Door43-Catalog_or_tn/JAS/04/04.md

4.8 KiB
Raw Blame History

ତୁମେ ବ୍ୟଭିଚାରୀମାନେ !

ଏହା ଗୋଟିଏ ତୁଳନାତ୍ମକ ଅଟେ ଯେ ତୁଳନା କରେ ବିଶ୍ୱାସୀମାନେ ଯିଏ ଈଶ୍ୱରଙ୍କୁ ମାନେ ନାହିଁ ଜଣେ ସ୍ତ୍ରୀ ସହ ଯାହାର ପର ପୁରୁଷ ସହ ଯୌନ ସମ୍ପର୍କ ରଖେ | ଏହିପରି ଅନୁବାଦ କରିପାରିବ “ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱସ୍ଥ ହେଉ ନାହିଁ !” (ଦେଖ: ତୁଳନାତ୍ମକ)

ତୁମ୍ଭେମାନେ ଜାଣ ନାହିଁ

ଏହା ଗୋଟିଏ ଆଳଙ୍କାରିକ ପ୍ରଶ୍ନ ଅଟେ ଯେ ଯାକୁଵ ତାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେଇ ବ୍ୟବହାର କରନ୍ତି | ଅନ୍ୟ ଭାଷାନ୍ତର: “ତୁମ୍ଭେମାନେ ଜାଣ” | (ଦେଖ: ଆଳଙ୍କାରିକ ପ୍ରଶ୍ନ)

ଜଗତ ସହ ବନ୍ଧୁତା

“ଜଗତ ସହ ବନ୍ଧୁତା” ପରିଚିତ ହେବା ବା ଜଗତର ମାପକାଠି ଏବଂ ଆଚରଣରେ ଅଂଶୀହେବାରେ ସୂଚିତ କରେ | (ଦେଖ: ମୂଳସୂଚକ ଶବ୍ଦ)|

ଈଶ୍ୱରଙ୍କ ବିରୁଦ୍ଧତା ଜଗତର ମାପକାଠିର ଅଂଶୀହେବା ଅର୍ଥାତ୍ ଶତ୍ରୁ ବୋଲି ପ୍ରତିପନ୍ନ ହେବା | ଅନ୍ୟ ଭାଷାନ୍ତର ହେଲା: “ ଯେଉଁମାନେ ଈଶ୍ୱରଙ୍କୁ ଅସମ୍ମାନ କରନ୍ତି ତାହା ସହ କେହିଜଣେ ଈଶ୍ୱରଙ୍କୁ ପ୍ରତିବାଧା ଭଳି ଅନୁକରଣ କରିବା”|

ଜଗତ ସହ ବନ୍ଧୁତା କରିବା

“ଯେଉଁମାନେ ଈଶ୍ୱରଙ୍କୁ ଅସମ୍ମାନ କରିବା ଭଳି ଅନୁକରଣ କରନ୍ତି”|

ଅଥବା ତୁମେ ଭାବ କି ଧର୍ମଶାସ୍ତ୍ର ଅଦରକାରୀ ଅଟେ

ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ଯାକୁଵ ତାଙ୍କ ଶ୍ରୋତାମାନଙ୍କୁ ଉତ୍ସାହିତ କରନ୍ତି | ଏହା ଗୋଟିଏ ଉକ୍ତି ଭାବେ ଅନୁବାଦ କରିପାର : “ଧର୍ମଶାସ୍ତ୍ର ସତ୍ୟ ଅଟେ ”|

ଇଶ୍ଵର ପବିତ୍ର ଆତ୍ମାଙ୍କୁ ଆମ୍ଭମାନଙ୍କ ମଧ୍ୟରେ ବାସ କରାଇଲେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଧିକାର କରିବା ଏକାନ୍ତ କାମନା ଅଟେ

ସେଠାରେ କେତେକ ଘଟଣାଗୁଡିକ ଅଛି ଯେ ଏହି ପଦରେ ତାହା ଅସ୍ପଷ୍ଟ ଅଟେ | “ଆତ୍ମା” ପବିତ୍ର ଆତ୍ମା ବା ଗୋଟିଏ ମାନବ ଆତ୍ମା କି ? ଈଶ୍ୱରଙ୍କ ବା ଆତ୍ମାର “ଏକାନ୍ତ କାମନା” ରହିଅଛି କି? “ଏକାନ୍ତ କାମନା” ଭଲ ବା ମନ୍ଦ ଅଟେ କି ? “ହଁ” ବା “ନାଁ” ଉତ୍ତର ଗୋଟିଏ ଆଳଙ୍କାରିକ ପ୍ରଶ୍ନ ଆଶା କରେ କି? ଏହି ଅନିଶ୍ଚିତ ଫଳାଫଳଗୁଡିକ ଅନ୍ତଃତ ପକ୍ଷେ ପାଞ୍ଚୋଟି ସମ୍ଭାବ୍ୟ ଅର୍ଥଗୁଡିକ ଅଛି : ୧) “ହଁ, ଈଶ୍ୱର ମାନବ ଆତ୍ମା ଏକାନ୍ତ କାମନା ପାଇଁ ସେ ଆମ୍ଭମାନଙ୍କୁ ମଧ୍ୟରେ ରଖିଲେ ” ବା ) “ହଁ, ଈଶ୍ୱର ପବିତ୍ର ଆତ୍ମା ପାଇଁ ଏକାନ୍ତ କାମନା କରି ଆମ୍ଭମାନଙ୍କୁ ମଧ୍ୟରେ ଅଧିକାର କରନ୍ତି” ବା ୩) “ହଁ, ମାନବ ଆତ୍ମା ଯେ ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ମନ୍ଦ ଇଚ୍ଛା ରଖିଅଛନ୍ତି ” ବା ୪) “ହଁ,ପବିତ୍ର ଆତ୍ମା ଯେ ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ଏକାନ୍ତ କାମନା କରି ରଖିଅଛନ୍ତି ” ବା ୫) “ନା, ପବିତ୍ର ଆତ୍ମା ଯେ ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ଈର୍ଷା କରନ୍ତି ନାହିଁ ”| ଆମେ ପ୍ରସ୍ତାବ ଦେଉ ଯେ ତୁମେ ଅର୍ଥ ବ୍ୟବହାର କର ଯେ ତୁମର ପାଠକ ଅନ୍ୟ ଅନୁବାଦରେ ବ୍ୟବହାର କରି ଉପସ୍ଥାପନ କରାଯାଇଅଛି |