Door43-Catalog_or_tn/JAS/03/13.md

2.1 KiB

ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ସେହି ବ୍ୟକ୍ତି ହେଉ

ଏହା ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରି ଯଥାର୍ଥ ଆଚରଣ ସମ୍ବନ୍ଧରେ ତାଙ୍କ ଶ୍ରୋତାମାନଙ୍କୁ ଯାକୁଵ ଶିକ୍ଷା ଦିଅନ୍ତି | ପୁଣି, “ଜ୍ଞାନୀ ଓ ବୁଦ୍ଧିମାନ” ଗୋଟିଏ ଦୈତଅର୍ଥବୋଧକତା ଅଟେ | ଏହିଭଳି ଭାବେ ଅନୁବାଦ କରିପାର “ବ୍ୟକ୍ତିଟି ଯିଏ ଚିନ୍ତା କରେ ସେ ଜ୍ଞାନୀ ହେବା ଉଚିତ ” |(ଦେଖ: ଆଳଙ୍କାରିକ ପ୍ରଶ୍ନ ଏବଂ ଦୈତଅର୍ଥବୋଧକ)

ଗୋଟିଏ ଉତ୍ତମ ଜୀବନ ପ୍ରଦର୍ଶନ କରିବା

“ଉତ୍ତମ ଆଚରଣ ଦେଖାଇବା ” ବା “ଏହା ଦେଖାଅ”

ସଦାଚରଣର ତାଙ୍କ କର୍ମ ଦ୍ୱାରା ଯେ ବିଜ୍ଞତାରୁ ଆସେ

“ତାଙ୍କ ଉତ୍ତମ କର୍ମଗୁଡିକ ସହ ଏବଂ ସଦାଚରଣ ଯେ ସତ୍ ଜ୍ଞାନଠାରୁ ଆସେ ”

ତିକ୍ତ ଇର୍ଷାଭାବ ଏବଂ ସ୍ୱାର୍ଥପର ଅଭିଳାଷ ତୁମ୍ଭମାନଙ୍କ ହୃଦୟରେ ଥାଏ

“ହୃଦୟ” ଭାବନା ବା ଚିନ୍ତାଗୁଡିକୁ ବୁଝାଏ | ଅନ୍ୟ ଭାଷାନ୍ତର : “ଅନ୍ୟମାନଙ୍କ ସହ ଅଂଶୀ ହେବେ ନାହିଁ ଏବଂ ତୁମେ ସର୍ବଦା ନିଜକୁ ପ୍ରଥମ ସ୍ଥାନ ଦିଅ ”| (ଦେଖ: ମୂଳ ଶବ୍ଦ ସୂଚକ)

ଗର୍ବ କର ନାହିଁ ଏବଂ ସତ୍ୟ ବିରୁଦ୍ଧରେ ମିଥ୍ୟା କୁହ ନାହିଁ

“ଏହା ବିଷୟରେ ନିର୍ଭର କର ନାହିଁ ଏବଂ ତୁମେ ନିଜେ ଜ୍ଞାନୀ ମଣିବ ” |