or_tn/rev/21/intro.md

2.5 KiB

ପ୍ରକାଶିତ ବାକ୍ୟ ୨୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟ ନୂତନ ଯିରୂଶାଲମର ବିସ୍ତୃତ ଚିତ୍ର ପ୍ରଦାନ କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ଦ୍ବିତୀୟ ମୃତ୍ୟୁ

ମୃତ୍ୟୁ ଏକ ପ୍ରକାର ପୃଥକୀକରଣ ଅଟେ I ପ୍ରଥମ ମୃତ୍ୟୁ ହେଉଛି ଶାରୀରିକଭାବରେ ମୃତ୍ୟୁଭୋଗ କରିବା, ଯେତେବେଳେ ଆତ୍ମା ଶରୀରଠାରୁ ଅଲଗା ହୋଇଯାଏ I ଦ୍ବିତୀୟ ମୃତ୍ୟୁ ହେଉଛି ଈଶ୍ବରଙ୍କଠାରୁ ଅନନ୍ତକାଳ ଅଲଗା ହୋଇଯିବା I (ଦେଖ: [[rc:///tw/dict/bible/other/death]] ଓ [[rc:///tw/dict/bible/kt/soul]] ଓ rc://*/tw/dict/bible/kt/eternity)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଜୀବନ ପୁସ୍ତକ

ଏହା ଅନନ୍ତ ଜୀବନର ଏକ ରୂପକ ଅଟେ I ଯେଉଁମାନେ ଅନନ୍ତ ଜୀବନ ପାଇଛନ୍ତି, ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଯିବା କୁହାଯାଏ I (ଦେଖ: rc://*/ta/man/translate/figs-metaphor)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାମାନ

ନୂତନ ସ୍ବର୍ଗ ଓ ନୂତନ ପୃଥିବୀ

ଏହା ଅସ୍ପଷ୍ଟ ଯେ ଏହା ସମ୍ପୂର୍ଣ୍ଣରୂପେ ଏକ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ନା ବର୍ତ୍ତମାନ ଥିବା ସ୍ବର୍ଗ ଓ ପୃଥିବୀକୁ ପୁନଃନିର୍ମିତ କରାଯାଇଛି I ନୂତନ ଯିରୂଶାଲମ ବିଷୟରେ ମଧ୍ୟ ଏହି ସତ୍ୟ ସମାନ ଅଟେ I ଏହା ସମ୍ଭବ ଯେ କେତେକ ଭାଷାରେ ଏହା ଅନୁବାଦ କରିବା କଷ୍ଟକର I “ନୂତନ” ଶବ୍ଦର ଅର୍ଥ ମୂଳ ଭାଷାରେ ଭିନ୍ନ ଓ ପୁରାତନ ବିଷୟଠାରୁ ଉତ୍ତମ ହେବା ବୁଝାଯାଏ I ଏହାର ଅର୍ଥ ନୁହେଁ ଯେ ସମୟ ଅନୁସାରେ ଏହା ନୂତନ ଅଟେ I