Door43-Catalog_or_tn/3JN/01/05.md

23 lines
3.3 KiB
Markdown
Raw Permalink Normal View History

2018-01-11 01:51:28 +00:00
# ତୁମ୍ଭେ ବିଶ୍ୱସ୍ତ ଭାବରେ କରୁଅଛ
“ତୁମ୍ଭେ ଈଶ୍ୱରଙ୍କ ବିଶ୍ୱାସଯୋଗ୍ୟ କାର୍ଯ୍ୟ କରୁଅଛ” କିମ୍ବା “ତୁମ୍ଭେ ଈଶ୍ୱରଙ୍କଠାରେ ବିଶ୍ୱସ୍ତ ହେଉଅଛ”
# ଭାଇମାନଙ୍କ ନିମନ୍ତେ ଓ ବିଦେଶୀମାନଙ୍କ ନିମନ୍ତେ କାର୍ଯ୍ୟ କର
“ସହ ବିଶ୍ୱାସୀମାନଙ୍କୁ ଓ ଯେଉଁମାନଙ୍କୁ ତୁମ୍ଭେ ଜାଣ ନାହିଁ ସେମାନଙ୍କୁ ସାହାଯ୍ୟ କର ”
# ଯେଉଁମାନେ ମଣ୍ଡଳୀ ନିକଟରେ ତୁମ୍ଭ ପ୍ରେମ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି
ଏହା ନୂତନ ବାକ୍ୟରେ ଏହିପରି ଅନୁବାଦ କରାଯାଇପାରେ: “ତୁମ୍ଭେ କିପରି ସେମାନଙ୍କୁ ପ୍ରେମ କରୁଅଛ, ଏହା ସେମାନେ ମଣ୍ଡଳୀରେ ଥିବା ବିଶ୍ୱାସୀମାନଙ୍କୁ କହୁଅଛନ୍ତି|”
# ତୁମ୍ଭେ ସେମାନଙ୍କୁ ଈଶ୍ୱରଙ୍କ ଯୋଗ୍ୟ ପଥରେ ନେଇ ଉପକାର କରିବ|
“ଦୟାକରି, ସେମାନଙ୍କୁ ସେହି ପଥରେ ପଠାଅ ଯେପରି ସେମାନଙ୍କ ପଥ ଈଶ୍ଵରଙ୍କୁ ଗୌରବ ଦେବ|”
# କାରଣ ଖ୍ରୀଷ୍ଟଙ୍କ ନାମ ସକାଶେ ସେମାନେ ବାହାରିଅଛନ୍ତି
ଏଠାରେ “ନାମ” ଯୀଶୁଙ୍କୁ ଦର୍ଶାଏ| ବିକଳ୍ପ ଅନୁବାଦ: “କାରଣ ସେମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ନିମନ୍ତେ ବାହାରିଅଛନ୍ତି|” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
# ବିଜାତିମାନଙ୍କ ଠାରୁ କିଛି ଗ୍ରହଣ ନ କରି
ଏଠାରେ “ବିଜାତି” ଏହାର ଅର୍ଥ ନୁହେଁ ଯେ ସେ ଜଣେ ଯିହୁଦୀ ନୁହେଁ| ଏହାର ଅର୍ଥ ଯିଏ ଯୀଶୁଙ୍କୁ ବିଶ୍ଵାସ କରେ ନାହିଁ| ବିକଳ୍ପ ଅନୁବାଦ: “ଏବଂ ସେମାନେ ଯେଉଁମାନଙ୍କୁ ଯୀଶୁଙ୍କ ବିଷୟରେ କହନ୍ତି ସେମାନଠାରୁ କିଛି ଗ୍ରହଣ କରନ୍ତି ନାହିଁ|”
# ଅତଏବ, ଆମ୍ଭେମାନେ
ଏଠାରେ “ଆମ୍ଭେମାନେ” ଯୋହନ ଓ ସମସ୍ତ ବିଶ୍ୱାସୀଙ୍କ ସମେତ ସମସ୍ତଙ୍କୁ ଦର୍ଶାଏ| (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)
# ଆମ୍ଭେମାନେ ଯେପରି ସତ୍ୟ ସକାଶେ ସେମାନଙ୍କ ସହକାର୍ଯ୍ୟକାରୀ ହୋଇପାରୁ
“ଈଶ୍ୱରଙ୍କ ସତ୍ୟ ବିଷୟରେ ଲୋକମାନଙ୍କୁ କହିବା କାର୍ଯ୍ୟରେ ସେମାନଙ୍କୁ ଆମ୍ଭେମାନେ ସାହାଯ୍ୟ କରିପାରୁ|”