Door43-Catalog_or_tn/3JN/01/09.md

27 lines
2.9 KiB
Markdown

# ମଣ୍ଡଳୀ ସଭା
ଏହା ଗାୟ ଓ ଦଳର ବିଶ୍ଵାସୀମାନେ ଯେଉଁମାନେ ଈଶ୍ଵରଙ୍କ ଉପାସନା ନିମନ୍ତେ ଏକତ୍ର ହେଉଥିଲେ|
# ଦୀୟତ୍ରଫା
ସେ ମଣ୍ଡଳୀର ଜଣେ ସଦସ୍ୟ ଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)
# ଯିଏ ସେମାନଙ୍କ ମଧ୍ୟରେ ପ୍ରଧାନ ହେବାକୁ ଭଲ ପାଏ
“ଯିଏ ସେମାନଙ୍କ ନେତା ସଦୃଶ୍ୟ ବ୍ୟବହାର କରିବାକୁ ଭଲ ପାଏ”
# ଆମ୍ଭମାନଙ୍କୁ ଅଗ୍ରାହ୍ୟ କରେ
ଏହି ଶବ୍ଦ “ଆମ୍ଭମାନଙ୍କୁ” ଯୋହନ ଓ ତାହାଙ୍କ ସହିତ ଯେଉଁମାନେ ଥିଲେ ସେସମସ୍ତଙ୍କୁ ଦର୍ଶାଏ| ଏଥିରେ ଗାୟ ଅନ୍ତର୍ଭୁକ୍ତ ନୁହନ୍ତି| (ଦେଖନ୍ତୁ: ସୀମା ବହିର୍ଭୁକ୍ତ)
# ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା କହି ଆମ୍ଭମାନଙ୍କ ନିନ୍ଦା କରେ
“ଏବଂ ସେ କିପରି ଆମ୍ଭମାନଙ୍କ ବିଷୟରେ ମନ୍ଦ କଥା କହନ୍ତି ଯାହା ପ୍ରକୃତରେ ସତ୍ୟ ନୁହେଁ|”
# ସେ ନିଜେ
ଏହି ଶବ୍ଦ “ନିଜେ” ଗୁରୁତ୍ୱ ଦିଆଯାଏ ଯାହା, ସେ ଦୀୟତ୍ରଫା ଯିଏ ଏ ସମସ୍ତ କାର୍ଯ୍ୟ କରେ|
(ଦେଖନ୍ତୁ: ସ୍ୱୟଂବାଚ଼କ ସର୍ବନାମ)
# ଭାଇମାନଙ୍କୁ ଆତିଥ୍ୟ କରେ ନାହିଁ
“ସହ ବିଶ୍ୱାସୀମାନଙ୍କୁ ସ୍ୱାଗତ କରେ ନାହିଁ|”
# ଅନ୍ୟମାନେ ତାହା କରିବାକୁ ଇଛା କଲେ ସେମାନଙ୍କୁ ମନା କରେ
ଏହି ବାକ୍ୟାଂଶରେ କିଛି ଶବ୍ଦ ଅଛି ଯାହା ବାଦ ଦିଆଯାଇଛି, କିନ୍ତୁ ତାହା ବୁଝିହେଉଛି| ବିକଳ୍ପ ଅନୁବାଦ: “ଏବଂ ସେ ସେମାନଙ୍କୁ ମନା କରେ ଯେଉଁମାନେ ବିଶ୍ୱାସୀମାନଙ୍କୁ ସ୍ୱାଗତ କରିବାକୁ ଇଛା କରନ୍ତି|” (ଦେଖନ୍ତୁ: ଶବ୍ଦର ବିଲୋପ)
# ଏବଂ ସେମାନଙ୍କୁ ଉଛିନ୍ନ କରେ
“ଏବଂ ସେମାନଙ୍କୁ ବଳପୂର୍ବକ ବାହାର କରେ|” ଏହି ଶବ୍ଦ “ସେମାନଙ୍କୁ” ଏହା ସେମାନଙ୍କୁ ଦର୍ଶାଏ ଯେଉଁମାନେ ସହ ବିଶ୍ୱାସୀମାନଙ୍କୁ ସ୍ୱାଗତ କରନ୍ତି|