or_tn/rev/08/intro.md

15 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# ପ୍ରକାଶିତ ବାକ୍ୟ ୦୮ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### ସପ୍ତମୁଦ୍ରା ଓ ସପ୍ତତୂରୀ
ମେଷଶାବକ ସପ୍ତମ ମୁଦ୍ରା ଭାଙ୍ଗିଲା ପରେ କଅଣ ଘଟିବ, ତାହା ଏହି ଅଧ୍ୟାୟ ଦର୍ଶାଇବା ଆରମ୍ଭ କରେ I ପୃଥିବୀରେ ନାଟକୀୟ ଘଟଣା ସବୁ ଘଟାଇବା ନିମନ୍ତେ ଈଶ୍ବର ସମସ୍ତ ବିଶ୍ବାସୀମାନଙ୍କ ପ୍ରାର୍ଥନା ବ୍ୟବହାର କରନ୍ତି I ଅତଏବ ଯୋହନ ଦୂତଗଣ ସପ୍ତତୂରୀ ମଧ୍ୟରୁ ପ୍ରଥମ ଚାରୋଟି ତୂରୀର ଶବ୍ଦ କରିବା ପରେ କଅଣ ଘଟିବ, ତାହା ବର୍ଣ୍ଣନା କରୁଛନ୍ତି I (ଦେଖ: [[rc://*/ta/man/translate/writing-apocalypticwriting]])
## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
### କର୍ମବାଚ୍ୟ
ଏହି ଅଧ୍ୟାୟରେ ଯୋହନ କର୍ମବାଚ୍ୟକୁ ଅନେକ ଥର ବ୍ୟବହାର କରୁଛନ୍ତି I ଏହା କର୍ମ କରୁଥିବା ବ୍ୟକ୍ତିଙ୍କୁ ଗୁପ୍ତ ରଖେ I ଅନୁବାଦକଙ୍କ ଭାଷାରେ କର୍ମବାଚ୍ୟ ନଥିଲେ, ବିଷୟବସ୍ତୁକୁ ପ୍ରକାଶ କରିବା କଷ୍ଟକର ହେବ I (ଦେଖ: [[rc://*/ta/man/translate/figs-activepassive]])
### ଉପମା
୮ ଓ ୧୦ ପଦରେ, ଯୋହନ ସେ ଦର୍ଶନରେ ଦେଖୁଥିବା ପ୍ରତିମୂର୍ତ୍ତିଗୁଡିକୁ ବର୍ଣ୍ଣନା କରିବା ନିମନ୍ତେ ଚେଷ୍ଟା କରିବାକୁ ଯାଇ କେତେକ ଉପମା ବ୍ୟବହାର କରୁଛନ୍ତି I ସେ ପ୍ରତିମୂର୍ତ୍ତିଗୁଡିକୁ ଦୈନନ୍ଦିନ ବିଷୟଗୁଡିକ ସହିତ ତୁଳନା କରୁଛନ୍ତି I (ଦେଖ: [[rc://*/ta/man/translate/figs-simile]])