Door43-Catalog_or_tn/LUK/20/34.md

2.9 KiB

ଏହି ଜଗତର ସନ୍ତାନମାନେ

“ଏହି ଜଗତର ଲୋକମାନେ” କିମ୍ବା “ଏହି ସମୟର ଲୋକମାନେ”। ଯେଉଁମାନେ ସ୍ୱର୍ଗରେ ଅଛନ୍ତି, କିମ୍ବା ଯେଉଁ ଲୋକମାନେ ପୁନରୁତ୍‌ଥାନ ପରେ ଜୀବିତ ରହିବେ, ଏହି ଦୁଇଟିରୁ ତାହା ବିପରୀତ ଅଟେ।

ବିବାହ କରନ୍ତି ଓ ବିବାହିତା ହୁଅନ୍ତି

ସେହି ସଂସ୍କୃତିରେ ପୁରୁଷମାନେ ସ୍ତ୍ରୀମାନଙ୍କ ସହ ବିବାହ କରିବା ନିମନ୍ତେ ବିଷୟରେ କହନ୍ତି ଓ ସ୍ତ୍ରୀମାନଙ୍କୁ ବିବାହରେ ଆପଣା ସ୍ୱାମୀକୁ ଦିଅନ୍ତି। ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ବିବାହ କରିବେ”।

ଯେଉଁମାନେ ଯୋଗ୍ୟ ଗଣିତ ହୁଅନ୍ତି

“ଯେଉଁମାନଙ୍କୁ ଈଶ୍ୱର ଯୋଗ୍ୟ ବୋଲି ବିବେଚନା କରିଅଛନ୍ତି”

ପୁନରୁତ୍‌ଥାନ ପ୍ରାପ୍ତ ହେବା ନିମନ୍ତେ

“ମୃତମାନଙ୍କ ମଧ୍ୟରୁ ଉତ୍‌ଥିତ ହେବା ନିମନ୍ତେ” କିମ୍ବା “ମୃତମାନଙ୍କ ମଧ୍ୟରୁ ଉଠିବା ନିମନ୍ତେ”

ବିବାହ କରନ୍ତି ନାହିଁ, କିମ୍ବା ବିବାହିତା ହୁଅନ୍ତି ନାହିଁ

“ବିବାହ କରିବେ ନାହିଁ”। ଏହା ପୁନରୁତ୍‌ଥାନ ପରେ ହୁଏ।

ସେମାନେ ଆଉ ମରି ପାରନ୍ତି ନାହିଁ

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ଆଉ କୌଣସି ପ୍ରକାରେ ମୃତ୍ୟୁବରଣ କରିବେ ନାହିଁ”। ଏହା ପୁନରୁତ୍‌ଥାନ ପରେ ହୁଏ।

ଈଶ୍ୱରଙ୍କ ପୁତ୍ର ଅଟନ୍ତି

“ ଈଶ୍ୱରଙ୍କ ସନ୍ତାନ ଅଟନ୍ତି”

ପୁନରୁତ୍‌ଥାନର ପୁତ୍ର ହେବାରୁ

“ଯେଉଁ ଲୋକମାନେ ମୃତମାନଙ୍କ ମଧ୍ୟରୁ ଉଠି ଆସିବେ”

ଏବଂ ପୁନରୁତ୍‌ଥାନର ପୁତ୍ର ହେବାରୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ସେମାନେ ମୃତମାନଙ୍କ ମଧ୍ୟରୁ ଉଠି ଆସିବେ, ସେତେବେଳେ ଈଶ୍ୱରଙ୍କ ପୁତ୍ର ହେବା ନିମନ୍ତେ ପ୍ରକାଶିତ ହେବେ”।