or_tn/phm/front/intro.md

42 lines
6.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଫିଲୀମୋନ ପୁସ୍ତକର ପରିଚୟ
## ଭାଗ ୧: ସାଧାରଣ ପରିଚୟ
### ଫିଲୀମୋନ ପୁସ୍ତକର ରୂପରେଖା
୧. ପାଉଲ ଫିଲୀମୋନଙ୍କୁ ନମସ୍କାର ଜଣାଉଛନ୍ତି (୧:୧-୩)
୧. ପାଉଲ ଅନୀସିମଙ୍କ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରୁଛନ୍ତି (୧:୪-୨୧)
୧. ଶେଷ କଥା (୧:-୨୫)
### ଫିଲୀମୋନ ପୁସ୍ତକକୁ କିଏ ଲେଖିଥିଲେ ?
ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ସେ ତାହାଙ୍କ ବାଲ୍ୟ ଜୀବନରେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟ ସାରା ଯାତ୍ରା କରିଥିଲେ I
ଏହି ପତ୍ର ଲେଖିବା ସମୟରେ ପାଉଲ ବନ୍ଦୀଶାଳାରେ ଥିଲେ I
### ଫିଲୀମୋନ ପୁସ୍ତକରେ କେଉଁ ବିଷୟ ଲେଖାଅଛି ?
ପାଉଲ ଫିଲୀମୋନ ନାମକ ଜଣେ ବ୍ୟକ୍ତିକୁ ଏହି ପତ୍ର ଲେଖିଥିଲେ I ଫିଲୀମୋନ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ଓ ସେ କଲସୀ ନଗରରେ ବାସ କରୁଥିଲେ I ତାହାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ I ଅନୀସିମ ଫିଲୀମୋନଙ୍କଠାରୁ ଲୁଚି ପଳାଇ ଯାଇଥିଲା ଓ ସମ୍ଭବତଃ ତାହାଙ୍କଠାରୁ କିଛି ଜିନିଷ ମଧ୍ୟ ଚୋରାଇ ନେଇଥିଲା I ଅନୀସିମ ରୋମକୁ ଚାଲିଯାଇ ବନ୍ଦୀଶାଳାରେ ପାଉଲଙ୍କୁ ସାକ୍ଷାତ କରିଥିଲା I
ପାଉଲ ଫିଲୀମୋନଙ୍କୁ କହୁଛନ୍ତି ଯେ ସେ ଅନୀସିମଙ୍କୁ ତାହାଙ୍କ ନିକଟକୁ ଫେରି ପଠାଉଛନ୍ତି I ରୋମୀୟ ବ୍ୟବସ୍ଥା ଅନୁସାରେ ଅନୀସିମଙ୍କୁ ହତ୍ୟା କରିବା ଫିଲୀମୋନଙ୍କର ଅଧିକାର ଥିଲା I କିନ୍ତୁ ପାଉଲ କହିଲେ ଯେ ଫିଲୀମୋନ ଅନୀସିମଙ୍କୁ ଜଣେ ଖ୍ରୀଷ୍ଟିୟ ଭାଇଭାବରେ ଫେରି ଗ୍ରହଣ କରିବା ଉଚିତ I ଏପରିକି ସେ ପରାମର୍ଶ ମଧ୍ୟ ଦେଲେ ଯେ ଅନୀସିମ ଫେରି ପାଉଲଙ୍କ ନିକଟକୁ ଆସି ବନ୍ଦୀଶାଳାରେ ତାହାଙ୍କର ସାହାଯ୍ୟ କରିବେ I
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ?
ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଫିଲୀମୋନ” ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ସ୍ପଷ୍ଟ ଶୀର୍ଷକ ଯେପରିକି “ଫିଲୀମୋନ ନିକଟକୁ ପାଉଲଙ୍କର ପତ୍ର” ଅବା “ଫିଲୀମୋନ ନିକଟକୁ ପାଉଲ ଲେଖିଥିବା ପତ୍ର” ମନୋନିତ କରିଥାଇ ପାରନ୍ତି I (ଦେଖ: [[rc://*/ta/man/translate/translate-names]])
## ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ଧାରଣା
### ଏହି ପତ୍ର ଦାସତ୍ବ ପ୍ରଥାକୁ ସମର୍ଥନ କରୁଛି କି ?
ପାଉଲ ଅନୀସିମଙ୍କୁ ତାଙ୍କର ପୂର୍ବ କର୍ତ୍ତାଙ୍କ ନିକଟକୁ ଫେରି ପଠାଇ ଦେଉଛନ୍ତି I କିନ୍ତୁ ତାହାର ଅର୍ଥ ନୁହେଁ ଯେ ପାଉଲ ଦାସତ୍ବ ପ୍ରଥା ଏକ ଗ୍ରହଣୀୟ ବିଷୟ ମନେ କରୁଛନ୍ତି I ତା’ ପରିବର୍ତ୍ତେ ପାଉଲ ଅଧିକ ଚିନ୍ତିତ ଯେ ଲୋକମାନେ ଯେକୌଣସି ପରିସ୍ଥିତିରେ ଥିଲେ ବି ସେମାନେ କିପରି ଈଶ୍ବରଙ୍କର ସେବା କରୁଛନ୍ତି I
### ପାଉଲ “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭାବଗୁଡିକୁ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି ?
ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କ ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ଏହି ଧାରଣାକୁ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଏହି ପ୍ରକାର ଭାବର ସବିଶେଷ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟକୁ ଦେଖ I
## ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### ଏକବଚନ ଓ ବହୁବଚନ “ତୁମ୍ଭେମାନେ”
ଏହି ପୁସ୍ତକରେ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ଏକବଚନ ଓ ତାହା ଫିଲୀମୋନଙ୍କୁ ବୁଝାଏ I ଦୁଇଟି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଉଛି ୧: ଓ ୧:୨୫ I ସେଠାରେ “ତୁମ୍ଭେମାନେ” ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]] ଓ [[rc://*/ta/man/translate/figs-you]])