍ଟ
ଏହି “ଶୈଳ” ଖ୍ରୀଷ୍ଟଙ୍କ ଦୃଢ଼ ଶକ୍ତିର ପ୍ରତିରୂପ ଅଟେ ଯିଏ ସେମାନଙ୍କ ଯାତ୍ରାପଥରେ ସେମାନଙ୍କ ସହିତ ଥିଲେ; ସେମାନେ ତାହାଙ୍କ ସୁରକ୍ଷା ଓ ସାନ୍ତ୍ଵନା ଉପରେ ନିର୍ଭର କରୁଥିଲେ। (ଦେଖନ୍ତୁ: ଉଦାହରଣ)