# ପ୍ରକାଶିତ ବାକ୍ୟ ୧୯ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି ୧୯ ଅଧ୍ୟାୟର ପ୍ରାରମ୍ଭରେ ବାବିଲର ପତନ ପ୍ରସଙ୍ଗକୁ ସମାପ୍ତ କରୁଅଛି I କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ଏହା ୧-୮ ପଦରେ କରୁଅଛି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ଗୀତ ପ୍ରକାଶିତ ବାକ୍ୟ ପୁସ୍ତକ ସ୍ବର୍ଗକୁ ପ୍ରାୟତଃ ଲୋକମାନଙ୍କ ଗୀତ ଗାନ କରିବାର ସ୍ଥଳ ଭାବରେ ବର୍ଣ୍ଣନା କରିଥାଏ I ସେମାନେ ଗୀତ ଗାଇ ଈଶ୍ବରଙ୍କ ଉପାସନା କରିଥାନ୍ତି I ଏହା ଚିତ୍ରଣ କରିଥାଏ ଯେ ସ୍ବର୍ଗ ଗୋଟିଏ ସ୍ଥାନ, ଯହିଁରେ ସର୍ବଦା ଈଶ୍ବରଙ୍କର ଉପାସନା କରାଯାଇଥାଏ I (ଦେଖ: [[rc://*/tw/dict/bible/kt/heaven]]) ### ବିବାହ ଉତ୍ସବ ଶାସ୍ତ୍ରରେ ବିବାହ ଉତ୍ସବ ବା ଭୋଜ ଏକ ଗୁରୁତ୍ବପୂର୍ଣ୍ଣ ରୂପକଳ୍ପ ଅଟେ I ଯିହୂଦୀ ସଂସ୍କୃତି ପାରଦୀଶ ବା ଈଶ୍ବରଙ୍କ ସହିତ ମୃତ୍ୟୁ ପରବର୍ତ୍ତୀ ଜୀବନକୁ ଏକ ଭୋଜଭାବରେ ବାରମ୍ବାର ଚିତ୍ରଣ କରିଥାଏ I ଏଠାରେ ବିବାହଭୋଜଟି ମେଷଶାବକ, ଅର୍ଥାତ୍ ଯୀଶୁ ଓ ତାହାଙ୍କର କନ୍ୟା, ଅର୍ଥାତ୍ ତାହାଙ୍କର ସମସ୍ତ ଲୋକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ I