or_tn/rev/11/intro.md

2.3 KiB

ପ୍ରକାଶିତ ବାକ୍ୟ ୧୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୧୫ ଓ ୧୭-୧୮ପଦରେ ତାହା କରୁଅଛି I

ସନ୍ତାପ

ଯୋହନ ପ୍ରକାଶିତ ବାକ୍ୟ ପୁସ୍ତକରେ ଅନେକ “ସନ୍ତାପ” ବର୍ଣ୍ଣନା କରୁଛନ୍ତି I ଏହି ଅଧ୍ୟାୟ, ୮ ଅଧ୍ୟାୟର ଶେଷରେ ଘୋଷଣା କରା ଯାଇଥିବା ଦ୍ବିତୀୟ ଓ ତୃତୀୟ ସନ୍ତାପକୁ ବର୍ଣ୍ଣନା କରୁଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ବିଜାତିମାନେ

ଏଠାରେ ”ବିଜାତିମାନେ” ଶବ୍ଦ ଈଶ୍ବର ବିହୀନ ଲୋକମାନଙ୍କ ଗୋଷ୍ଠୀକୁ ବୁଝାଏ, ବିଜାତି ଖ୍ରୀଷ୍ଟିୟାନମାନଙ୍କୁ ନୁହେଁ I (ଦେଖ: rc://*/tw/dict/bible/kt/godly)

ଦୁଇଜଣ ସାକ୍ଷୀ

ପଣ୍ଡିତମାନେ ଏହି ଦୁଇଜଣ ସାକ୍ଷୀଙ୍କ ବିଷୟରେ ବିଭିନ୍ନ ଚିନ୍ତାଧାରା ପ୍ରକାଶ କରିଥାନ୍ତି I ଏହାକୁ ସଠିକ୍ ଭାବରେ ଅନୁବାଦ କରିବା ନିମନ୍ତେ ଅନୁବାଦକମାନେ ଏହି ଅନୁଚ୍ଛେଦକୁ ନିତାନ୍ତ ବୁଝିବା ଆବଶ୍ୟକ ନୁହେଁ I (ଦେଖ: rc://*/tw/dict/bible/kt/prophet)

ପାତାଳକୁଣ୍ଡ

ଏହି ରୂପକଳ୍ପ ପ୍ରକାଶିତ ବାକ୍ୟ ପୁସ୍ତକରେ ଅନେକଥର ବ୍ୟବହାର କରାଯାଇଛି I ଏହା ରକ୍ଷା ପାଇପାରୁ ନଥିବା ନରକର ଏକ ଚିତ୍ର ଓ ସ୍ବର୍ଗର ବିପରୀତ ଦିଗ ଅଟେ I (ଦେଖ: rc://*/tw/dict/bible/kt/hell)