or_tn/rev/08/intro.md

2.2 KiB

ପ୍ରକାଶିତ ବାକ୍ୟ ୦୮ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସପ୍ତମୁଦ୍ରା ଓ ସପ୍ତତୂରୀ

ମେଷଶାବକ ସପ୍ତମ ମୁଦ୍ରା ଭାଙ୍ଗିଲା ପରେ କଅଣ ଘଟିବ, ତାହା ଏହି ଅଧ୍ୟାୟ ଦର୍ଶାଇବା ଆରମ୍ଭ କରେ I ପୃଥିବୀରେ ନାଟକୀୟ ଘଟଣା ସବୁ ଘଟାଇବା ନିମନ୍ତେ ଈଶ୍ବର ସମସ୍ତ ବିଶ୍ବାସୀମାନଙ୍କ ପ୍ରାର୍ଥନା ବ୍ୟବହାର କରନ୍ତି I ଅତଏବ ଯୋହନ ଦୂତଗଣ ସପ୍ତତୂରୀ ମଧ୍ୟରୁ ପ୍ରଥମ ଚାରୋଟି ତୂରୀର ଶବ୍ଦ କରିବା ପରେ କଅଣ ଘଟିବ, ତାହା ବର୍ଣ୍ଣନା କରୁଛନ୍ତି I (ଦେଖ: rc://*/ta/man/translate/writing-apocalypticwriting)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

କର୍ମବାଚ୍ୟ

ଏହି ଅଧ୍ୟାୟରେ ଯୋହନ କର୍ମବାଚ୍ୟକୁ ଅନେକ ଥର ବ୍ୟବହାର କରୁଛନ୍ତି I ଏହା କର୍ମ କରୁଥିବା ବ୍ୟକ୍ତିଙ୍କୁ ଗୁପ୍ତ ରଖେ I ଅନୁବାଦକଙ୍କ ଭାଷାରେ କର୍ମବାଚ୍ୟ ନଥିଲେ, ବିଷୟବସ୍ତୁକୁ ପ୍ରକାଶ କରିବା କଷ୍ଟକର ହେବ I (ଦେଖ: rc://*/ta/man/translate/figs-activepassive)

ଉପମା

୮ ଓ ୧୦ ପଦରେ, ଯୋହନ ସେ ଦର୍ଶନରେ ଦେଖୁଥିବା ପ୍ରତିମୂର୍ତ୍ତିଗୁଡିକୁ ବର୍ଣ୍ଣନା କରିବା ନିମନ୍ତେ ଚେଷ୍ଟା କରିବାକୁ ଯାଇ କେତେକ ଉପମା ବ୍ୟବହାର କରୁଛନ୍ତି I ସେ ପ୍ରତିମୂର୍ତ୍ତିଗୁଡିକୁ ଦୈନନ୍ଦିନ ବିଷୟଗୁଡିକ ସହିତ ତୁଳନା କରୁଛନ୍ତି I (ଦେଖ: rc://*/ta/man/translate/figs-simile)