# ପ୍ରକାଶିତ ବାକ୍ୟ ୧୫ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି ଏହି ଅଧ୍ୟାୟରେ, ଯୋହନ ସ୍ବର୍ଗରେ ଘଟୁଥିବା ଘଟଣା ଓ ପ୍ରତିଛବି ଗୁଡିକୁ ବର୍ଣ୍ଣନା କରୁଛନ୍ତି I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୩-୪ ପଦରେ ତାହା କରୁଅଛି I ## ଏହି ଅଧ୍ୟାୟର ବିଶେଷ ଧାରଣା ### “ପଶୁ ଉପରେ ଜୟଲାଭ” ଏହି ଲୋକମାନେ ଆତ୍ମିକଭାବରେ ବିଜୟୀ ଅଟନ୍ତି I ଅଧିକାଂଶ ଆତ୍ମିକ ଯୁଦ୍ଧ ଦୃଶମାନ ହୋଇ ପାରିବ ନାହିଁ, କିନ୍ତୁ ପ୍ରକାଶିତ ବାକ୍ୟ ପୁସ୍ତକ ଆତ୍ମିକ ଯୁଦ୍ଧ ମୁକ୍ତଭାବରେ ହେଉଥିବା ଚିତ୍ରଣ କରୁଅଛି I (ଦେଖ: [[rc://*/ta/man/translate/translate-numbers]] ଓ [[rc://*/ta/man/translate/translate-bdistance]]) ### “ସାକ୍ଷ୍ୟ ଥିବା ମନ୍ଦିର ସ୍ବର୍ଗରେ ଉନ୍ମୁକ୍ତ ଥିଲା” ଶାସ୍ତ୍ର ଅନ୍ୟ ଅଂଶରେ ସୂଚାଇଦିଏ ଯେ ସ୍ବର୍ଗରେ ଥିବା ଈଶ୍ବରଙ୍କ ସିଦ୍ଧ ବାସସ୍ଥାନକୁ ପାର୍ଥିବ ମନ୍ଦିରର ନକଲ କରିଥିଲା I ଏଠାରେ ଯୋହନ ଈଶ୍ବରଙ୍କ ବାସସ୍ଥାନ ବା ମନ୍ଦିରକୁ ଦର୍ଶାଉଛନ୍ତି I (ଦେଖ: [[rc://*/tw/dict/bible/kt/spirit]] ଓ [[rc://*/ta/man/translate/writing-apocalypticwriting]]) ### ଗୀତ ପ୍ରକାଶିତ ବାକ୍ୟ ପୁସ୍ତକ ସ୍ବର୍ଗକୁ ପ୍ରାୟତଃ ଲୋକମାନଙ୍କ ଗୀତ ଗାନ କରିବାର ସ୍ଥଳ ଭାବରେ ବର୍ଣ୍ଣନା କରିଥାଏ I ସେମାନେ ଗୀତ ଗାଇ ଈଶ୍ବରଙ୍କ ଉପାସନା କରିଥାନ୍ତି I ଏହା ଚିତ୍ରଣ କରିଥାଏ ଯେ ସ୍ବର୍ଗ ଏକ ସ୍ଥାନ, ଯହିଁରେ ସର୍ବଦା ଈଶ୍ବରଙ୍କର ଉପାସନା କରା ଯାଇଥାଏ I