# ପ୍ରକାଶିତ ବାକ୍ୟ ୨୦ ସାଧାରଣ ସୂଚନା ## ଏହି ଅଧ୍ୟାୟର ବିଶେଷ ଧାରଣା ### ଖ୍ରୀଷ୍ଟଙ୍କ ସହସ୍ର ବର୍ଷର ରାଜତ୍ବ ଏହି ଅଧ୍ୟାୟରେ ଯୀଶୁ ଏକ ସହସ୍ର ବର୍ଷ ରାଜତ୍ବ କରୁଥିବା କୁହାଯାଏ, ସେହି ସମୟରେ ଶୟତାନ ବନ୍ଧନଗ୍ରସ୍ତ ଅଟେ I ଏହି ବିଷୟରେ ପଣ୍ଡିତମାନେ ବିଭାଜିତ ହୋଇ ଯାଆନ୍ତି ଯେ ଏହା ଭବିଷ୍ୟତର ଏକ ସମୟର ଅବଧିକୁ ବୁଝାଏ ନା ବର୍ତ୍ତମାନ ଯୀଶୁ ସ୍ବର୍ଗରୁ ରାଜତ୍ବ କରୁଥିବା ବିଷୟକୁ ବୁଝାଏ I ଏହାକୁ ସଠିକ୍ ଭାବରେ ଅନୁବାଦ କରିବା ନିମନ୍ତେ ଏହି ଅନୁଚ୍ଛେଦକୁ ବୁଝିବା ଆବଶ୍ୟକ ନୁହେଁ I (ଦେଖ: [[rc://*/tw/dict/bible/kt/prophet]]) ### ଶେଷ ବିଦ୍ରୋହ ସହସ୍ର ବର୍ଷ ରାଜତ୍ବର ଶେଷ ହେବା ପରେ କଅଣ ହେବ, ତାହା ମଧ୍ୟ ଏହି ଅଧ୍ୟାୟ ବର୍ଣ୍ଣନା କରେ I ଏହି ସମୟରେ, ଶୟତାନ ଓ ଅନେକ ଲୋକ ଯୀଶୁଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଉଦ୍ୟମ କରିବେ I ଏହାର ଫଳସ୍ବରୂପ, ପାପ ଓ ମନ୍ଦତା ଉପରେ ଈଶ୍ବରଙ୍କର ଚୁଡାନ୍ତ ଓ ଶେଷ ବିଜୟ ହେବ I (ଦେଖ: [[rc://*/tw/dict/bible/kt/sin]] ଓ [[rc://*/tw/dict/bible/kt/evil]] ଓ [[rc://*/tw/dict/bible/kt/eternity]]) ### ବୃହତ୍ ଶ୍ବେତବର୍ଣ୍ଣ ସିଂହାସନ ଏହି ଅଧ୍ୟାୟ ଜୀବିତ ଥିବା ସମସ୍ତ ଲୋକଙ୍କ ଉପରେ ଈଶ୍ବରଙ୍କ ବିଚାର ସହିତ ଶେଷ ହୁଏ I ଈଶ୍ବର ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କଠାରୁ ଯୀଶୁଙ୍କଠାରେ ବିଶ୍ବାସ ନକରୁଥିବା ଲୋକମାନଙ୍କୁ ପୃଥକ୍ କରିବେ I (ଦେଖ: [[rc://*/tw/dict/bible/kt/judge]] ଓ [[rc://*/tw/dict/bible/kt/heaven]] ଓ [[rc://*/tw/dict/bible/kt/faith]]) ## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର ### ଜୀବନ ପୁସ୍ତକ ଏହା ଅନନ୍ତ ଜୀବନ ନିମନ୍ତେ ଏକ ରୂପକ ଅଟେ I ଯେଉଁମାନେ ଅନନ୍ତଜୀବନ ପାଇଛନ୍ତି, ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଯିବା ସଦୃଶ କୁହାଯାଏ I (ଦେଖ: [[rc://*/ta/man/translate/figs-metaphor]]) ## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାମାନ ### ପାତାଳ ଓ ଅଗ୍ନିମୟ ହ୍ରଦ ଏହା ଦେଖାଯାଉଥିବା ଦୁଇଟି ପୃଥକ୍ ସ୍ଥାନ ଅଟେ I ଏହି ଦୁଇଟି ସ୍ଥାନକୁ ଭିନ୍ନଭିନ୍ନ ଭାବରେ ଅନୁବାଦ କରିବା ନିମନ୍ତେ ଅନୁବାଦକ ଆହୁରି ଅଧିକ ଅନୁସନ୍ଧାନ କରିବାକୁ ଇଚ୍ଛା କରି ପାରନ୍ତି I ଅନୁବାଦରେ ସେ ଦୁଇଟିକୁ ପରସ୍ପରର ଏକାପରି କରାଯିବା ଉଚିତ ନୁହେଁ I (ଦେଖ: [[rc://*/tw/dict/bible/kt/hell]])