or_tn/rev/11/intro.md

21 lines
2.3 KiB
Markdown

# ପ୍ରକାଶିତ ବାକ୍ୟ ୧୧ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି
କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୧୫ ଓ ୧୭-୧୮ପଦରେ ତାହା କରୁଅଛି I
### ସନ୍ତାପ
ଯୋହନ ପ୍ରକାଶିତ ବାକ୍ୟ ପୁସ୍ତକରେ ଅନେକ “ସନ୍ତାପ” ବର୍ଣ୍ଣନା କରୁଛନ୍ତି I ଏହି ଅଧ୍ୟାୟ, ୮ ଅଧ୍ୟାୟର ଶେଷରେ ଘୋଷଣା କରା ଯାଇଥିବା ଦ୍ବିତୀୟ ଓ ତୃତୀୟ ସନ୍ତାପକୁ ବର୍ଣ୍ଣନା କରୁଛି I
## ଏହି ଅଧ୍ୟାୟର ବିଶେଷ ଧାରଣା
### ବିଜାତିମାନେ
ଏଠାରେ ”ବିଜାତିମାନେ” ଶବ୍ଦ ଈଶ୍ବର ବିହୀନ ଲୋକମାନଙ୍କ ଗୋଷ୍ଠୀକୁ ବୁଝାଏ, ବିଜାତି ଖ୍ରୀଷ୍ଟିୟାନମାନଙ୍କୁ ନୁହେଁ I (ଦେଖ: [[rc://*/tw/dict/bible/kt/godly]])
### ଦୁଇଜଣ ସାକ୍ଷୀ
ପଣ୍ଡିତମାନେ ଏହି ଦୁଇଜଣ ସାକ୍ଷୀଙ୍କ ବିଷୟରେ ବିଭିନ୍ନ ଚିନ୍ତାଧାରା ପ୍ରକାଶ କରିଥାନ୍ତି I ଏହାକୁ ସଠିକ୍ ଭାବରେ ଅନୁବାଦ କରିବା ନିମନ୍ତେ ଅନୁବାଦକମାନେ ଏହି ଅନୁଚ୍ଛେଦକୁ ନିତାନ୍ତ ବୁଝିବା ଆବଶ୍ୟକ ନୁହେଁ I (ଦେଖ: [[rc://*/tw/dict/bible/kt/prophet]])
### ପାତାଳକୁଣ୍ଡ
ଏହି ରୂପକଳ୍ପ ପ୍ରକାଶିତ ବାକ୍ୟ ପୁସ୍ତକରେ ଅନେକଥର ବ୍ୟବହାର କରାଯାଇଛି I ଏହା ରକ୍ଷା ପାଇପାରୁ ନଥିବା ନରକର ଏକ ଚିତ୍ର ଓ ସ୍ବର୍ଗର ବିପରୀତ ଦିଗ ଅଟେ I (ଦେଖ: [[rc://*/tw/dict/bible/kt/hell]])