Door43-Catalog_or_tn/3JN/01/05.md

3.3 KiB

ତୁମ୍ଭେ ବିଶ୍ୱସ୍ତ ଭାବରେ କରୁଅଛ

“ତୁମ୍ଭେ ଈଶ୍ୱରଙ୍କ ବିଶ୍ୱାସଯୋଗ୍ୟ କାର୍ଯ୍ୟ କରୁଅଛ” କିମ୍ବା “ତୁମ୍ଭେ ଈଶ୍ୱରଙ୍କଠାରେ ବିଶ୍ୱସ୍ତ ହେଉଅଛ”

ଭାଇମାନଙ୍କ ନିମନ୍ତେ ଓ ବିଦେଶୀମାନଙ୍କ ନିମନ୍ତେ କାର୍ଯ୍ୟ କର

“ସହ ବିଶ୍ୱାସୀମାନଙ୍କୁ ଓ ଯେଉଁମାନଙ୍କୁ ତୁମ୍ଭେ ଜାଣ ନାହିଁ ସେମାନଙ୍କୁ ସାହାଯ୍ୟ କର ”

ଯେଉଁମାନେ ମଣ୍ଡଳୀ ନିକଟରେ ତୁମ୍ଭ ପ୍ରେମ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି

ଏହା ନୂତନ ବାକ୍ୟରେ ଏହିପରି ଅନୁବାଦ କରାଯାଇପାରେ: “ତୁମ୍ଭେ କିପରି ସେମାନଙ୍କୁ ପ୍ରେମ କରୁଅଛ, ଏହା ସେମାନେ ମଣ୍ଡଳୀରେ ଥିବା ବିଶ୍ୱାସୀମାନଙ୍କୁ କହୁଅଛନ୍ତି|”

ତୁମ୍ଭେ ସେମାନଙ୍କୁ ଈଶ୍ୱରଙ୍କ ଯୋଗ୍ୟ ପଥରେ ନେଇ ଉପକାର କରିବ|

“ଦୟାକରି, ସେମାନଙ୍କୁ ସେହି ପଥରେ ପଠାଅ ଯେପରି ସେମାନଙ୍କ ପଥ ଈଶ୍ଵରଙ୍କୁ ଗୌରବ ଦେବ|”

କାରଣ ଖ୍ରୀଷ୍ଟଙ୍କ ନାମ ସକାଶେ ସେମାନେ ବାହାରିଅଛନ୍ତି

ଏଠାରେ “ନାମ” ଯୀଶୁଙ୍କୁ ଦର୍ଶାଏ| ବିକଳ୍ପ ଅନୁବାଦ: “କାରଣ ସେମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ନିମନ୍ତେ ବାହାରିଅଛନ୍ତି|” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ବିଜାତିମାନଙ୍କ ଠାରୁ କିଛି ଗ୍ରହଣ ନ କରି

ଏଠାରେ “ବିଜାତି” ଏହାର ଅର୍ଥ ନୁହେଁ ଯେ ସେ ଜଣେ ଯିହୁଦୀ ନୁହେଁ| ଏହାର ଅର୍ଥ ଯିଏ ଯୀଶୁଙ୍କୁ ବିଶ୍ଵାସ କରେ ନାହିଁ| ବିକଳ୍ପ ଅନୁବାଦ: “ଏବଂ ସେମାନେ ଯେଉଁମାନଙ୍କୁ ଯୀଶୁଙ୍କ ବିଷୟରେ କହନ୍ତି ସେମାନଠାରୁ କିଛି ଗ୍ରହଣ କରନ୍ତି ନାହିଁ|”

ଅତଏବ, ଆମ୍ଭେମାନେ

ଏଠାରେ “ଆମ୍ଭେମାନେ” ଯୋହନ ଓ ସମସ୍ତ ବିଶ୍ୱାସୀଙ୍କ ସମେତ ସମସ୍ତଙ୍କୁ ଦର୍ଶାଏ| (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)

ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କ ସହକାର୍ଯ୍ୟକାରୀ ହୋଇପାରୁ

“ଈଶ୍ୱରଙ୍କ ସତ୍ୟ ବିଷୟରେ ଲୋକମାନଙ୍କୁ କହିବା କାର୍ଯ୍ୟରେ ସେମାନଙ୍କୁ ଆମ୍ଭେମାନେ ସାହାଯ୍ୟ କରିପାରୁ|”