# ଫିଲୀମୋନ ପୁସ୍ତକର ପରିଚୟ ## ଭାଗ ୧: ସାଧାରଣ ପରିଚୟ ### ଫିଲୀମୋନ ପୁସ୍ତକର ରୂପରେଖା ୧. ପାଉଲ ଫିଲୀମୋନଙ୍କୁ ନମସ୍କାର ଜଣାଉଛନ୍ତି (୧:୧-୩) ୧. ପାଉଲ ଅନୀସିମଙ୍କ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରୁଛନ୍ତି (୧:୪-୨୧) ୧. ଶେଷ କଥା (୧:୨୨-୨୫) ### ଫିଲୀମୋନ ପୁସ୍ତକକୁ କିଏ ଲେଖିଥିଲେ ? ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ସେ ତାହାଙ୍କ ବାଲ୍ୟ ଜୀବନରେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟ ସାରା ଯାତ୍ରା କରିଥିଲେ I ଏହି ପତ୍ର ଲେଖିବା ସମୟରେ ପାଉଲ ବନ୍ଦୀଶାଳାରେ ଥିଲେ I ### ଫିଲୀମୋନ ପୁସ୍ତକରେ କେଉଁ ବିଷୟ ଲେଖାଅଛି ? ପାଉଲ ଫିଲୀମୋନ ନାମକ ଜଣେ ବ୍ୟକ୍ତିକୁ ଏହି ପତ୍ର ଲେଖିଥିଲେ I ଫିଲୀମୋନ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ଓ ସେ କଲସୀ ନଗରରେ ବାସ କରୁଥିଲେ I ତାହାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ I ଅନୀସିମ ଫିଲୀମୋନଙ୍କଠାରୁ ଲୁଚି ପଳାଇ ଯାଇଥିଲା ଓ ସମ୍ଭବତଃ ତାହାଙ୍କଠାରୁ କିଛି ଜିନିଷ ମଧ୍ୟ ଚୋରାଇ ନେଇଥିଲା I ଅନୀସିମ ରୋମକୁ ଚାଲିଯାଇ ବନ୍ଦୀଶାଳାରେ ପାଉଲଙ୍କୁ ସାକ୍ଷାତ କରିଥିଲା I ପାଉଲ ଫିଲୀମୋନଙ୍କୁ କହୁଛନ୍ତି ଯେ ସେ ଅନୀସିମଙ୍କୁ ତାହାଙ୍କ ନିକଟକୁ ଫେରି ପଠାଉଛନ୍ତି I ରୋମୀୟ ବ୍ୟବସ୍ଥା ଅନୁସାରେ ଅନୀସିମଙ୍କୁ ହତ୍ୟା କରିବା ଫିଲୀମୋନଙ୍କର ଅଧିକାର ଥିଲା I କିନ୍ତୁ ପାଉଲ କହିଲେ ଯେ ଫିଲୀମୋନ ଅନୀସିମଙ୍କୁ ଜଣେ ଖ୍ରୀଷ୍ଟିୟ ଭାଇଭାବରେ ଫେରି ଗ୍ରହଣ କରିବା ଉଚିତ I ଏପରିକି ସେ ପରାମର୍ଶ ମଧ୍ୟ ଦେଲେ ଯେ ଅନୀସିମ ଫେରି ପାଉଲଙ୍କ ନିକଟକୁ ଆସି ବନ୍ଦୀଶାଳାରେ ତାହାଙ୍କର ସାହାଯ୍ୟ କରିବେ I ### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ? ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଫିଲୀମୋନ” ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ସ୍ପଷ୍ଟ ଶୀର୍ଷକ ଯେପରିକି “ଫିଲୀମୋନ ନିକଟକୁ ପାଉଲଙ୍କର ପତ୍ର” ଅବା “ଫିଲୀମୋନ ନିକଟକୁ ପାଉଲ ଲେଖିଥିବା ପତ୍ର” ମନୋନିତ କରିଥାଇ ପାରନ୍ତି I (ଦେଖ: [[rc://*/ta/man/translate/translate-names]]) ## ଭାଗ ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ଧାରଣା ### ଏହି ପତ୍ର ଦାସତ୍ବ ପ୍ରଥାକୁ ସମର୍ଥନ କରୁଛି କି ? ପାଉଲ ଅନୀସିମଙ୍କୁ ତାଙ୍କର ପୂର୍ବ କର୍ତ୍ତାଙ୍କ ନିକଟକୁ ଫେରି ପଠାଇ ଦେଉଛନ୍ତି I କିନ୍ତୁ ତାହାର ଅର୍ଥ ନୁହେଁ ଯେ ପାଉଲ ଦାସତ୍ବ ପ୍ରଥା ଏକ ଗ୍ରହଣୀୟ ବିଷୟ ମନେ କରୁଛନ୍ତି I ତା’ ପରିବର୍ତ୍ତେ ପାଉଲ ଅଧିକ ଚିନ୍ତିତ ଯେ ଲୋକମାନେ ଯେକୌଣସି ପରିସ୍ଥିତିରେ ଥିଲେ ବି ସେମାନେ କିପରି ଈଶ୍ବରଙ୍କର ସେବା କରୁଛନ୍ତି I ### ପାଉଲ “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭାବଗୁଡିକୁ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି ? ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କ ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ଏହି ଧାରଣାକୁ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଏହି ପ୍ରକାର ଭାବର ସବିଶେଷ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟକୁ ଦେଖ I ## ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା ### ଏକବଚନ ଓ ବହୁବଚନ “ତୁମ୍ଭେମାନେ” ଏହି ପୁସ୍ତକରେ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ଏକବଚନ ଓ ତାହା ଫିଲୀମୋନଙ୍କୁ ବୁଝାଏ I ଦୁଇଟି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଉଛି ୧:୨୨ ଓ ୧:୨୫ I ସେଠାରେ “ତୁମ୍ଭେମାନେ” ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]] ଓ [[rc://*/ta/man/translate/figs-you]])