or_tn/rom/07/intro.md

2.9 KiB

ରୋମୀୟ୦୭ ଅଧ୍ୟାୟର ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

“ତୁମ୍ଭେମାନେ କ’ଣ ଜାଣ ନାହଁ”

ଏକ ନୂତନ ବିଷୟରେ ଆଲୋଚନା କରିବାପାଇଁ ପାଉଲ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି, ଯାହା ପୂର୍ବ ଶିକ୍ଷାରେ ଅଲୋଚନା କରାଯାଇଛି, ତାହା ସହିତ ମିଳିତ କରିବା ପାଇଁI

ଏହି ଅଧ୍ୟାୟର ବିଶେଷ ଧାରଣା

“ଆମ୍ଭେମାନେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ

ପାଉଲ ବର୍ଣ୍ଣନା କରନ୍ତି ଯେ ମୋଶାଙ୍କ ବ୍ୟବସ୍ଥା ଆଉ ଲାଗୁ ହେଉନାହିଁ I ଏହା ସତ୍ୟ ହେଲେ ମଧ୍ୟ, ବ୍ୟବସ୍ଥାରେ ଥିବା ସର୍ବକାଳୀନ ସିଦ୍ଧାନ୍ତଗୁଡିକ ଈଶ୍ବରଙ୍କ ଚରିତ୍ରକୁ ପ୍ରକାଶିତ କରେ I (ଦେଖ:rc://*/tw/dict/bible/kt/lawofmoses)

ଏହି ଅଧ୍ୟାୟର ଗୁରୁତ୍ବପୁର୍ଣ୍ଣ ଶବ୍ଦ ଅଳଙ୍କାର

ବିବାହ

ଶାସ୍ତ୍ର ସାଧାରଣତଃ ବିବାହକୁ ଏକ ରୂପକ ଭାବେ ବ୍ୟବହାର କରେ I ଏଠାରେ ପାଉଲ ମଣ୍ଡଳୀ କିପରି ମୋଶାଙ୍କ ବ୍ୟବସ୍ଥା ଓ ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ସମ୍ବନ୍ଧ ସ୍ଥାପନ କରୁଛି, ସେ ବିଷୟ ବର୍ଣ୍ଣନା କରୁଛନ୍ତି I (ଦେଖ:rc://*/ta/man/translate/figs-metaphor)

ଏହି ଅଧ୍ୟାୟର ଅନ୍ୟ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶରୀର

ଏହା ଏକ ଜଟିଳ ବିଷୟ ଅଟେ I “ଶରୀର” ଆମ୍ଭମାନଙ୍କ ପାପରୂପ ସ୍ବଭାବର ରୂପକ ଅଟେ I ପାଉଲ ଏହା ଶିକ୍ଷା ଦେଉ ନାହାନ୍ତି ଯେ ଆମ୍ଭମାନଙ୍କର ଭୌତିକ ଶରୀର ପାପ ଅଟେ I ପାଉଲ ଏହା ଶିକ୍ଷା ଦେବା ନିମନ୍ତେ ଚାହାଁନ୍ତି ଯେ, ଯେପର୍ଯ୍ୟନ୍ତ ଖ୍ରୀଷ୍ଟିୟାନମାନେ ଜୀବିତ ଅଛନ୍ତି, (“ଶରୀରରେ”), ଆମ୍ଭେମାନେ ବାରମ୍ବାର ପାପ କରି ଚାଲିଥିବା I କିନ୍ତୁ ଆମ୍ଭମାନଙ୍କର ନୂତନ ସ୍ବଭାବ ପୁରାତନ ସ୍ବଭାବ ବିରୁଦ୍ଧରେ ଯୁଦ୍ଧ କରିବ I (ଦେଖ:[[rc:///tw/dict/bible/kt/flesh]] ଓ [[rc:///tw/dict/bible/kt/sin]])