# ପ୍ରକାଶିତ ବାକ୍ୟ ୨୧ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି ଏହି ଅଧ୍ୟାୟ ନୂତନ ଯିରୂଶାଲମର ବିସ୍ତୃତ ଚିତ୍ର ପ୍ରଦାନ କରୁଅଛି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ଦ୍ବିତୀୟ ମୃତ୍ୟୁ ମୃତ୍ୟୁ ଏକ ପ୍ରକାର ପୃଥକୀକରଣ ଅଟେ I ପ୍ରଥମ ମୃତ୍ୟୁ ହେଉଛି ଶାରୀରିକଭାବରେ ମୃତ୍ୟୁଭୋଗ କରିବା, ଯେତେବେଳେ ଆତ୍ମା ଶରୀରଠାରୁ ଅଲଗା ହୋଇଯାଏ I ଦ୍ବିତୀୟ ମୃତ୍ୟୁ ହେଉଛି ଈଶ୍ବରଙ୍କଠାରୁ ଅନନ୍ତକାଳ ଅଲଗା ହୋଇଯିବା I (ଦେଖ: [[rc://*/tw/dict/bible/other/death]] ଓ [[rc://*/tw/dict/bible/kt/soul]] ଓ [[rc://*/tw/dict/bible/kt/eternity]]) ## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର ### ଜୀବନ ପୁସ୍ତକ ଏହା ଅନନ୍ତ ଜୀବନର ଏକ ରୂପକ ଅଟେ I ଯେଉଁମାନେ ଅନନ୍ତ ଜୀବନ ପାଇଛନ୍ତି, ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଯିବା କୁହାଯାଏ I (ଦେଖ: [[rc://*/ta/man/translate/figs-metaphor]]) ## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାମାନ ### ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ଏହା ଅସ୍ପଷ୍ଟ ଯେ ଏହା ସମ୍ପୂର୍ଣ୍ଣରୂପେ ଏକ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ନା ବର୍ତ୍ତମାନ ଥିବା ସ୍ବର୍ଗ ଓ ପୃଥିବୀକୁ ପୁନଃନିର୍ମିତ କରାଯାଇଛି I ନୂତନ ଯିରୂଶାଲମ ବିଷୟରେ ମଧ୍ୟ ଏହି ସତ୍ୟ ସମାନ ଅଟେ I ଏହା ସମ୍ଭବ ଯେ କେତେକ ଭାଷାରେ ଏହା ଅନୁବାଦ କରିବା କଷ୍ଟକର I “ନୂତନ” ଶବ୍ଦର ଅର୍ଥ ମୂଳ ଭାଷାରେ ଭିନ୍ନ ଓ ପୁରାତନ ବିଷୟଠାରୁ ଉତ୍ତମ ହେବା ବୁଝାଯାଏ I ଏହାର ଅର୍ଥ ନୁହେଁ ଯେ ସମୟ ଅନୁସାରେ ଏହା ନୂତନ ଅଟେ I