or_tn/1co/03/intro.md

3.2 KiB
Raw Blame History

୧ କରିନ୍ଥୀୟ ୦୩ ପର୍ବ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଏବଂ ରୂପରେଖା

କେତେକ ଅନୁବାଦଗୁଡିକରେ ପଠନକୁ ସହଜସାଧ୍ୟ କରିବା ନିମନ୍ତେ ପ୍ରତ୍ୟେକ ଧାଡ଼ିକୁ ମୂଳ ଲେଖାଠାରୁ ଅଲଗା କରି ଦୂର ଡାହାଣ ପଟେ ରଖାଯାଇଛି । ULTରେ ୧୯ ପଦ ଓ ପଦକୁ ଏପରି କରାଯାଇଛି ଯାହା ପୁରାତନ ନିୟମରୁ ଆନୀତ ।

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ

ଶାରୀରିକମନା ଲୋକମାନେ

ସେମାନଙ୍କର ଅଧାର୍ମିକତାର କାର୍ଯ୍ୟ ସକାଶୁ କରିନ୍ଥୀୟ ବିଶ୍ବାସୀମାନେ ଅପରିପକ୍ବ ଅଟନ୍ତି । ସେ ସେମାନଙ୍କୁ “ଶାରୀରିକମନା” ବୋଲି କହନ୍ତି, ଏହାର ଅର୍ଥ ଯେ ସେମାନେ ଅବିଶ୍ବାସୀମାନଙ୍କ ପରି କାର୍ଯ୍ୟ କରନ୍ତି । ଏହି ଶବ୍ଦକୁ ଯେଉଁମାନେ “ଆତ୍ମିକ” ଅଟନ୍ତି ସେମାନଙ୍କର ବିପରିତାର୍ଥକ ଶବ୍ଦ ଭାବରେ ବ୍ୟବହାର କରାଯାଇଛି । ଯଦି ଖ୍ରୀଷ୍ଟିୟାନମାନେ “ଶାରୀରିକମନା” ହୋଇ କାର୍ଯ୍ୟ କରନ୍ତି ତାହାହେଲେ ସେମାନେ ମୁର୍ଖତାର କାର୍ଯ୍ୟ କରୁଛନ୍ତି । ସେମାନେ ଜାଗତିକ ଜ୍ଞାନକୁ ଅନୁସରଣ କରୁଛନ୍ତି । (ଦେଖ:[[rc:///tw/dict/bible/kt/righteous]],[[rc:///tw/dict/bible/kt/flesh]],[[rc:///tw/dict/bible/kt/spirit]],ଏବଂ [[rc:///tw/dict/bible/kt/foolish]] ଏବଂrc://*/tw/dict/bible/kt/wise)

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣର ଅଳଙ୍କାର

ରୂପକ

ଏହି ଅଧ୍ୟାୟରେ ଅନେକ ରୂପକ ରହିଛି । ଆତ୍ମିକ ଅପରିପକ୍ବତା ଥିବା ବିଷୟକୁ କହିବା ପାଇଁ ପାଉଲ “ଶିଶୁମାନେ” ଓ “କ୍ଷୀର”କୁ ରୂପକ ଭାବରେ ବ୍ୟବହାର କରିଛନ୍ତି । କରିନ୍ଥୀୟ ମଣ୍ଡଳୀର ବୃଦ୍ଧି ବିଷୟରେ ବର୍ଣ୍ଣନା କରିବା ପାଇଁ ସେ ତାଙ୍କର ଓ ଆପଲ୍ଲଙ୍କ ଭୂମିକାକୁ ରୋପଣ ଏବଂ ଜଳ ସିଞ୍ଚନର ରୂପକ ବ୍ୟବହାର କରିଛନ୍ତି । କରିନ୍ଥୀୟମାନଙ୍କୁ ଆତ୍ମିକତାର ସତ୍ୟ ବିଷୟରେ ଶିଖାଇବା ପାଇଁ ଏବଂ ତାଙ୍କର ଶିକ୍ଷାଗୁଡିକୁ ସେମାନଙ୍କୁ ସହଜରେ ବୁଝାଇ ପାଇଁ ପାଉଲ ଅନ୍ୟ ରୂପକଗୁଡ଼ିକ ମଧ୍ୟ ବ୍ୟବହାର କରିଅଛନ୍ତି । (ଦେଖ:rc://*/ta/man/translate/figs-metaphor)