Door43-Catalog_or_tn/1CO/02/14.md

1.4 KiB

ଅଣ ଆତ୍ମୀକ ମନା ବ୍ୟକ୍ତି

ଏକ ଅଣ ଖ୍ରୀଷ୍ଟିଆନ ବ୍ୟକ୍ତି, ଯିଏ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରି ନାହାନ୍ତି।

ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ

“କାରଣ ଏହି ସବୁ ବିଷୟଗୁଡିକ ବୁଝିବାପାଇଁ ଆତ୍ମାଙ୍କ ସାହାଯ୍ୟ ଆବଶ୍ୟକ”

ଯିଏ ଆତ୍ମିକମନା

ଏଠାରେ: “ବିଶ୍ଵାସୀ, ଯିଏ ଆତ୍ମାଙ୍କୁ ଗ୍ରହଣ କରିଅଛି।

କାରଣ କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ, ସେ ତାହାଙ୍କୁ ଶିକ୍ଷା ଦେଇପାରେ?

ବ୍ୟବହୃତ ପ୍ରଶ୍ନରେ ପାଉଲ ଗୁରୁତ୍ଵ ଦିଅନ୍ତି ଯେ ପ୍ରଭୁଙ୍କ ମନକୁ କେହି ଜାଣନ୍ତି ନାହିଁ। ଏଠାରେ: “ପ୍ରଭୁଙ୍କ ମନକୁ କେହି ଜାଣିପାରନ୍ତି ନାହିଁ। ତେଣୁ, ସେ ପୁର୍ବରୁ ଜାଣି ନାହାନ୍ତି ବୋଲି କୌଣସି ବିଷୟରେ କେହି ତାଙ୍କୁ ଶିକ୍ଷା ଦେଇ ପାରେ ନାହିଁ।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)