or_tn/rev/20/intro.md

3.7 KiB
Raw Permalink Blame History

ପ୍ରକାଶିତ ବାକ୍ୟ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଖ୍ରୀଷ୍ଟଙ୍କ ସହସ୍ର ବର୍ଷର ରାଜତ୍ବ

ଏହି ଅଧ୍ୟାୟରେ ଯୀଶୁ ଏକ ସହସ୍ର ବର୍ଷ ରାଜତ୍ବ କରୁଥିବା କୁହାଯାଏ, ସେହି ସମୟରେ ଶୟତାନ ବନ୍ଧନଗ୍ରସ୍ତ ଅଟେ I ଏହି ବିଷୟରେ ପଣ୍ଡିତମାନେ ବିଭାଜିତ ହୋଇ ଯାଆନ୍ତି ଯେ ଏହା ଭବିଷ୍ୟତର ଏକ ସମୟର ଅବଧିକୁ ବୁଝାଏ ନା ବର୍ତ୍ତମାନ ଯୀଶୁ ସ୍ବର୍ଗରୁ ରାଜତ୍ବ କରୁଥିବା ବିଷୟକୁ ବୁଝାଏ I ଏହାକୁ ସଠିକ୍ ଭାବରେ ଅନୁବାଦ କରିବା ନିମନ୍ତେ ଏହି ଅନୁଚ୍ଛେଦକୁ ବୁଝିବା ଆବଶ୍ୟକ ନୁହେଁ I (ଦେଖ: rc://*/tw/dict/bible/kt/prophet)

ଶେଷ ବିଦ୍ରୋହ

ସହସ୍ର ବର୍ଷ ରାଜତ୍ବର ଶେଷ ହେବା ପରେ କଅଣ ହେବ, ତାହା ମଧ୍ୟ ଏହି ଅଧ୍ୟାୟ ବର୍ଣ୍ଣନା କରେ I ଏହି ସମୟରେ, ଶୟତାନ ଓ ଅନେକ ଲୋକ ଯୀଶୁଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଉଦ୍ୟମ କରିବେ I ଏହାର ଫଳସ୍ବରୂପ, ପାପ ଓ ମନ୍ଦତା ଉପରେ ଈଶ୍ବରଙ୍କର ଚୁଡାନ୍ତ ଓ ଶେଷ ବିଜୟ ହେବ I (ଦେଖ: [[rc:///tw/dict/bible/kt/sin]] ଓ [[rc:///tw/dict/bible/kt/evil]] ଓ rc://*/tw/dict/bible/kt/eternity)

ବୃହତ୍ ଶ୍ବେତବର୍ଣ୍ଣ ସିଂହାସନ

ଏହି ଅଧ୍ୟାୟ ଜୀବିତ ଥିବା ସମସ୍ତ ଲୋକଙ୍କ ଉପରେ ଈଶ୍ବରଙ୍କ ବିଚାର ସହିତ ଶେଷ ହୁଏ I ଈଶ୍ବର ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କଠାରୁ ଯୀଶୁଙ୍କଠାରେ ବିଶ୍ବାସ ନକରୁଥିବା ଲୋକମାନଙ୍କୁ ପୃଥକ୍ କରିବେ I (ଦେଖ: [[rc:///tw/dict/bible/kt/judge]] ଓ [[rc:///tw/dict/bible/kt/heaven]] ଓ rc://*/tw/dict/bible/kt/faith)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଜୀବନ ପୁସ୍ତକ

ଏହା ଅନନ୍ତ ଜୀବନ ନିମନ୍ତେ ଏକ ରୂପକ ଅଟେ I ଯେଉଁମାନେ ଅନନ୍ତଜୀବନ ପାଇଛନ୍ତି, ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଯିବା ସଦୃଶ କୁହାଯାଏ I (ଦେଖ: rc://*/ta/man/translate/figs-metaphor)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାମାନ

ପାତାଳ ଓ ଅଗ୍ନିମୟ ହ୍ରଦ

ଏହା ଦେଖାଯାଉଥିବା ଦୁଇଟି ପୃଥକ୍ ସ୍ଥାନ ଅଟେ I ଏହି ଦୁଇଟି ସ୍ଥାନକୁ ଭିନ୍ନଭିନ୍ନ ଭାବରେ ଅନୁବାଦ କରିବା ନିମନ୍ତେ ଅନୁବାଦକ ଆହୁରି ଅଧିକ ଅନୁସନ୍ଧାନ କରିବାକୁ ଇଚ୍ଛା କରି ପାରନ୍ତି I ଅନୁବାଦରେ ସେ ଦୁଇଟିକୁ ପରସ୍ପରର ଏକାପରି କରାଯିବା ଉଚିତ ନୁହେଁ I (ଦେଖ: rc://*/tw/dict/bible/kt/hell)