Door43-Catalog_or_tn/2JN/01/04.md

22 lines
2.7 KiB
Markdown

ଯୋହନ ପୁନରାରମ୍ଭ କରନ୍ତି ମଣ୍ଡଳୀକୁ କହିବା ନିମନ୍ତେ ଯେପରି “ହେ ଭଦ୍ର ମହିଳା” ବିଶ୍ୱାସୀମାନେ ତାହାଙ୍କ “ସନ୍ତାନ” ଅଟନ୍ତି(ଦେଖନ୍ତୁ: ୧:୧)
# ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ
ଏହି ଶବ୍ଦ “ତୁମ୍ଭର” ଏକବଚ଼ନ ଅଟେ|
# ଆମ୍ଭେମାନେ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ
“ଈଶ୍ୱର ପିତା ଯେପରି ଆମ୍ଭମାନଙ୍କୁ ଆଜ୍ଞା ଦେଇଥିଲେ”
# ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ
“ମୁଁ ଯେ ତୁମ୍ଭକୁ କୌଣସି ନୂଆ ବିଷୟ କରିବାକୁ ଆଜ୍ଞା ଦେଉଅଛି, ତାହା ନୁହେଁ”
# ମାତ୍ର ଆଦ୍ୟରୁ ଆମ୍ଭେମାନେ ଯାହା ପ୍ରାପ୍ତ ହୋଇଅଛୁ
“ମାତ୍ର ଖ୍ରୀଷ୍ଟ ଆମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଲେ କରିବା ନିମନ୍ତେ ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ୱାସ କଲୁ, ସେହି ଆଜ୍ଞାଟି ମୁଁ ତୁମ୍ଭମାନଙ୍କୁ ଲେଖୁଅଛି| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)
# ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ
ଏହା ଏକ ନୂତନ ବାକ୍ୟରେ ଏହିପରି ଅନୁବାଦ କରାଯାଇପାରେ: “ଏବଂ ସେ ଆଜ୍ଞା ଦେଲେ ଯେ ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ| ”
# ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା
ଏହି ଶବ୍ଦ “ଏହା” ପ୍ରେମକୁ ଦର୍ଶାଏ| ବିକଳ୍ପ ଅନୁବାଦ: “ଏବଂ ପରସ୍ପରକୁ ପ୍ରେମ କରିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛନ୍ତି ଯେଉଁ ସମୟଠାରୁ ତୁମ୍ଭେମାନେ ପ୍ରଥମେ ବିଶ୍ୱାସ କଲ |”
# ସେହି ଅନୁସାରେ ଆଚରଣ କର
ଏହି ଶବ୍ଦ “ତୁମ୍ଭେମାନେ” ବହୁବଚ଼ନ ଅଟେ|