or_tn/rev/15/intro.md

2.6 KiB

ପ୍ରକାଶିତ ବାକ୍ୟ ୧୫ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟରେ, ଯୋହନ ସ୍ବର୍ଗରେ ଘଟୁଥିବା ଘଟଣା ଓ ପ୍ରତିଛବି ଗୁଡିକୁ ବର୍ଣ୍ଣନା କରୁଛନ୍ତି I

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୩-୪ ପଦରେ ତାହା କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

“ପଶୁ ଉପରେ ଜୟଲାଭ”

ଏହି ଲୋକମାନେ ଆତ୍ମିକଭାବରେ ବିଜୟୀ ଅଟନ୍ତି I ଅଧିକାଂଶ ଆତ୍ମିକ ଯୁଦ୍ଧ ଦୃଶମାନ ହୋଇ ପାରିବ ନାହିଁ, କିନ୍ତୁ ପ୍ରକାଶିତ ବାକ୍ୟ ପୁସ୍ତକ ଆତ୍ମିକ ଯୁଦ୍ଧ ମୁକ୍ତଭାବରେ ହେଉଥିବା ଚିତ୍ରଣ କରୁଅଛି I (ଦେଖ: [[rc:///ta/man/translate/translate-numbers]] ଓ [[rc:///ta/man/translate/translate-bdistance]])

“ସାକ୍ଷ୍ୟ ଥିବା ମନ୍ଦିର ସ୍ବର୍ଗରେ ଉନ୍ମୁକ୍ତ ଥିଲା”

ଶାସ୍ତ୍ର ଅନ୍ୟ ଅଂଶରେ ସୂଚାଇଦିଏ ଯେ ସ୍ବର୍ଗରେ ଥିବା ଈଶ୍ବରଙ୍କ ସିଦ୍ଧ ବାସସ୍ଥାନକୁ ପାର୍ଥିବ ମନ୍ଦିରର ନକଲ କରିଥିଲା I ଏଠାରେ ଯୋହନ ଈଶ୍ବରଙ୍କ ବାସସ୍ଥାନ ବା ମନ୍ଦିରକୁ ଦର୍ଶାଉଛନ୍ତି I (ଦେଖ: [[rc:///tw/dict/bible/kt/spirit]] ଓ [[rc:///ta/man/translate/writing-apocalypticwriting]])

ଗୀତ

ପ୍ରକାଶିତ ବାକ୍ୟ ପୁସ୍ତକ ସ୍ବର୍ଗକୁ ପ୍ରାୟତଃ ଲୋକମାନଙ୍କ ଗୀତ ଗାନ କରିବାର ସ୍ଥଳ ଭାବରେ ବର୍ଣ୍ଣନା କରିଥାଏ I ସେମାନେ ଗୀତ ଗାଇ ଈଶ୍ବରଙ୍କ ଉପାସନା କରିଥାନ୍ତି I ଏହା ଚିତ୍ରଣ କରିଥାଏ ଯେ ସ୍ବର୍ଗ ଏକ ସ୍ଥାନ, ଯହିଁରେ ସର୍ବଦା ଈଶ୍ବରଙ୍କର ଉପାସନା କରା ଯାଇଥାଏ I