or_tn/mrk/15/intro.md

3.7 KiB

ମାର୍କ ୧୫ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

“ମନ୍ଦିରର ବିଛେଦବସ୍ତ୍ର ଦୁଇ ଭାଗରେ ଚିରିଗଲା”

ମନ୍ଦିରର ବିଛେଦବସ୍ତ୍ର ଗୁରୁତ୍ବପୁର୍ଣ୍ଣ ସଙ୍କେତ ଥିଲା ଯାହା ଦେଖାଏ ଯେ କେହିଜଣେ ଲୋକମାନଙ୍କ ପକ୍ଷରୁ ଈଶ୍ବରଙ୍କୁ ବିନତୀ କରେ I ସେମାନେ ସିଧାସଳଖ ଈଶ୍ବରଙ୍କୁ କହି ପାରିବେ ନାହିଁ କାରଣ ସମସ୍ତେ ପାପ କରିଛନ୍ତି ଓ ଈଶ୍ବର ପାପକୁ ଘୃଣା କରନ୍ତି I ଈଶ୍ବର ବିଛେଦବସ୍ତ୍ର ଚିରି ଦେଲେ ଅର୍ଥାତ ବର୍ତ୍ତମାନ ଠାରୁ ଯୀଶୁଙ୍କର ଲୋକମାନେ ଈଶ୍ବରଙ୍କ ସହିତ ସିଧାସଳଖ କଥା ହୋଇ ପାରିବେ କାରଣ ଯୀଶୁ ସେମାନଙ୍କ ପାପର ପ୍ରାୟଶ୍ଚିତ କଲେ I

ସମାଧି

ଯେଉଁ ସମାଧିରେ ଯୀଶୁଙ୍କୁ ସମାଧିସ୍ଥ କରା ହୋଇଥିଲା ([ମାର୍କ ୧୫:୪୬] (../../15/46.md)) ଏପ୍ରକାର ସମାଧି ଥିଲା ଯେଉଠି ଯିହୁଦୀ ଧନୀ ଲୋକମାନେ ସେମାନଙ୍କର ମୃତ ଲୋକମାନଙ୍କୁ ସମାଧି କରୁଥିଲେ I ଏହା ପର୍ବତକୁ କାଟି ଗୋଟିଏ କୋଠାରୀ ପରି ଥିଲା I ଏହାର ଗୋଟିଏ ପାଖ ସମତଳ ଯେଉଁଠାରେ ସେମାନେ ମୃତ ଶରୀରରେ ତୈଳ ପ୍ରଲେପ କରି ଗୋଟିଏ ସୁକ୍ଷ୍ମ ଲୁଗାରେ ଗୋଡାଇ ରଖନ୍ତି I ପରେ ସେମାନେ ସମାଧିର ସମ୍ମୁଖରେ ଗୋଟିଏ ପ୍ରସ୍ତର ଢାଙ୍କନ୍ତି ଯେପରି କେହି ଭିତରକୁ ଦେଖି ପାରିବେ ନାହିଁ କିମ୍ବା ପ୍ରବେଶ କରି ପାରିବେ ନାହିଁ I

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାରିକ ଶବ୍ଦସମୁହ

ଯୀଶୁଙ୍କୁ ଉପାସନା କରିବା ଛଳନା କରିବା ଦ୍ବାରା ([ମାର୍କ ୧୫:୧୯] (../../mrk/15/18.md)) ଓ ଜଣେ ରାଜାଙ୍କ ସହିତ କଥୋପକଥନ କରିବାରେ ଛଳନା କରି (ମାର୍କ ୧୫:୧୮), ସୈନିକମାନେ ଓ ଯିହୁଦୀମାନେ ଦେଖାନ୍ତି ଯେ ସେମାନେ ଯୀଶୁଙ୍କୁ ଘୃଣା କରନ୍ତି ଓ ସେ ଈଶ୍ବରଙ୍କ ପୁତ୍ର ହେବା ବିଶ୍ବାସ କରନ୍ତି ନାହିଁ I (ଦେଖ: [[rc:///ta/man/translate/figs-irony]] ଓ [[rc:///tw/dict/bible/other/mock]])

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ଏଲି, ଏଲି, ଲାମ୍ମା ଶାବକଥାନୀ ?

ଏହା ଆରମିୟ ଭାଷାର ବାକ୍ୟାଂଶ ଅଟେ I ମାର୍କ ଏହାର ଅକ୍ଷରାନ୍ତକରଣ କରି ଏହାର ଉଚାରଣ ଅନୁସାରେ ଗ୍ରୀକ ବର୍ଣ୍ଣମାଳାରେ ଉଲ୍ଲେଖ କଲେ I ପରେ ସେ ଏହାର ଅର୍ଥ ବର୍ଣ୍ଣନା କରୁଛନ୍ତି I (ଦେଖ: rc://*/ta/man/translate/translate-transliterate)