or_tn/luk/18/intro.md

3.6 KiB

ଲୂକ 18 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

ଯୀଶୁ ଦୁଇଟି ଦୃଷ୍ଟାନ୍ତ କହିଲେ (ଲୂକ18:1-8ଲୂକ 18:9-14) ତା’ପରେ ଶିକ୍ଷା ଦେଲେ ଯେ ତାଙ୍କର ଅନୁଗାମୀମାନଙ୍କୁ ନମ୍ର ହେବାକୁ ପଡ଼ିବ ([ଲୂକ18:15-17] (./15.ମଝି)) ପୁଣି ତାଙ୍କର ନିଜସ୍ଵ ସବୁକିଛି ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଦେବାକୁ ପଡିବ ([ଲୂକ18:18-30] (./ 18. ମଝି)) ଏବଂ ତାଙ୍କୁ ଯେ ଶୀଘ୍ର ମରିବାକୁ ହେବ ତାହା ଅପେକ୍ଷା କରିବାକୁ ହେବ, ତା’ପରେ ସେମାନେ ସମସ୍ତେ ଯିରୂଶାଲମକୁ ଯିବା ଆରମ୍ଭ କଲେ, ଏବଂ ଯୀଶୁ ଏକ ଅନ୍ଧ ଲୋକକୁ ସୁସ୍ଥ କଲେ ([ଲୂକ18:35-43] (./ 35. ମଝି)) I

ଏହି ଅଧ୍ୟାୟରେ ବିଶେଷ ଚିନ୍ତାଧାରାଗୁଡିକ

ବିଚାରକର୍ତ୍ତାମାନେ

ଲୋକମାନେ ଅପେକ୍ଷା କରୁଥିଲେ ଯେ ବିଚାରକର୍ତ୍ତାମାନେ ଈଶ୍ୱର ଯାହା ଠିକ ବୋଲି କହିଛନ୍ତି ତାହା ସର୍ବଦା କରନ୍ତୁ ପୁଣି ଏହା ସୁନିଶ୍ଚିତ କରନ୍ତୁ ଯେ ଅନ୍ୟ ଲୋକମାନେ ମଧ୍ୟ ଯାହା ଠିକ ତାହା କରନ୍ତୁ I କିନ୍ତୁ କେତେକ ବିଚାରକର୍ତ୍ତାମାନେ ଉତ୍ତମ କାର୍ଯ୍ୟ କରିବା ବିଷୟରେ ଯତ୍ନଶୀଳ ନ ଥିଲେ ବା ଅନ୍ୟମାନେ ଠିକ କାର୍ଯ୍ୟ କରିବା ବିଷୟକୁ ନିଶ୍ଚିତ କରୁ ନ ଥିଲେ I ଯୀଶୁ ଏପ୍ରକାରର ବିଚାରକର୍ତ୍ତାଙ୍କୁ ଅନ୍ୟାୟୀ ବୋଲି କହୁଥିଲେ I (ଦେଖ: rc://*/tw/dict/bible/kt/justice)

ଫାରୂଶୀ ଏବଂ କରଗ୍ରାହୀମାନେ

ଫାରୂଶୀମାନେ ଭାବୁଥିଲେ ଯେ ସେମାନେ ନିଜେ ଉତ୍ତମ ଆଦର୍ଶ ଧାର୍ମିକଲୋକ ଅଟନ୍ତି, ଓ ସେମାନେ ଭାବୁଥିଲେ ଯେ କରଗ୍ରାହୀମାନେ ଅତିଶୟ ଅଧାର୍ମିକ ପାପୀ ଅଟନ୍ତି I (ଦେଖ: [[rc:///tw/dict/bible/kt/righteous]] ଏବଂ [[rc:///tw/dict/bible/kt/righteous]] ଏବଂ rc://*/tw/dict/bible/kt/sin)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦଜନିତ ଅସୁବିଧାଗୁଡିକ

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ଲୂକ18:8] (../../ଲୂକ/18/08. ମଝି)) I ତୁମ ଭାଷା ହୁଏତ ଆପଣାମାନଙ୍କ ବିଷୟରେ କହିବାକୁ ଲୋକମାନଙ୍କୁ ଅନୁମତି ଦିଏ ନାହିଁ ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଥିଲେ I (ଦେଖ: [[rc:///tw/dict/bible/kt/sonofman]] ଓ [[rc:///ta/man/translate/figs-123person]])