or_tn/luk/10/intro.md

2.3 KiB

ଲୂକ 10 ସାଧାରଣ ଟିପ୍ପଣୀଗୁଡିକ

ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

ଶସ୍ୟ ଅମଳ

ଶସ୍ୟ ଅମଳ ହେଉଛି ଲୋକମାନେ ରୋପଣ କରିଥିବା ଗଛରୁ ଖାଦ୍ୟ ନିମନ୍ତେ ପାଇବାକୁ ବାହାରକୁ ଯିବା ଅଟେ ଯେପରି ସେମାନେ ତାହା ସେମାନଙ୍କ ଘରକୁ ଆଣିପାରିବେ ଓ ତାହା ଖାଇପାରିବେ I ଯୀଶୁ ତାଙ୍କର ଅନୁଗାମୀମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହାକୁ ଏକ ରୂପକ ଭାବରେ ବ୍ୟବହାର କରନ୍ତି ଯେ ସେମାନଙ୍କର ଯିବା ଏବଂ ଯୀଶୁଙ୍କ ସମ୍ପର୍କରେ କହିବା ଆବଶ୍ୟକ ଯେପରି ସେହି ଲୋକମାନେ ଈଶ୍ୱରଙ୍କ ରାଜ୍ୟର ଅଂଶବିଶେଷ ହୋଇପାରିବେ (ଦେଖ: rc://*/tw/dict/bible/kt/faith)

ପ୍ରତିବାସୀ

ନିକଟରେ ବାସ କରୁଥିବା ଯେକୌଣସି ବ୍ୟକ୍ତି ପ୍ରତିବାସୀ ହୋଇପାରେ I ଯିହୂଦୀମାନେ ସାହାଯ୍ୟ ଆବଶ୍ୟକ କରୁଥିବା ତାଙ୍କର ଯିହୂଦୀ ପ୍ରତିବାସୀମାନଙ୍କୁ ସାହାଯ୍ୟ କରୁଥିଲେ, ଏବଂ ସେମାନେ ତାଙ୍କର ଯିହୂଦୀ ପ୍ରତିବାସୀମାନଙ୍କଠାରୁ ଅପେକ୍ଷା କରୁଥିଲେ ଯେପରି ସେମାନେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରନ୍ତି I ଯୀଶୁ ଚାହିଁଲେ ଯେପରି ସେମାନେ ବୁଝି ପାରିବେ ଯେ ଯେଉଁ ଲୋକମାନେ ଯିହୂଦୀ ନୁହଁନ୍ତି, ସେମାନେ ମଧ୍ୟ ସେମାନଙ୍କର ପ୍ରତିବାସୀଗଣ ଅଟନ୍ତି, ତେଣୁ ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ କହିଲେ (ଲୂକ 10:29-36). (ଦେଖ: rc://*/ta/man/translate/figs-parables)