or_tn/rev/19/intro.md

2.1 KiB

ପ୍ରକାଶିତ ବାକ୍ୟ ୧୯ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

୧୯ ଅଧ୍ୟାୟର ପ୍ରାରମ୍ଭରେ ବାବିଲର ପତନ ପ୍ରସଙ୍ଗକୁ ସମାପ୍ତ କରୁଅଛି I

କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ଏହା ୧-୮ ପଦରେ କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ଗୀତ

ପ୍ରକାଶିତ ବାକ୍ୟ ପୁସ୍ତକ ସ୍ବର୍ଗକୁ ପ୍ରାୟତଃ ଲୋକମାନଙ୍କ ଗୀତ ଗାନ କରିବାର ସ୍ଥଳ ଭାବରେ ବର୍ଣ୍ଣନା କରିଥାଏ I ସେମାନେ ଗୀତ ଗାଇ ଈଶ୍ବରଙ୍କ ଉପାସନା କରିଥାନ୍ତି I ଏହା ଚିତ୍ରଣ କରିଥାଏ ଯେ ସ୍ବର୍ଗ ଗୋଟିଏ ସ୍ଥାନ, ଯହିଁରେ ସର୍ବଦା ଈଶ୍ବରଙ୍କର ଉପାସନା କରାଯାଇଥାଏ I (ଦେଖ: rc://*/tw/dict/bible/kt/heaven)

ବିବାହ ଉତ୍ସବ

ଶାସ୍ତ୍ରରେ ବିବାହ ଉତ୍ସବ ବା ଭୋଜ ଏକ ଗୁରୁତ୍ବପୂର୍ଣ୍ଣ ରୂପକଳ୍ପ ଅଟେ I ଯିହୂଦୀ ସଂସ୍କୃତି ପାରଦୀଶ ବା ଈଶ୍ବରଙ୍କ ସହିତ ମୃତ୍ୟୁ ପରବର୍ତ୍ତୀ ଜୀବନକୁ ଏକ ଭୋଜଭାବରେ ବାରମ୍ବାର ଚିତ୍ରଣ କରିଥାଏ I ଏଠାରେ ବିବାହଭୋଜଟି ମେଷଶାବକ, ଅର୍ଥାତ୍ ଯୀଶୁ ଓ ତାହାଙ୍କର କନ୍ୟା, ଅର୍ଥାତ୍ ତାହାଙ୍କର ସମସ୍ତ ଲୋକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ I