or_tn/rom/04/16.md

2.8 KiB

For this reason

ଏଣୁ

it is by faith

ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି ତାହାକୁ ପ୍ରାପ୍ତ ହେବା ବିଷୟକୁ “ଏହା” ଶବ୍ଦଟି ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କେବଳ ବିଶ୍ବାସ ଦ୍ବାରା ଆମ୍ଭେମାନେ ପ୍ରତିଜ୍ଞା ପାଇଅଛୁ” କିମ୍ବା “ବିଶ୍ବାସ ଦ୍ବାରା ଆମ୍ଭେମାନେ ପ୍ରତିଜ୍ଞା ଗ୍ରହଣ କରୁଛୁ”

in order that the promise may rest on grace

“ଅନୁଗ୍ରହରେ ପ୍ରତିଜ୍ଞା ରହିବ” ବାକ୍ୟାଂଶଟି ସୂଚିତ କରେ ଯେ କେବଳ ତାହାଙ୍କ ଅନୁଗ୍ରହ ସକାଶେ ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଦେଉଅଛନ୍ତି । ଅନ୍ୟ ଏକ ଅନୁବାଦରେ: “ଯେପରି ସେ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଏକ ମୁକ୍ତ ଉପହାର ହୋଇପାରେ” ବା “ଯେପରି ତାହାଙ୍କ ପ୍ରତିଜ୍ଞା ତାହାଙ୍କ ଅନୁଗ୍ରହ ସକାଶେ ହୋଇପାରେ” (ଦେଖ:rc://*/ta/man/translate/figs-metaphor)

those who are under the law

ଏହା ଯିହୂଦୀ ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବା ପାଇଁ ବାଧ୍ୟ ଥିଲେ I

those who share the faith of Abraham

ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯାହାଙ୍କଠାରେ, ଅବ୍ରାହାମ ସୁନ୍ନତ ହେବା ପୁର୍ବରୁ ଯେପରି ବିଶ୍ବାସ କରୁଥିଲେ, ସେପରି ବିଶ୍ବାସ ଅଛି । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଅବ୍ରାହାମଙ୍କ ପରି ବିଶ୍ବାସ କରନ୍ତି”

father of us all

ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲଙ୍କୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ସମସ୍ତ ଯିହୂଦୀ ଓ ଅଣ-ଯିହୂଦୀମାନଙ୍କୁ ଦର୍ଶାଏ। ଅବ୍ରାହାମ ଯିହୂଦୀଲୋକମାନଙ୍କର ଏକ ଶାରୀରିକ ପୂର୍ବପୁରୁଷ ଅଟନ୍ତି, କିନ୍ତୁ ସେ ଯେଉଁମାନେ ବିଶ୍ବାସ କରନ୍ତି, ସେମାନଙ୍କର ମଧ୍ୟ ଆତ୍ମିକ ପିତା ଅଟନ୍ତି । (ଦେଖ:rc://*/ta/man/translate/figs-inclusive)